କନକ ବ୍ୟୁରୋ : ଦିଲ୍ଲୀରେ ପ୍ରଦୂଷଣର ଆସ୍ଥରଣ ବଢିବାରେ ଲାଗିଛି , ବାୟୁ ପାଲଟି ଗଲାଣି ବିଷ । ଏହି ମାମଲାରେ ଜିଆରଏପି ଲାଗୁ କରିବାରେ କାହିଁକି ବିଳମ୍ବ ହୋଇଛି ବୋଲି ଦିଲ୍ଲୀ ସରକାରଙ୍କୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି ଅଧିକାଂଶ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ରୁ ଅଧିକ ରହିଛି , ଜିଆରଏପି ଲାଗୁ କରିବାକୁ କାହିଁକି ୩ ଦିନ ଲାଗିଲା ।
ଲଗାତର ସପ୍ତାହ ଧରି ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଉପରେ ରହି ଆସିଲାଣି । ଗତକାଲି ସନ୍ଧ୍ୟା ୭ଟାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୫୭ ଛୁଇଁଥିଲା । ଏହାପରେ ଜିଆରଏପି ସବ୍ କମିଟିର ଜରୁରୀ ବୈଠକ ବସିଥିଲା। ଏହାର ମୁକାବିଲା ପାଇଁ ଜିଆରଏପି-୪ କଟକଣା ନେଇ ନିଷ୍ପତ୍ତି ହୋଇଥିଲା । ଏହାପୂର୍ବରୁ ଅକ୍ଟୋବର ୧୪ ତାରିଖରେ ଜିଆରଏପି-୧, ଅକ୍ଟୋବର ୨୧ରେ ଜିଆରଏପି-୨ ଏବଂ ନଭେମ୍ବର ୧୪ ତାରିଖରେ ଜିଆରଏପି-୩ ଲାଗୁ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)