କନକ ବ୍ୟୁରୋ : ୨୦୨୫ ବର୍ଷ ପାଇଁ ସମ୍ପତ୍ତି ତାଲିକା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ହେଲେ ବ୍ୟବସ୍ଥା ଭିତରେ ଏମିତି ବି ବାବୁ ଅଛନ୍ତି ଯେଉଁମାନେ ୨୦୨୪ ବର୍ଷର ମଧ୍ୟ ଦେଇନାହାନ୍ତି ସମ୍ପତ୍ତି ତାଲିକା । ସରକାରଙ୍କ ବାରମ୍ବାର ତାଗିଦ ଓ ଚିଠିକୁ ବାବୁଙ୍କ ଖାତିର୍ ନାହିଁ । ଏବେ ପ୍ରଶ୍ନ ଉଠୁଛି, ସମ୍ପତ୍ତି କରୁଛନ୍ତି, ଅଥଚ ତାଲିକା ନଦେବା ପଛର କାରଣ କଣ ?
ସମ୍ପତ୍ତି ତାଲିକା ଦେବାକୁ ବାବୁଙ୍କୁ ବାରମ୍ବାର ଚିଠି କରିଥିଲେ ସରକାର । ତାଗିଦ ବି ହୋଇଥିଲା । ବିଡମ୍ବନାର ବିଷୟ; ସରିଗଲା କଣ୍ଟ, ଅଥଚ ବାବୁ ଦେଲେନି ସମ୍ପତ୍ତି ତାଲିକା । ଏବେ ଗଣମାଧ୍ୟମରେ ସମାଲୋଚିତ ହେବା ପରେ କଠୋର ହୋଇଛନ୍ତି ସରକାର । ସବୁ ବିଭାଗକୁ ଚିଠି ଲେଖି ରୋକ୍ଠୋକ୍ କହିଛନ୍ତି, ଆଉ ଅବଧି ବଢିବନି କି ଏଚଆରଏମଏସ୍ ପୋର୍ଟାଲ ଖୋଲିବନି । ତଥ୍ୟ ଯଦି ଦେଉନ, ପଦୋନ୍ନତି ଆଶା ଛାଡ଼ । ପ୍ରଶ୍ନ ଉଠୁଛି, ଉପାର୍ଜିତ ସମ୍ପତ୍ତି ବାବଦରେ ତଥ୍ୟ ଦେବାରେ ଅସୁବିଧା କେଉଁଠି ?
ମୁଖ୍ୟମନ୍ତ୍ରୀଙ୍କଠୁ ସରପଞ୍ଚ ସମସ୍ତେ ସମ୍ପତ୍ତି ତାଲିକା ଦେବେ ବୋଲି ନିୟମ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ଷମତା ଚାଲିଗଲା, ନାଲିଫିତାରେ ରୁନ୍ଧି ହୋଇଗଲା ନିଷ୍ପତ୍ତି । ଏ ସରକାରଙ୍କୁ ବି ଭୁଆଁ ବୁଲାଇଲେଣି ବାବୁ, ନେତା । ୨୦୨୫ ଦୂରେ ଥାଉ, ୨୦୨୪ ବର୍ଷର ସଂପତ୍ତି ହିସାବ ଦେଉନାହାନ୍ତି । ପ୍ରଶ୍ନ ଉଠୁଛି, ତାଲିକା ଯଦି ମିଳୁନି, ଭିଜିଲାନ୍ସ କାହିଁକି ପଶୁନି ? କାହାକୁ ଡରୁଛନ୍ତି ସରକାର ? ମୁଖ୍ୟମନ୍ତ୍ରୀ କହିଛନ୍ତି, ସାଲିସ୍ କରିବେନି । ତେବେ ତାଙ୍କ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ ନ କରି ଦୁର୍ନୀତିଖୋରଙ୍କୁ କିଏ ଦେଉଛି ସୁରକ୍ଷା ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/29/despite-govt-orders-2025-10-29-20-54-23.jpg)