ସବୁଜ ତଟକା ପରିବାର ଋତୁଟି ହେଉଛି ଶୀତଋତୁ । ବର୍ଷସାରା ପାଟିକୁ ଅରୁଚିକର ଲାଗୁଥିବା ପରିବା ଖାଇ ଖାଇ ବିରକ୍ତ ହୋଇଥିବା ମଣିଷ ଖାସ୍ କରି ଶୀତଋତୁର ଅପେକ୍ଷାରେ ଥାଏ ସବୁଜ ପରିବା ଖାଇବା ପାଇଁ । ପରିବା ବଜାରରେ ଏବେ ସ୍ପ୍ରୀଙ୍ଗ୍ ଓନିୟନ୍ , ତଟକା ଫୁଲକୋବି , ଦେଶୀ ବିନ୍ସ , ବନ୍ଧାକୋବି , ବ୍ରୋକୋଲି ଆଦି ନାନା ‘ୱିଣ୍ଟର୍ ଭେଜିଟେବଲ’ ର ଆସର ଜମିଛି । ଏଥିମଧ୍ୟରୁ ଗ୍ରୀନ୍ ମଟର ପ୍ରତି ଲୋକଙ୍କ ଅଧିକ ଚାହିଦା ବଢିଛି । ଗ୍ରୀନ୍ ମଟରର ତରକାରୀ , ପରଟା ଖାଇବା ପାଇଁ ପିଲାଙ୍କ ଭିତରେ ମଧ୍ୟ ଆଗ୍ରହ ବଢୁଛି । ଖାଲି ପାଟିକୁ ସୁଆଦିଆ ନୁହଁ ଆଜ୍ଞା ସୁସ୍ଥ ଶରୀର ପାଇଁ ମଧ୍ୟ ଗ୍ରୀନ୍ ମଟର ଖୁବ୍ ଲାଭଦାୟକ । ତେବେ ଆସନ୍ତୁ ଜାଣିବା ଗ୍ରୀନ୍ ମଟର ଆମ ଶରୀରକୁ ସୁସ୍ଥ କରିବା ଦିଗରେ କେମିତି କାମ କରେ । 

Advertisment

Peas_

ଡାଇବେଟିସ୍ ରୋଗୀଙ୍କ ପାଇଁ ଭାରି ଉପକାରୀ ଗ୍ରୀନ୍ ମଟର । ଜିଆଇ କମ୍ ଥିବାରୁ ଏହା ସୁଗାରକୁ କଣ୍ଟ୍ରୋଲ୍ କରିଥାଏ । ଯଦି ଆପଣ ବି ଡାଇବେଟିସ୍ ରୋଗୀ ତାହେଲେ ଖାଇବାରେ ଆଡ୍ କରନ୍ତୁ ଗ୍ରୀନ୍ ମଟର । ଅନ୍ୟ ଦିନରେ ସତେଜ ମଟର ମିଳିବା କାଠିକର ପାଠ କିନ୍ତୁ ଶୀତରେ ପରିବା ବଜାରରେ ସହଜରେ ମିଳୁଥିବା ଏହି ପରିବାକୁ ନିଜ ଖାଦ୍ୟରେ ମିଶାନ୍ତୁ ସୁସ୍ଥ ରୁହନ୍ତୁ । 

 green-peas

ପୋଷକ ତତ୍ତ୍ବର ଭଣ୍ଡାର ହେଉଛି ଗ୍ରୀନ୍ ମଟର । ଯେଉଁଥିରେ ଭିଟାମିନ୍-ସି , ମ୍ୟାଗ୍ନେସିୟମ୍ , ପୋଟାସିୟମ୍ ଏବଂ କ୍ୟାଲସିୟମ୍ ଭଳି ପୋଷକ ତତ୍ତ୍ବ ମିଳିଥାଏ । ଯାହା ହୃଦୟକୁ ସୁସ୍ଥ ରଖିଥାଏ । ଏଥିରେ ଫାଇବରର ଗୁଣ ଥିବାରୁ କୋଲେଷ୍ଟ୍ରୋଲର ସ୍ତରକୁ ସାମାନ୍ୟ କରିଥାଏ । ଏଥିରେ ଆପଣ ହୃଦୟ ସହ ଜଡିତ ଥିବା ରୋଗରୁ ନିସ୍ତାର ପାଇପାରିବେ । 

 Images

ଫାଇବରର ଭଣ୍ଡାର ଗ୍ରୀନ୍ ମଟର ହଜମ ଜନିତ ସମସ୍ୟାକୁ ବି କମ୍ କରେ । ଯଦି ଆପଣ ଶୀତରେ ପ୍ରତିଦିନ ମଟର ଖାଉଛନ୍ତି ତାହେଲେ ଆପଣଙ୍କ ଅନ୍ତନଳୀରେ ଭଲ ବ୍ୟାକ୍ଟେରିଆର ବିକାଶ ହୁଏ ଯାହାଦ୍ବାରା ପେଟଜନିତ ସମସ୍ୟାରୁ ମୁକାବିଲା କରିବାର ଶକ୍ତି ମିଳେ ।

ger

ଶରୀରରେ ଆଇରନର ଅଭାବ କାରଣରୁ ଥକ୍କାପଣ , ଦୁର୍ବଳତା ଏବଂ ଅନ୍ୟ ସମସ୍ୟା ଦେଖାଯାଏ । ଏଭଳି ସ୍ଥିତିରେ ବିଭିନ୍ନ ଡିସରେ ଆପଣ ଗ୍ରୀନ୍ ମଟରର ବ୍ୟବହାର କରି ଖାଇପାରିବେ । ନିରାମିଶାସିଙ୍କ ଶରୀରରେ ଆଇରନର ସ୍ରୋତ ବଢାଇବା ପାଇଁ ଏହା ଏକ ଭଲ ବିକଳ୍ପ । ଯାହା ଲାଲ୍ ରକ୍ତକଣିକାର ନିର୍ମାଣ କରିବାରେ ସହାୟକ ହୋଇଥାଏ । 

Eat-Peas

ଶୀତଦିନେ ଓଜନ କମାଇବା ଭାରି କାଠିକର ପାଠ । ଏଭଳି ସମୟରେ ଆପଣ ଗ୍ରୀନ୍ ମଟରକୁ ନିଜ ଡାଏଟରେ ସାମିଲ୍ କରିପାରିବେ । ଯେଉଁଥିରେ ପ୍ରୋଟିନ୍ ପର୍ଯ୍ୟାପ୍ତ ମାତ୍ରାରେ ଥାଏ । ଏହାଛଡ଼ା ମଟରରେ ଆଇରନ୍ , ଫୋଲେଟ୍ , ଭିଟାମିନ୍ ଏ , ଫସଫରସ୍ ମଧ୍ୟ ଭରପୂର ମାତ୍ରାରେ ଥାଏ ଯାହା ମାଂସପେଶୀର ଶକ୍ତିକୁ ବଢାଇବାରେ ସହାୟକ ହୁଏ ।