କାହିଁକି ଅପ୍ରତ୍ୟାଶିତ ଭାବେ ଇସ୍ତଫା ଦେଲେ ରାଜ୍ୟପାଳ ରଘୁବର ଦାସ । ଓଡିଆ ଏଏସଓଙ୍କୁ  ରାଜ୍ୟପାଳଙ୍କ ପୁଅ ମାଡ ମାରିବା ହେଲା କି ବୁମେରାଂ

Advertisment

ରଘୁବରଙ୍କ ଇସ୍ତଫାକୁ ଅତି ଗୁପ୍ତ ରଖାଯାଇଥିଲା। ରାଜ୍ୟ ବିଜେପିର କୌଣସି ନେତା ମଧ୍ୟ ଏହାର ସାମାନ୍ୟତମ ସୁରାକ ପାଇନଥିଲେ। ଅଳ୍ପ କିଛି ଜଣଙ୍କୁ ଛାଡିଲେ ଏହି ଇସ୍ତଫା ବାବଦରେ କେହି ଜାଣିନଥିଲେ। ତାଙ୍କ ସ୍ଥାନରେ ଆନ୍ଧ୍ରପ୍ରଦେଶର କମ୍ଭମପତି ହରିବାବୁ ହୋଇଛନ୍ତି ନୂଆ ରାଜ୍ୟପାଳ।

ରଘୁବରଙ୍କ ଇସ୍ତଫାକୁ ଅତି ଗୁପ୍ତ ରଖାଯାଇଥିଲା। ରାଜ୍ୟ ବିଜେପିର କୌଣସି ନେତା ମଧ୍ୟ ଏହାର ସାମାନ୍ୟତମ ସୁରାକ ପାଇନଥିଲେ। ଅଳ୍ପ କିଛି ଜଣଙ୍କୁ ଛାଡିଲେ ଏହି ଇସ୍ତଫା ବାବଦରେ କେହି ଜାଣିନଥିଲେ। ତାଙ୍କ ସ୍ଥାନରେ ଆନ୍ଧ୍ରପ୍ରଦେଶର କମ୍ଭମପତି ହରିବାବୁ ହୋଇଛନ୍ତି ନୂଆ ରାଜ୍ୟପାଳ।

RAGHUVAR DAS RESIGN

RAGHUVAR DAS RESIGN Photograph: (RAGHUVAR DAS RESIGN)

କନକ ବ୍ୟୁରୋ :  ଓଡ଼ିଶା ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା। ମାତ୍ର ବର୍ଷେ ୨ ମାସ ତଳେ ଅର୍ଥାତ୍ ୨୦୨୩ ଅକ୍ଟୋବର ମାସରେ ଓଡ଼ିଶା ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିବା ରଘୁବର ଦାସ ଇସ୍ତଫା ଦେଇଛନ୍ତି । ରଘୁବରଙ୍କ ଇସ୍ତଫାକୁ ଅତି ଗୁପ୍ତ ରଖାଯାଇଥିଲା। ରାଜ୍ୟ ବିଜେପିର କୌଣସି ନେତା ମଧ୍ୟ ଏହାର ସାମାନ୍ୟତମ ସୁରାକ ପାଇନଥିଲେ। ଅଳ୍ପ କିଛି ଜଣଙ୍କୁ ଛାଡିଲେ ଏହି ଇସ୍ତଫା ବାବଦରେ କେହି ଜାଣିନଥିଲେ। ତାଙ୍କ ସ୍ଥାନରେ ଆନ୍ଧ୍ରପ୍ରଦେଶର କମ୍ଭମପତି ହରିବାବୁ ହୋଇଛନ୍ତି ନୂଆ ରାଜ୍ୟପାଳ। ତେବେ କାର୍ଯ୍ୟକାଳ  ଶେଷ ହେବା ପୂର୍ବରୁ କାହିଁକି ଇସ୍ତଫା ଦେଲେ ରଘୁବର, ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ରାଜ୍ୟପାଳ ପଦରୁ ଇସ୍ତଫା ଦେଇ ପୁଣିଥରେ ରାଜନୀତିକୁ ଫେରିବେ କି ରଘୁବର? 

କାହିଁକି ଇସ୍ତଫା ଦେଲେ ରଘୁବର?
- ରଘୁବରଙ୍କ ଉପରେ କଠୋର ହେଲେ କି କେନ୍ଦ୍ର ସରକାର? 
- ଓଡ଼ିଆ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ ଘଟଣା ବିଜେପିକୁ ବ୍ୟାକଫୁଟକୁ ଠେଲିଥିଲା
- ମୋହନ ସରକାରର ଓଡ଼ିଆ ଅସ୍ମିତା ଉପରେ ଜବରଦସ୍ତ ଚୋଟ ପଡିଲା 
- କ୍ଷମତାକୁ ଆସୁ ଆସୁ ରାଜ୍ୟବାସୀଙ୍କ ଆଗରେ ନିନ୍ଦିତ ହେଲେ ନୂଆ ସରକାର  
- ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍ ଲାଗି ରାଜ୍ୟପାଳଙ୍କ ଜିଦ ଯୋଗୁଁ ଅପଦସ୍ତ ହୋଇଥିଲେ ମୋହନ ସରକାର
- କ୍ୟାବିନେଟ ଅନୁମୋଦନ ପରେ ବି ବିଧାନସଭାକୁ ଶେଷ ମୁହୂର୍ତ୍ତରେ ଆସିପାରିଲାନି ବିଶ୍ବ ବିଦ୍ୟାଳୟ ବିଲ
- ସରକାରଙ୍କୁ ଘେରିବାକୁ ବିରୋଧୀଙ୍କୁ ସୁଯୋଗ ମିଳିଲା
- ସରକାରରେ ମାତ୍ରାଧିକ ରାଜଭବନର ହସ୍ତକ୍ଷେପକୁ ନେଇ ହେଉଥିଲା ଚର୍ଚ୍ଚା
- ୧୪ ମାସରେ ସରିଗଲା ରାଜ୍ୟପାଳଙ୍କ କାର୍ଯ୍ୟକାଳ
- ଝାଡଖଣ୍ଡରେ ସରକାରକୁ ଆସିପାରିଲାନି ବିଜେପି
- ନିର୍ବାଚନର ବିଫଳତା ପରେ ଝାଡଖଣ୍ଡ କାର୍ଡରୁ ଓହରିଲା କେନ୍ଦ୍ର ବିଜେପି 
- ଆନ୍ଧ୍ର ଉପରେ ଏବେ କେନ୍ଦ୍ରର ଫୋକସ 
- ନୂଆ ରାଜ୍ୟପାଳ ହରିବାବୁ ଆନ୍ଧ୍ରର ଟାଣୁଆ ନେତା
- ୧୯୯୯ରେ ବିଶାଖାପାଟଣାରୁ ବିଧାୟକ ଭାବେ ଆନ୍ଧ୍ର ବିଧାନସଭାକୁ ନିର୍ବାଚିତ 
- ୨୦୧୪ରେ ବିଶାଖାପାଟଣାରୁ ସାଂସଦ ହୋଇଥିଲେ
- ୨୦୧୪ରୁ ୨୦୧୮ ପର୍ୟ୍ୟନ୍ତ ଆନ୍ଧ୍ରପ୍ରଦେଶର ବିଜେପି ସଭାପତି ଥିଲେ
- ୨୦୨୧ ଜୁଲାଇରେ ମିଜୋରାମ ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe