କନକ ବ୍ୟୁରୋ : ଚାଉଳ ଚୋରି ରୋକିବାକୁ ବିଜେପି ସରକାର ପରିବହନ ହେଉଥିବା ଗାଡିରେ ଜିପିଆରଏସ ବ୍ୟବସ୍ଥା କରିବାକୁ ନିଷ୍ପତି ନେଇଥିଲେ । ଏହି ନିଷ୍ପତିକୁ ଏହା ଭିତରେ ପ୍ରାୟ ୨ମାସ ବିତିଲାଣି । କିନ୍ତୁ ବିଡମ୍ବନାର ବିଷୟ ଏହି ନିଷ୍ପତିକୁ ଅଚାନକ ୨ମାସ ପାଇଁ ସ୍ଥଗିତ କରି ଦିଆଯାଇଛି । ଯାହାକି ଚାଉଳ ଚୋରି ରୋକିବାରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ସନ୍ଦେହ ସୃଷ୍ଟି କରିଛି ।
ଗରିବଙ୍କ ଚାଉଳ ବାଟରେ ଲୁଟ୍ ହେଉଥିବା ଖବର କନକ ନ୍ୟୁଜରେ ପ୍ରସାରଣ ପରେ ଏହାକୁ ରୋକିବାକୁ ନିଷ୍ପତି ନେଇଥିଲେ ମୋହନ ସରକାର। ଇ-କେୱାଇସି ମାଧ୍ୟମରେ ଭୂତ ରାସନକାର୍ଡ ହିତାଧିକାରୀଙ୍କ ଚିହ୍ନଟ କରିବା ସହ ପରିବହନ ବେଳେ ଚୋରି ରୋକିବାକୁ ନିଷ୍ପତି ନେଇଥିଲେ ସରକାର । ଚାଉଳ ଚୋରି ରୋକିବାକୁ ପରିବହନ ହେଉଥିବା ଗାଡିରେ ଜିପିଏସ ଲଗାଇବାକୁ ଅଗଷ୍ଟ ମାସ ୨୭ରେ ନିଷ୍ପତି ହେଇଥିଲା । ହେଲେ, ମାତ୍ର କିଛି ଦିନ ଭିତରେ ଅଚାନକ ଯୋଗାଣ ବିଭାଗ ନିଷ୍ପତିକୁ ବଦଳାଇ ଦେଇଛି । ନଜର ପକାନ୍ତୁ ଚଳିତ ମାସ ୧୨ତାରିଖରେ ଯୋଗାଣ ବିଭାଗ ପକ୍ଷରୁ ପଠାଯାଇଥିବା ଚିଠି ଉପରେ । ଏଥିରୁ ସ୍ପଷ୍ଟ ହେଉଛି, ଚାଉଳ ପରିବହନ ଗାଡିରେ ଜିପିଏସ ସିଷ୍ଟମ ଲଗାଇବା ଉପରେ ଅକ୍ଟୋବର ୩୧ ଯାଏଁ ରୋକ୍ ଲଗାଯାଇଛି ।
ଚାଉଳ ଚୋରି ରୋକିବାକୁ ମୋହନ ସରକାର ପଦକ୍ଷେପ ନେଉଥିବା ଚର୍ଚ୍ଚା ଭିତରେ, ଯୋଗାଣ ବିଭାଗର ଦୁଇଟି ଚଠି ଯୋଗାଣ ବିଭାଗର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପଟେ ଯୋଗାଣ ବିଭାଗର ଏଭଳି ନିଷ୍ପତିକୁ ନେଇ ଡିଲର ସଂଘ ସ୍ବର ଉଠାଇଛି । ଆଗାମି ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।
ଯୋଗାଣ ବିଭାଗର ନିଷ୍ପତିକୁ ନେଇ ବିଜେଡି ମଧ୍ୟ ଆପତି ଉଠାଇଛି। ଏହା ପରିବହନ ଠିକାଦାରଙ୍କ ପାଇଁ କାରସାଦି ହୋଇଥିବା ଅଭିଯୋଗ କରିଛି ବିଜେଡି। ତେବେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଦୁର୍ନୀତିକୁ ସରକାର କଦାପି ପ୍ରଶୟ ଦେବେ ନାହିଁ। ଜିଆରଏସ ଖୁବଶୀଘ୍ର ଲାଗିବ। ପ୍ରଶ୍ନ ଉଠୁଛି, ଚାଉଳ ପରିବହନ ଗାଡିରେ ଜିପିଏସ ବ୍ୟବସ୍ଥା ଲଗାଇବା ନିଷ୍ପତିକୁ ବଦଳିଲାଇଲା କିଏ ଓ କାହିଁକି ? ଏସବୁ ଭିତରେ, କିଭଳି ଚାଉଳ ଚୋରି ରୋକି ହେବ ସେଥିପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବି ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/rsrUQnRlqeWYXZYFRpxM.jpg)