କନକ ବ୍ୟୁରୋ: ଉପରାଷ୍ଟ୍ରପତିରୁ ପୂର୍ବତନ ଉପରାଷ୍ଟ୍ରପତି ହୋଇଯାଇଛନ୍ତି ଜଗଦୀପ ଧନଖଡ଼ । ହଚାନକ ପଦରୁ ଇସ୍ତଫା ଦେବା ପରେ ତାଙ୍କ ଇସ୍ତଫାର ବିଭିନ୍ନ ଦିଗକୁ ନେଇ ଚାଲିଛି ଆଲୋଚନା । କୁହାଯାଉଛି କାଳେ ଜଷ୍ଟିସ୍ ବର୍ମାଙ୍କ ପ୍ରସଙ୍ଗ ତାଙ୍କ ପାଇଁ କାଳ ହେଲା । ତେଣୁ ସେ ବାଧ୍ୟରେ ଦେଲେ ଇସ୍ତଫା ।
ସୂଚନା ଅନୁସାରେ, ଜଷ୍ଟିସ୍ ବର୍ମାଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ଓ ତାଙ୍କ ବିରୋଧରେ ଏକାଧିକ ଅଭିଯୋଗ ଆସିବା ପରେ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ପାର୍ଲିଆମେଣ୍ଟରେ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ଯୋଜନା କରିଥିଲା ଶାସକ ଦଳ, ଯାହାକୁ ରାଜ୍ୟସଭାର ବିଜେନେସ୍ ଆଡଭାଇଜରୀ କମିଟି ମୁଖ୍ୟ ପ୍ରସଙ୍ଗ କରିବାକୁ ଚାହୁଁଥିଲା । ହେଲେ BAC ବୈଠକରେ ବିରୋଧୀଙ୍କ ପ୍ରସ୍ତାବକୁ ଉଠାଇବା ସହ ଶାସକ ଦଳର ପ୍ରସ୍ତାବକୁ ପରେ ଆଲୋଚନା କରାଯିବ ବୋଲି କହିଥିଲେ । ଏଥିରେ ଶାସକ ଦଳ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲା । ଧନଖଡ଼ଙ୍କ ଏପରି ଆଭିମୁଖ୍ୟକୁ ଦେଖି ତାଙ୍କ ପାଖକୁ ନେତାଙ୍କ ଫୋନ୍ କଲ୍ ଆସିଥିଲା । ଯେଉଁଥିରେ ସେମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାପରେ ନିଜର ଇସ୍ତଫାକୁ ନେଇ ଇସାରା ଦେଇଥିଲେ । ଏବେ ବୋଧହୁଏ ଏହି କାରଣରୁ ଧନଖଡ଼ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି ।