୨୬୨ କୁମ୍ଭୀରଙ୍କୁ ମାରିଲା ଇସ୍ରାଏଲ୍ ସେନା ; ଜାଣନ୍ତୁ, କାରଣ...

Advertisment

କୁମ୍ଭୀରଙ୍କୁ ହତ୍ୟା କଲା ଇସ୍ରାଏଲ୍ ସେନା । ଇସ୍ରାଏଲ୍ ସେନା ଅଧିକୃତ ଓ୍ୱେଷ୍ଟ ବ୍ୟାଙ୍କର ଅବୈଧ ବସତି ପେଟଜେଲ ନିକଟ ଏକ ଫାର୍ମରେ ୨୬୨ କୁମ୍ଭୀରକୁ ଇସ୍ରାଏଲ୍ ସେନା ହତ୍ୟା କରିଥିବା ଖବର ଆସିଛି ।

କୁମ୍ଭୀରଙ୍କୁ ହତ୍ୟା କଲା ଇସ୍ରାଏଲ୍ ସେନା । ଇସ୍ରାଏଲ୍ ସେନା ଅଧିକୃତ ଓ୍ୱେଷ୍ଟ ବ୍ୟାଙ୍କର ଅବୈଧ ବସତି ପେଟଜେଲ ନିକଟ ଏକ ଫାର୍ମରେ ୨୬୨ କୁମ୍ଭୀରକୁ ଇସ୍ରାଏଲ୍ ସେନା ହତ୍ୟା କରିଥିବା ଖବର ଆସିଛି ।

israel-crocodiles

israel-crocodiles Photograph: (kanak news)

କନକ ବ୍ୟୁରୋ: କୁମ୍ଭୀରଙ୍କୁ ହତ୍ୟା କଲା ଇସ୍ରାଏଲ୍ ସେନା । ଇସ୍ରାଏଲ୍ ସେନା ଅଧିକୃତ ଓ୍ୱେଷ୍ଟ ବ୍ୟାଙ୍କର ଅବୈଧ ବସତି ପେଟଜେଲ ନିକଟ ଏକ ଫାର୍ମରେ ୨୬୨ କୁମ୍ଭୀରକୁ ଇସ୍ରାଏଲ୍ ସେନା ହତ୍ୟା କରିଥିବା ଖବର ଆସିଛି । ତେବେ ରିପୋର୍ଟ ମୁତାବକ, ଇସ୍ରାଏଲ୍ ସେନା ଏକ ଘାଟି ପ୍ରସ୍ତୁତ କରିବା ସହ ଏହାରି ଭିତରେ କୁମ୍ଭୀରମାନଙ୍କ ଉପରକୁ ଆଖି ବୁଜା ଗୁଳିଚାଳନା କରିଥିଲା । ଯାହା ଫଳରେ ସେଠାରେ ୨୬୨ କୁମ୍ଭୀର ଆଖି ବୁଜିଥିଲେ ।

ଫାର୍ମ ଭିତରେ ମୋଟ ଉପରେ ୮୦୦ କୁମ୍ଭୀର ଥିଲେ । ତେଣୁ ପ୍ରଥମେ କୁମ୍ଭୀର ଥିବା ହ୍ରଦକୁ ଶୁଖାଯାଇଥିଲା । ଏହାପରେ କୁମ୍ଭୀରମାନଙ୍କ ଉପରକୁ ଗୁଳି ମରାଯିବା ସହିତ ଶହ ଶହ କୁମ୍ଭୀରଙ୍କୁ ଟ୍ରକରେ ଭର୍ତ୍ତି କରି ନିଆଯାଇଥିଲା । ତେବେ ଜାଣିରଖିବା ଉଚିତ ଯେ, ଏହି ଫାର୍ମଟି ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଥିଲା । ଆଉ କୁମ୍ଭୀରଙ୍କ ଚମଡ଼ା ବ୍ୟବସାୟ ମଧ୍ୟ କରୁଥିଲା ।

କୁମ୍ଭୀର ହତ୍ୟା ପଛର କାରଣ ?

ଇସ୍ରାଏଲ୍ ସେନାର କହିବା କଥା, କୁମ୍ଭୀରଗୁଡ଼ିକ ସାଧାରଣ ଲୋକଙ୍କ ପାଇଁ ବିପଦ ଥିଲେ । ଯେହେତୁ କି, ଫାର୍ମଟିର ସଠିକ୍ ରକ୍ଷଣାବେକ୍ଷଣ କରାଯାଉନଥିଲା । ତେବେ ଏହି ଫାର୍ମଟି  ୧୯୯୦ ଦଶକରେ ତିଆରି ହୋଇଥିଲା ବୋଲି ଜଣାପଡ଼ିଛି । 

ରିପୋର୍ଟ ମୁତାବକ ଏହି ଫାର୍ମର ମାଲିକ ବିଟାନ୍ ଏହି ଅଞ୍ଚଳକୁ ସୁରକ୍ଷିତ ରଖିବାକୁ ମନା କରିଦେଇଥିଲେ, ଯାହାକୁ ସୁରକ୍ଷା ଅଧିକାରୀମାନେ ନିକଟସ୍ଥ ଜନବସତି ପାଇଁ ଏକ ଗମ୍ଭୀର ବିପଦ ବୋଲି କହିଥିଲେ । ଏହାସହ ବିଟାନ୍ ଟଙ୍କା ପାଇଁ କୁମ୍ଭୀରଙ୍କୁ ହତ୍ୟା କରୁଥିଲେ। ଏହାପରେ ଯେତେବେଳେ ଆଇନ ପରିବର୍ତ୍ତନ ହେଲା ସେତେବେଳେ ଶହ ଶହ କୁମ୍ଭୀର ତାଙ୍କ ପାଖରେ ରହିଯାଇଥିଲେ । ଯାହାଫଳରେ ସେ ଏହାର ଉତ୍ତମ ରକ୍ଷଣାବେକ୍ଷଣା କରୁନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe