କାହିଁକି ପାଞ୍ଜିରେ ରହୁଛି ଦ୍ବନ୍ଦ୍ବ, କେବେ ପାଳିବେ ପର୍ବ, ବାରମ୍ବାର ଚିନ୍ତାରେ ପଡୁଛନ୍ତି ଲୋକ

ଚନ୍ଦ୍ରଗ୍ରହଣ, ରାକ୍ଷୀ ଓ କୁମାର ପୂର୍ଣ୍ଣିମା ପରେ ଏବେ ଦୀପାବଳି ପାଳନ ନେଇ ବି ଭିନ୍ନ ମତ ।

ପର୍ବକୁ ନେଇ ପାଞ୍ଜିରେ ଦ୍ବନ୍ଦ୍ବ

ପର୍ବକୁ ନେଇ ପାଞ୍ଜିରେ ଦ୍ବନ୍ଦ୍ବ Photograph: (KanakNews)

 କନକ ବ୍ୟୁରୋ:  ଅକ୍ଟୋବର ୨୦ ନା ଅକ୍ଟୋବର ୨୧, କେଉଁଦିନ ପାଳନ ହେବ ଦୀପାବଳି ଏବଂ କେଉଁଦିନ ଦିଆଯିବ ପୟାଶ୍ରାଦ୍ଧ, ତାକୁ ନେଇ ଉପୁଜିଛି ଦ୍ବନ୍ଦ୍ବ । ପାଞ୍ଜି ଗୋଟିଏ, କିନ୍ତୁ ଦୁଇଟି ତାରିଖ । କୋହିନୂର ପାଞ୍ଜିରେ ଅକ୍ଟୋବର ୨୦ ତାରିଖରେ ଦୀପାବଳି ଏବଂ ପୟାଶ୍ରାଦ୍ଧ ବୋଲି ଲେଖାଅଛି । ଆଉ ଅକ୍ଟୋବର ୨୧ରେ ରହିଛି ଅମାବାସ୍ୟା ତିଥି । ସେପଟେ ରାଧାରମଣ ପଞ୍ଜିକାରେ ଅକ୍ଟୋବର ୨୦ ଦୀପାବଳି ବୋଲି ଲେଖାଅଛି । ମୁକ୍ତିମଣ୍ଡପ ପଣ୍ଡିତ ସଭା କହିଛି, ୨୦ ତାରିଖରେ ଲୋକେ ଶ୍ରାଦ୍ଧ ଦିଅନ୍ତୁ । ଜ୍ୟୋତିର୍ବିଦ କିନ୍ତୁ ଏନେଇ ଆପତ୍ତି ଉଠାଇଛନ୍ତି । 

କେବଳ ଦୀପାବଳି ନୁହେଁ, ପୂର୍ବରୁ ଅନେକ ପର୍ବପର୍ବାଣୀକୁ ନେଇ ପାଞ୍ଜିରେ ଭିନ୍ନ ଭିନ୍ନ ତାରିଖ ଆସିଥିଲା । କୁମାର ପୂର୍ଣ୍ଣିମା, ରାଖି ପୂର୍ଣ୍ଣିମା ଓ ଚନ୍ଦ୍ରଗ୍ରହଣ ପାଳନକୁ ନେଇ ମଧ୍ୟ ସାଧାରଣ ଲୋକେ ଆଶଙ୍କାରେ ଥିଲେ । ତେବେ କାହିଁକି ଏଭଳି ଭିନ୍ନ ଭିନ୍ନ ତାରିଖ ଆସୁଛି ? ମୁକ୍ତିମଣ୍ଡପ ପଣ୍ଡିତ ସଭା ଏବଂ ପାଞ୍ଜି ଗଣନାକାରୀଙ୍କ ମଧ୍ୟରେ ରହୁନି କି ସମନ୍ବୟ ? 

ପର୍ବପର୍ବାଣୀ ଏବଂ ଉତ୍ସବ ପାଳନ ପାଇଁ ଓଡ଼ିଆ ମାନେ ପାଞ୍ଜି ଦେଖନ୍ତି । କିନ୍ତୁ ଏବେ ପାଞ୍ଜିକୁ ଲୋକେ ବିଶ୍ବାସ କରିପାରୁ ନାହାନ୍ତି । ପାଞ୍ଜିର ବିଶ୍ବସନୀୟତାକୁ ନେଇ ଉଠିଛି ପ୍ରଶ୍ନ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe