କନକ ବ୍ୟୁରୋ :  ଜେଡ ମୋଡ ସୁଡ଼ଙ୍ଗ ଜାମ୍ମୁ କାଶ୍ମୀର  ଏବଂ ଲଦାଖ  ପାଇଁ  ରାଜନୈତିକ ଏବଂ ଆର୍ଥିକ  ଦୃଷ୍ଟିରୁ  ବୁହୁତ ମହତ୍ବପୂର୍ଣ୍ଣ ।  ୧୩ ଜାନୁଆରୀ ଅର୍ଥାତ୍‌ ଆସନ୍ତାକାଲି ଜେଡ୍‌ ମୋଡ ସୁଡ଼ଙ୍ଗକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ ମୋଦୀଙ୍କ ଏହି କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟକ୍ରମ ସ୍ଥଳରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏସପିଜି ଟିମ୍‌  ଶ୍ରୀନଗରରେ ପହଞ୍ଚିସାରିଛନ୍ତି । ଏହି ଟିମ୍‌ ର ନଜରରେ ରହିବ ବିଭିନ୍ନ ଜରୁରୀ ସ୍ଥାନ । ତେବେ ଆପଣଙ୍କୁ ଏଠି କହିରଖୁଛୁ ଯେ, ଜେଡ୍‌ ମୋଡ ସୁଡ଼ଙ୍ଗ କୂଟନୈତିକ ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ । ଲଦାଖ ଅଞ୍ଚଳରେ ଦେଶର ପ୍ରତିରକ୍ଷା ଆବଶ୍ୟକତା ପାଇଁ ଏହି 6.5 କିଲୋମିଟର ଲମ୍ବା ସୁଡ଼ଙ୍ଗ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ  ଭୂମିକା  ଗ୍ରହଣ କରୁଛି।   

Advertisment
   ଜେଡ ମୋଡ ସୁଡ଼ଙ୍ଗ
Photograph: (google)

ଜେଡ୍‌ ମୋଡ  ସୁଡ଼ଙ୍ଗ କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ  ଶନିବାର ଦିନ ସୋସିଆଲ ମିଡିଆରେ  ଏକ ପୋଷ୍ଟ କରିଥିଲେ । ପୋଷ୍ଟରେ ମୋଦୀ ଳେଖିଥିଲେ  ମୁଁ ଏହି ସୁଡ଼ଙ୍ଗର ଉଦଘାଟନ ପାଇଁ ଜମ୍ମୁ ଏବଂ କାଶ୍ମୀରର ସୋନମାର୍ଗ ଗସ୍ତ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛି ।  ଏହାକୁ ଜେଡ  ମୋଡ ସୁଡ଼ଙ୍ଗ କହିବାର କାରଣ ଏହା ଦେଖିବାକୁ ପୁରା ଇଂରାଜୀ ଅକ୍ଷରର ଜେଡ୍‌ ଆକାରର । ଏହି ସୁଡ଼ଙ୍ଗ ନିର୍ମାଣ ପରେ ୧୨  କିଲୋମିଟର ଦୂରତା  କମି ଯାଇ ୬.୫  କିଲୋମିଟର ସିମିତ ହୋଇଛି । ଆଉ ଏହି ଦୂରତା କୁ ପୁରା କରିବା ପାଇଁ ମାତ୍ର ୧୫ ମିନିଟ୍‌ର  ସମୟ  ଲାଗିବ । ସୁଡ଼ଙ୍ଗ ଖୋଲିଲେ ସବୁଠାରୁ ଅଧିକା ଲାଭ ହେବ ଯେ ଶୀତ ଦିନେ  ଜିବା ଆସିବା ସମୟରେ ତୁଷାରପାତ ଯୋଗୁଁ ଘଣ୍ଟା ଘଣ୍ଟା ଆଉ  ହାଇୱେରେ ଅଟକି ରହିବାକୁ ପଡିବ ନାହିଁ।  

   ଜେଡ ମୋଡ
Photograph: (google)

 ଜେଡ୍‌ ମୋଡ ସୁଡ଼ଙ୍ଗ ବିଭିନ୍ନ କାରଣରୁ ସତ୍ବନ୍ତ୍ର । କୁହାଯାଉଛି  ଏହି ସୁଡ଼ଙ୍ଗ ରେ ଗାଡିଗୁଡିକ ୮୦ କିଲୋମିଟର ବେଗରେ   ପ୍ରତି ଘଣ୍ଟାକୁ  ଦୌଡିବ  ।  ସେହିପରି ୧୦୦୦  ଯାନବାହାନ ଚଳପ୍ରଚଳ କରିବାର ଧମତା ରଖୁଛି ଜେଡ ମୋଡ ସୁଡ଼ଙ୍ଗ। ଜାମ୍ମୁ  କାଶ୍ମୀରର  ମୁଖ୍ୟମନ୍ତ୍ରୀ  ଉମର  ଅବଦୁଲ୍ଲା ଏହି ସୁଡ଼ଙ୍ଗର ମଧ୍ୟ ପ୍ରଶଂସା କରିଛନ୍ତି।