କନକ ବ୍ୟୁରୋ: ଡାକ୍ତରଙ୍କ ପତ୍ନୀଙ୍କ ଝୁଲନ୍ତା ଶବ ଉଦ୍ଧାର । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଚକ୍ରଧରପୁର ଆୟୁର୍ବେଦିକ ଡାକ୍ତରଖାନା ବାସଗୃହରେ ଡାକ୍ତରଙ୍କ ପତ୍ନୀଙ୍କ ଝୁଲନ୍ତା ଶବ ପୁଲିସ ଉଦ୍ଧାର କରିଛି । ହତ୍ୟା କରି ଝିଅକୁ ଫ୍ୟାନ୍ରେ ଟାଙ୍ଗି ଦିଆଯାଇଥିବା ବାପା ମାଆ ଅଭିଯୋଗ କରିଛନ୍ତି । ହାଟଡିହି ବ୍ଲକ ଇଞ୍ଜଳ ଗ୍ରାମର ଡାକ୍ତର ବିଭୁ ପ୍ରସାଦ ନାୟକ ଗତବର୍ଷ ଜୁଲାଇ ମାସରେ ତରଭା ଗ୍ରାମର ପଞ୍ଚାନନ ନାୟକ ଓ ପ୍ରଭାସିନୀ ନାୟକଙ୍କ ଝିଅ ରୋଜିନାକୁ ବୈଦିକ ରୀତିରେ ବିବାହ କରିଥିଲେ ।
ଶାଶୂ ,ଶଶୁର ଓ ସ୍ୱାମୀ ଯୌତୁକ ନିର୍ଯାତନା ଦେଉଥିବା ନେଇ ଗତ ଫେବ୍ରୁଆରି ମାସରେ ନନ୍ଦିପଦା ଥାନାରେ ରୋଜିନା ଅଭିଯୋଗ କରିଥିଲେ । ପରେ ଆପୋଷ ବୁଝାମଣା ହୋଇଥିଲା । ଗତ ସାବିତ୍ରୀ ବ୍ରତ ପୂର୍ବରୁ ଉଭୟ ସ୍ବାମୀ-ସ୍ତ୍ରୀ ଆସି ଚକ୍ରଧରପୁର ଡାକ୍ତରଖାନାରେ ଥିବା ସରକାରୀ ବାସଗୃହରେ ରହୁଥିଲେ । ଆଜି ସକାଳେ ବିବାଦୀୟ ଢଙ୍ଗରେ ଝୁଲୁଥିବା ଶବକୁ ଉଦ୍ଧାର କରାଯାଇଛି । ହତ୍ୟା କରି ଫ୍ୟାନରେ ଟାଙ୍ଗି ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/07/26/suicide-2025-07-26-17-58-14.jpg)