କନକ ବ୍ୟୁରୋ:  ମୋ ଓଡ଼ିଶା, ସତରେ ଆମ ରାଜ୍ୟର ନାଁକୁ ନେଇ ଆମମାନଙ୍କର ଭାରି ଗର୍ବ । ଛାତି କୁଣ୍ଢେମୋଟ ହୋଇଯାଏ ଯେବେ ‘ମୁଁ  ଓଡ଼ିଆ ବୋଲି ଆମେ ବିଦେଶରେ କୁହନ୍ତି ।  କିନ୍ତୁ ଓଡ଼ିଆଭାବେ ପରିଚିତ ହେବା ପାଇଁ, ଓଡ଼ିଶାକୁ ଏକ ସ୍ବତନ୍ତ୍ର ରାଜ୍ୟ କୁହାଇବା ପାଇଁ ବହୁ ବରପୁତ୍ରଙ୍କ ଅବଦାନ ଥିଲା ଅତୁଳନୀୟ, ଅବର୍ଣ୍ଣନୀୟ ତେବେ ଆସନ୍ତୁ ଜାଣିବା କେମିତି ଓଡ଼ିଶା ପାଇଥିଲା ସ୍ବତନ୍ତ୍ର ମାନ୍ୟତା ।  

Advertisment
ଗୁଗୁଲ୍‌ ମ୍ୟାପ୍‌
ଗୁଗୁଲ୍‌ ମ୍ୟାପ୍‌ Photograph: (google)

ଆଜି ଉତ୍କଳ ଦିବସ । ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାକୁ ଆଜି ଦିନରେ ମିଳିଥିଲା ମାନ୍ୟତା । ସେଦିନ ଥିଲା ୧୯୩୬ ମସିହା ଏପ୍ରିଲ ୧ ତାରିଖ । ସମୟକ୍ରମେ ଖଣ୍ଡବିଖଣ୍ଡିତ ଅବସ୍ଥାରେ ପହଞ୍ଚିଥିବା ସୁବିସ୍ତୃତ ଓଡ଼ିଶା ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ରହିବା ପରେ ଏହି ଦିନରେ ଏକତ୍ର ହୋଇଥିଲା । ସ୍ବତନ୍ତ୍ର ପ୍ରଦେଶ ଭାବେ ଓଡ଼ିଶାକୁ ମିଳିଥିବା ମାନ୍ୟତାକୁ ସେହିଦିନରୁ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ‘ଉତ୍କଳ ଦିବସ’ ଭାବେ ପାଳନ କରାଯାଉଛି ।

ଗୁଗୁଲ ମ୍ୟାପ୍‌
ଗୁଗୁଲ ମ୍ୟାପ୍‌ Photograph: (google)

ହେଲେ ଦୁଃଖର କଥା ଆଜି ବି ଓଡ଼ିଶା ଅବହେଳିତ ନିଜ ରାଜ୍ୟରେ । ଏପରି କହିବାର କାରଣ ଆମେରିକୀୟ ସର୍ଚ୍ଚ ଇଞ୍ଜିନ ଗୁଗୁଲ୍ ମ୍ୟାପ୍ ଦ୍ଵାରା ପ୍ରକାଶିତ ଏକ ଖବର ଅନୁଯାୟୀ, ଭାରତ ଗୁଗୁଲ ମାନଚିତ୍ରରେ ଯଦି ଆମେ ଓଡ଼ିଶାକୁ ସର୍ଚ୍ଚ କରିବା ତେବେ ଓଡ଼ିଶା ଇଂରାଜୀରେ ଲେଖାଥିବା ପାଇବା । ହେଲେ ଗୁଗୁଲ ମ୍ୟାପ୍‌ରେ ଭାରତର ଅନ୍ୟ ରାଜ୍ୟଗୁଡିକର ନାମ ଇଂରାଜୀ ଲେଖାହେବା ସହ ନିଜ ନିଜ ଆଞ୍ଚଳିକ ଭାଷାରେ ଲେଖାଯାଇଛି କିନ୍ତୁ  ଓଡ଼ିଆ ରାଜ୍ୟର ପରିଚୟ ଯେ ଓଡ଼ିଆରେ ଲେଖାନଥିବା ସ୍ପଷ୍ଟଭାବେ ଦେଖିବାକୁ ମିଳିଛି ।  ଓଡ଼ିଶା ଓଡ଼ିଆ ଭାଷାରେ ଗୁଗୁଲ ମ୍ୟାପ୍‌ରେ ପ୍ରକାଶିତ ନ ହେବା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଏକ ଦୁର୍ଭାଗ୍ୟର ବିଷୟ ବୋଲି ମନେହୁଏ ଏବଂ ଓଡ଼ିଆମାନଙ୍କ ସ୍ୱାଭିମାନ ପ୍ରତି ଏକ କୁଠାରଘାତ ସଦୃଶ ।  ଯାହା ଏବେ ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ପାଲଟିଛି । ତେବେ କେବେ ଗୁଗୁଲ ମ୍ୟାପ୍‌ରେ ଓଡ଼ିଶାର ନାଁ  ଓଡ଼ିଆରେ ଲେଖାଥିବା ଦେଖିବାକୁ ମିଳିବ ତାହାକୁ ଏବେ ଅପେକ୍ଷା ।