କନକ ବ୍ୟୁରୋ :ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ ୩ରେ ଦୁଇ ଦିନିଆ ଥାଇଲ୍ୟାଣ୍ଡ୍‌ ଗସ୍ତରେ ଯାଇଛନ୍ତି । ଥାଇଲାଣ୍ଡ ସହ ଭାରତର ସମ୍ପର୍କ ବହୁତ ପୁରୁଣା । ଥାଇଲ୍ୟାଣ୍ଡ...ଯାହାକୁ ସିଆମ୍ ନାଁ ରେ ମଧ୍ୟ ସମସ୍ତେ ଜାଣନ୍ତି । ଏହା ଅନନ୍ୟ ସଂସ୍କୃତି, ସମୃଦ୍ଧ ଇତିହାସ ଏବଂ ସ୍ୱତନ୍ତ୍ର ରାଜକୀୟ ପରମ୍ପରା ପାଇଁ ପ୍ରସିଦ୍ଧ । ସାଧାରଣତଃ ଗୋଟିଏ ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ଆସେ...ପ୍ରଶ୍ନ ହେଉଛି ଥାଇଲ୍ୟାଣ୍ଡର ପ୍ରତ୍ୟେକ ରାଜାଙ୍କୁ 'ରାମ' ଉପାଧି କାହିଁକି ଦିଆଯାଏ ? ଏହା କେବଳ ଏକ ସଂଯୋଗ, ନା ଏହା ପଛରେ କିଛି ଐତିହାସିକ ଏବଂ ଧାର୍ମିକ କାରଣ ଲୁଚିକି ରହିଛି ? ଜାଣନ୍ତୁ, ଏହି ପରମ୍ପରା ପଛର ସମ୍ପୂର୍ଣ୍ଣ ଇତିହାସ ।

Advertisment
assad

 

ଥାଇଲ୍ୟାଣ୍ଡର ରାଜାଙ୍କୁ ‘ରାମ’ଉପାଧି କାହିଁକି ଦିଆଯାଏ?

ଥାଇଲ୍ୟାଣ୍ଡ ଏବଂ ଭାରତ ମଧ୍ୟରେ ସମ୍ପର୍କ କେବଳ ବାଣିଜ୍ୟ ଦୃଷ୍ଟିରୁ ନୁହେଁ ବରଂ ଧାର୍ମିକ ଏବଂ ସାଂସ୍କୃତିକ ଦୃଷ୍ଟିରୁ ମଧ୍ୟ ବହୁତ ଗଭୀର । ଦକ୍ଷିଣ ପୂର୍ବ ଏସିଆର ଅନେକ ଦେଶ ପରି ଥାଇଲ୍ୟାଣ୍ଡରେ ମଧ୍ୟ ହିନ୍ଦୁ ଏବଂ ବୌଦ୍ଧ ପରମ୍ପରାର ପ୍ରଭାବ ଦେଖାଯାଏ । ଥାଇ ସମାଜରେ ରାମାୟଣକୁ ରାମକିଏନ୍ କୁହାଯାଏ, ଏହା କେବଳ ଏକ ମହାକାବ୍ୟ ନୁହେଁ ବରଂ ଜାତୀୟ ଗୌରବର ପ୍ରତୀକ । 

dfhgtfh

ଏହି ଘଟଣା ୧୭୮୨ ମସିହାର ଯେତେବେଳେ ଚକ୍ରୀ ରାଜବଂଶର ସ୍ଥାପନା ହୋଇଥିଲା । ପୂର୍ବରୁ ରାଜା ପୂଥ୍ୟୟୋଫ୍ତା ଚାଲୁଲୋକ ତାଙ୍କ ନିଜକୁ ଉପାଧି ଭାବରେ 'ଫାନ୍ ଦିନ୍ ଟୋନ୍' ଦେଇଥିଲେ, ଯାହାର ଅର୍ଥ 'ମୂଳ ଶାସକ' । ଏହି ଉପାଧିକୁ ନେଇ ସେତେବେଳେ ସମସ୍ୟା ଉପୁଜିଥିଲା । କାରଣ କ୍ରମ ଅନୁସାରେ ଏହି ଉପାଧି ପରବର୍ତ୍ତି ରାଜାଙ୍କୁ 'ମଧ୍ୟମ' ଏବଂ 'ଶେଷ ଶାସକ' ଉପାଧି ଭାବରେ ସମ୍ବୋଧିତ ହେଉଥିଲା । ବହୁତ ପରେ, ଥାଇଲ୍ୟାଣ୍ଡର ଚକ୍ରୀ ରାଜବଂଶର ଷଷ୍ଠ ରାଜା ବଜିରାବୁଧଙ୍କ ଶାସନ ସମୟରୁ ରାଜାମାନଙ୍କୁ 'ରାମ'ଙ୍କ ନାମ ଅନୁସାରେ ଉପାଧି ମିଳିବା ଆରମ୍ଭ ହୋଇଥିଲା । ସେବେଠାରୁ ଏହି ପ୍ରଥା ବର୍ତ୍ତମାନ ପର୍ଯ୍ୟନ୍ତ ଚାଲିଆସିଛି ।  

swfse

ଥାଇଲ୍ୟାଣ୍ଡର ଅଯୋଧ୍ୟା

ଅଯୋଧ୍ୟା... ଏହି ନାମ ଶୁଣିବା ମାତ୍ରେ ପ୍ରଭୁ ରାମଙ୍କ ନଗରୀର ଦୃଶ୍ୟ ଆମ ଆଖି ସାମ୍ନାରେ ଉଠେ । ସେହିପରି ଥାଇଲ୍ୟାଣ୍ଡରେ ମଧ୍ୟ ଏକ ଅଯୋଧ୍ୟା ଅଛି ।  ଏହାକୁ ସମସ୍ତେ ଅୟୁଥୟା ଭାବରେ ଜାଣନ୍ତି । ଥାଇଲ୍ୟାଣ୍ଡର ଏହି ପ୍ରାଚୀନ ସହର କେବଳ ଏହାର ଗୌରବମୟ ଅତୀତ ପାଇଁ ପ୍ରସିଦ୍ଧ ତା' ନୁହେଁ ବରଂ ଭାରତ ଏବଂ ଥାଇଲ୍ୟାଣ୍ଡ ମଧ୍ୟରେ ଥିବା ଗଭୀର ସାଂସ୍କୃତିକ ସମ୍ପର୍କର ପ୍ରତୀକ । ଅୟୁଥୟା ୧୩୫୧ ଖ୍ରୀଷ୍ଟାବ୍ଦରେ ସ୍ଥାପନା ହୋଇଥିଲା, ଯେତେବେଳେ ଏହାକୁ ସିଆମ୍ ଅର୍ଥାତ୍ ପ୍ରାଚୀନ ଥାଇଲ୍ୟାଣ୍ଡର ଶାସକମାନଙ୍କ ରାଜଧାନୀ କରାଯାଇଥିଲା । ଏହାର ନାମ ସଂସ୍କୃତ ଶବ୍ଦ ଅଯୋଧ୍ୟାରୁ ଆସିଛି । ଅୟୁଥୟାରେ ରାମାୟଣର ଚରିତ୍ରମାନଙ୍କୁ ମନ୍ଦିର, ମୂର୍ତ୍ତି ଏବଂ ଚିତ୍ରକଳାଗୁଡ଼ିକରେ ଚିତ୍ରିତ କରାଯାଇଛି । ଏଠାକାର ରାଜକୀୟ ପରମ୍ପରାରେ ମଧ୍ୟ ଭାରତୀୟ ସଂସ୍କୃତିର ଝଲକ ଦେଖିବାକୁ ମିଳେ ।