ପରିକ୍ରମା ପ୍ରକଳ୍ପର ଜିପିଆର୍‌ ରିପୋର୍ଟ କାହିଁକି ହେଉନି ସାର୍ବଜନୀନ; ୪୧ଲକ୍ଷ ଖର୍ଚ୍ଚ ହେଲା, ଐତିହ୍ୟ କୀର୍ତ୍ତିରାଜି ଯାଞ୍ଚ କରାଗଲା

Advertisment

୪୧ଲକ୍ଷା ଖର୍ଚ୍ଚ ହେଲା, ଐତିହ୍ୟ କୀର୍ତ୍ତିରାଜି ଯାଞ୍ଚ କରାଗଲା । ହେଲେ ତଥ୍ୟ ପାଉନାହାଁନ୍ତି ଜନତା । ରିପୋର୍ଟ ସାର୍ବଜନୀନ ନେଇ ଉଠିଲା ଦାବି ।

୪୧ଲକ୍ଷା ଖର୍ଚ୍ଚ ହେଲା, ଐତିହ୍ୟ କୀର୍ତ୍ତିରାଜି ଯାଞ୍ଚ କରାଗଲା । ହେଲେ ତଥ୍ୟ ପାଉନାହାଁନ୍ତି ଜନତା । ରିପୋର୍ଟ ସାର୍ବଜନୀନ ନେଇ ଉଠିଲା ଦାବି ।

ସର୍ଭେ ରିପୋର୍ଟରେ କଣ ଅଛି?

ସର୍ଭେ ରିପୋର୍ଟରେ କଣ ଅଛି? Photograph: (kanakNews)

କନକ ବ୍ୟୁରୋ:  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ ହେବା ଆଗରୁ, ଶ୍ରୀମନ୍ଦିର ଚତୁଃପାର୍ଶ୍ବର ଗ୍ରାଉଣ୍ଡ୍‌ ପେନିଟ୍ରେଟିଂ ରାଡାର ବା ଜିପିଆର ସର୍ଭେ କରାଯାଇଥିଲା । ପୂର୍ବ ସରକାରଙ୍କର ଏହା ସ୍ୱପ୍ନର ପ୍ରକଳ୍ପ ଥିଲା । ତେଣୁ ନିୟମ ଅନୁଯାୟୀ, ରାତାରାତି ସର୍ଭେ କରାଯାଇଥିଲା । ନିୟମ କହୁଛି, ଐତିହ୍ୟସଂପନ୍ନ ସ୍ଥାନରେ ଖନନ, ନିର୍ମାଣ କରିବା ପୂର୍ବରୁ ଜିପିଆର ସର୍ଭେ ଓ ମାଟି ତଳର ସ୍ଥିତି ଜାଣିବା ବାଧ୍ୟତାମୂଳକ । ଯଦି ମାଟିତଳେ କିଛି ଐତିହ୍ୟ କୀର୍ତ୍ତିରାଜି ରହିଛି, ଏହାକୁ ସୁରକ୍ଷିତ ଉଦ୍ଧାର କରିବାର ନିୟମ ରହିଛି । ଏଥିପାଇଁ ରାଜ୍ୟ ରାଜକୋଷରୁ ୪୧ଲକ୍ଷ ୬୦ହଜାର ଟଙ୍କା ଖର୍ଚ୍ଚ କରାଗଲା ।

ଗାନ୍ଧୀନଗର ଆଇଆଇଟି ଏହି ସର୍ଭେ କରିଥିଲା । କିନ୍ତୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବର ଏହି ସର୍ଭେ ରିପୋର୍ଟ ଆଜି ପର୍ଯ୍ୟନ୍ତ ଲୋକଲୋଚନକୁ ଆସିପାରିଲାନି।  ରିପୋର୍ଟକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ । ମନ୍ଦିର ଚାରିକଡ଼ ମାଟିତଳେ କିଛି ଐତିହ୍ୟ କୀର୍ତ୍ତିରାଜି ରହିଛି କି? ସର୍ଭେ ପରେ ରିପୋର୍ଟ କାହିଁକି ସାର୍ବଜନୀନ ହେଲାନି? ପରିକ୍ରମା ମାର୍ଗ ପାଇଁ ପ୍ରାଚୀନ ମଠ ଭଙ୍ଗାଯାଇଥିଲା, ସେଥିରୁ କଣ ବାହାରିଛି ? ଶ୍ରୀମନ୍ଦିର ପରିକ୍ରମା ମାର୍ଗ ତଳେ ଅଛି କ’ଣ? ଗାନ୍ଧୀନଗର ଆଇଆଇଟି ଏହି ସର୍ଭେ କରିବା ପରେ ରିପୋର୍ଟ ଓବିସିସିକୁ ହସ୍ତାନ୍ତର କରିଥିଲା । କିନ୍ତୁ ଆଜିଯାଏଁ ରିପୋର୍ଟରେ କଣ ଅଛି କେହି ଜାଣି ପାରିଲେନି। ଏବେ ଦେଖିବାର କଥା ସରକାର ଏ ଦିଗରେ କଣ ପଦକ୍ଷେପ ନେଉଛନ୍ତି  ଏବଂ ଲୋକଙ୍କ ମନରେ ଥିବା ପ୍ରଶ୍ନର କିପରି ସମାଧାନ କରୁଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe