କି ପାପ କରିଛି ଧର୍ମଗଡ଼: ରେଳ ସଂପ୍ରସାରଣରେ କାହିଁକି ବାରମ୍ବାର ଅଣଦେଖା

Advertisment

କଳାହାଣ୍ଡି ଜିଲ୍ଲା ଧର୍ମଗଡକୁ ଦୀର୍ଘ ବର୍ଷ ଧରି ଜୁନାଗଡ଼ଠାରୁ ଧର୍ମଗଡ ପର୍ଯ୍ୟନ୍ତ ରେଲୱେ ଲାଇନ ସମ୍ପ୍ରସାରଣ ପାଇଁ ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ଏପରି ତତ୍କାଳୀନ ସାଂସଦ ବସନ୍ତ ପଣ୍ଡା ଓ ବର୍ତ୍ତମାନର ସାଂସଦ ମାଳବିକା ଦେବୀ ସଂସଦରେ ଏହି ଦାବି ଉଠାଇଛନ୍ତି।

କଳାହାଣ୍ଡି ଜିଲ୍ଲା ଧର୍ମଗଡକୁ ଦୀର୍ଘ ବର୍ଷ ଧରି ଜୁନାଗଡ଼ଠାରୁ ଧର୍ମଗଡ ପର୍ଯ୍ୟନ୍ତ ରେଲୱେ ଲାଇନ ସମ୍ପ୍ରସାରଣ ପାଇଁ ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ଏପରି ତତ୍କାଳୀନ ସାଂସଦ ବସନ୍ତ ପଣ୍ଡା ଓ ବର୍ତ୍ତମାନର ସାଂସଦ ମାଳବିକା ଦେବୀ ସଂସଦରେ ଏହି ଦାବି ଉଠାଇଛନ୍ତି।

efe

Photograph: (kanak news)

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଧର୍ମଗଡକୁ ଦୀର୍ଘ ବର୍ଷ ଧରି ଜୁନାଗଡ଼ଠାରୁ ଧର୍ମଗଡ ପର୍ଯ୍ୟନ୍ତ ରେଲୱେ ଲାଇନ ସମ୍ପ୍ରସାରଣ ପାଇଁ ଅଞ୍ଚଳବାସୀ ଦାବି କରିଆସୁଛନ୍ତି। ଏପରି ତତ୍କାଳୀନ ସାଂସଦ ବସନ୍ତ ପଣ୍ଡା ଓ ବର୍ତ୍ତମାନର ସାଂସଦ ମାଳବିକା ଦେବୀ ସଂସଦରେ ଏହି ଦାବି ଉଠାଇଛନ୍ତି। ତଥାପି ବାରମ୍ବାର ନିରାସ ହେଉଛନ୍ତି ଧର୍ମଗଡ଼ବାସୀ। ଏଥର ଆଉ ନୁହେଁ, ଆନ୍ଦୋଳନ ପାଇଁ ସଜବାଜ ହେଲେଣି ଅଞ୍ଚଳବାସୀ।

କଳାହାଣ୍ଡିର ଜୁନାଗଡ଼ ରୋଡ଼ରୁ ନବରଙ୍ଗପୁର ପର୍ଯ୍ୟନ୍ତ ରେଳ ଧାରଣା ସମ୍ପ୍ରସାରଣ ହେବ। ତାହା ଧର୍ମଗଡ଼ ଦେଇ ଯିବ। ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଘୋଷଣା ପରେ ଜିଲ୍ଲାବାସୀ ଖୁସି ହୋଇଥିଲେ। ରେଳ ଯାତ୍ରାକୁ ନେଇ ସ୍ୱପ୍ନ ଦେଖିଥିଲେ। କିନ୍ତୁ ଘୋଷଣା କାର୍ଯ୍ୟକାରୀ ନହେବାରୁ ଆଶା ମଉଳି ଯାଉଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁଁ ପ୍ରକଳ୍ପର ଭବିଷ୍ୟତକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ବର୍ତ୍ତମାନ ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହୋଇଛି। ସେଥିରେ ଧର୍ମଗଡ଼ର ନାଁ ନଥିବାରୁ ଧର୍ମଗଡ଼ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। 

କଳାହାଣ୍ଡିର ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଓ ବର୍ତ୍ତମାନ ସାଂସଦ ମାଳବିକା ଦେବୀ ଲୋକସଭାରେ ଧର୍ମଗଡ଼ ରେଲୱେ ଲାଇନ ସମ୍ପ୍ରସାରଣ ପାଇଁ ଦାବି କରିଛନ୍ତି। ତଥାପି ଜୁନାଗଡ଼ରୁ ନବରଙ୍ଗପୁର ପର୍ଯ୍ୟନ୍ତ ରେଲୱେ ଲାଇନରେ ଧର୍ମଗଡ଼କୁ ସାମିଲ ନକରି ବୈମାତୃକ ମନୋଭାବ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ମନ୍ତ୍ରୀ ଓ ସାଂସଦଙ୍କ ପ୍ରତିଶ୍ରୁତି ମିଛ ବୋଲି କହି ନିନ୍ଦା କରିଛନ୍ତି। ଏବଂ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe