କାହିଁକି କିଛିଦିନ ହେବ ଭାରତରେ ସ୍ଲୋ ହେଉଛି ଇଣ୍ଟରନେଟ୍, ଜାଣନ୍ତୁ ପ୍ରକୃତ କାରଣ

ଏକ ରିପୋର୍ଟ ମୁତାବକ ଲାଲ ସାଗରରେ ଭୁଲରେ ଏକ ବାଣିଜ୍ୟିକ ଜାହାଜ ନିଜର ଲଙ୍ଗର ପକାଇ ଦେଇଥିଲେ । ଏହି ଲଙ୍ଗର ୪ଟି କେବୁଲକୁ ଘୋଷାଡି ନେଇଥିଲା । ଫଳରେ କେବୁଲ କଟି ଯାଇଥିଲା । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସମୁଦ୍ରରେ କେବୁଲ ସର୍ବାଧିକ ଗଭୀରତାରେ ବିଛା ଯାଇଥିାଏ ।

18

କନକ ବ୍ୟୁରୋ : କିଛିିଦିନ ତଳେ ଲାଲ୍ ସାଗରରେ ଇଣ୍ଟରନେଟ୍ କେବୁଲ କଟିଯାଇଥିଲା । ଯାହାର ପ୍ରଭାବ, ଭାରତ, ପାକିସ୍ତାନ ସହ ଅନେକ ଦେଶ ଉପେ ପଡ଼ିଛି । କେବୁଲ କଟିବା କାରଣରୁ ଇଣ୍ଟରନେଟ ସ୍ପିଡ୍ ବି କମିଯାଇଛି । ହେଲେ କିଛି ଅଞ୍ଚଳରେ ମାତ୍ରାଧିକ ସ୍ପିଡ କମିବା କାରଣରୁ ଏହାକୁ ନେଇ ଚର୍ଚ୍ଚା ହେଉଛି । କିଛି ଲୋକଙ୍କ ମତରେ ହୋତି ବିଦ୍ରୋହୀମାନେ ସମୁଦ୍ର ଭିତରେ ଇଣ୍ଟରନେଟ୍ କେବୁଲ କାଟି ଦେଇଛନ୍ତି । ହେଲେ ଏହାର ପ୍ରକୃତ କାରଣ ଏବେ ସାମ୍ନାକୁ ଆସଛି । 

ଏକ ରିପୋର୍ଟ ମୁତାବକ ଲାଲ ସାଗରରେ ଭୁଲରେ ଏକ ବାଣିଜ୍ୟିକ ଜାହାଜ ନିଜର ଲଙ୍ଗର ପକାଇ ଦେଇଥିଲେ । ଏହି ଲଙ୍ଗର ୪ଟି କେବୁଲକୁ ଘୋଷାଡି ନେଇଥିଲା । ଫଳରେ କେବୁଲ କଟି ଯାଇଥିଲା । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ସମୁଦ୍ରରେ କେବୁଲ ସର୍ବାଧିକ ଗଭୀରତାରେ ବିଛା ଯାଇଥିାଏ । ଥରେ କେବୁଲ କଟିଗଲେ ଏହାକୁ ସଜାଡ଼ିବାକୁ ଅତ୍ୟାଧୁନିକ ଟେକ୍ନୋଲୋଜୀର ଆବଶ୍ୟକତା ରହିଛି । ସମୁଦ୍ରର ଗଭୀରତାକୁ ଯାଇ କେବୁଲ କଟିଥିବା ସ୍ଥାନକୁ ଚିହ୍ନଟ କରିବା ଓ ଏହାକୁ ସଜାଡିବା ଏକ ସାଧାରଣ ଅଭିଯାନ ନୁହେଁ । ଏଥିପାଇଁ ମାସ ମାସ ସମୟ ଲାଗିବ । 

ବିଶେଷଜ୍ଞ କହିଛନ୍ତି ଏହା ବ୍ୟତୀତ ଜାହାଜର ଲଙ୍ଗର, ପ୍ରକୃତିକ ବିପର୍ଯ୍ୟୟ କିମ୍ବା ଦୁଲ୍ଲର୍ଭ ମାମଲା ସହ ଜାଣିଶୁଣି ଏଭଳି କରାଯାଇପାରିବ । ଏତେ ଗଭୀର ସମୁଦ୍ରରେ ତାର ବିଛାଯାଇଛି କି, ଏହା ଚିହ୍ନଟ କରିବା ଏବେ ସମ୍ଭବ ହୋଇପାରିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe