କନକ ବ୍ୟୁରୋ: କନକ ନ୍ୟୁଜରେ ପ୍ରଦେଶ ମହିଳା କଂଗ୍ରେସର ସଭାନେତ୍ରୀ ମୀନାକ୍ଷୀ ବାହିନୀପତି । ଗୁରୁଦାୟିତ୍ୱ ମିଳିବା ପରେ ପ୍ରଥମଥର ପାଇଁ ରଖିଲେ ପ୍ରତିକ୍ରିୟା । କହିଲେ,କଂଗ୍ରେସ ମୋତେ ଗୁରୁତ୍ୱଦାୟିତ୍ୱ ଦେଇଛି । ଜିଲ୍ଲା ସଭାପତି ଭାବେ ୧୨ ବର୍ଷ ବହୁତ ଭଲରେ କାମ କରିଛି । ବିଜେଡି ସରକାର ସମୟରେ ଆମେ ବହୁତ ସଂଘର୍ଷ କରିଥିଲୁ । ଆଉ ବିଧାନସଭା ନିର୍ବାଚନରେ ଭଲ କରିଥିଲା କଂଗ୍ରେସ । କଂଗ୍ରେସ ପୂର୍ବରୁ ବିଜେଡି ସରକାର ସହ ଲଢ଼େଇ କରୁଥିଲା ଏବେ ବିଜେପି ସରକାର ସହ ଲଢ଼େଇ କରିବ । ଯେଉଁ ସରକାର ମା’ ମାଟିକୁ ସମ୍ମାନ ଦେଇନି ସେ ସରକାର ରହିକି କି ଲାଭ । ଏ ସରକାର ଆସିବା ପରେ ମହିଳାଙ୍କଠାରୁ ଛାତ୍ରଛାତ୍ରୀ କେହି ସୁରକ୍ଷିତ ନାହାନ୍ତି । ଆମ କଂଗ୍ରେସ ଦଳ ଦୁର୍ବଳ ହୋଇନି । ଆମ ଦଳ ଏକ ହୋଇ ଅଛି ଆଗକୁ ବି ଏକ ହୋଇ ରହିବ । ବିଜେଡି ୨୪ ବର୍ଷ ସରକାରରେ ରହିବା ପରେ ନା ଯବକଙ୍କୁ ନିଯୁକ୍ତି ମିଳିଛି ନା କେଉଁଠି ମହିଳା ସଶକ୍ତି ହୋଇଛି । ଏ ବିଜେପି ସରକାର ବି ସେହି ଜିନିଷକୁ ଦୋହରାଉଛି । ଆମ କଂଗ୍ରେସ ଦଳ ଯେଉଁଠି ଥିଲା ସେହିଠାରେ ହିଁ ଅଛି ।  ଲୋକମାନେ ବୁଝି ସାରିଲେଣି । ଏଥର ଠିକ ସମୟରେ ଠିକ ଜବାବ ଦେବେ ଲୋକ । 

Advertisment

ଆହୁରି କହିଛନ୍ତି, ଆମ ନେତା ଆସି ଯାହା ଗୁରୁମନ୍ତ୍ର ଦେବେ ତାକୁ ନେଇ ଆମେ ମହିଳା ସମାବେଶ କରିବୁ । ଏହାପରେ ଆମ ସଭାନେତ୍ରୀ ଅଲକା ଲାମ୍ୱାଙ୍କୁ ସ୍ୱାଗତ କରିବୁ । ସେ ଆସିବେ ଓଡ଼ିଶା ବୁଲି ମହିଳାଙ୍କ ସହ ଖୋଲାଖୋଲି ଆଲୋଚନା କରିବୁ । ସବୁ ନିର୍ବାଚନ ମଣ୍ଡଳୀରେ ପଶି ମହିଳାଙ୍କୁ ଏକାଠି କରିବୁ, ନ୍ୟାୟ ପାଇଁ ଲଢିବୁ । ମୁଁ କଂଗ୍ରେସ ପାଇଁ ତୃଣମୂଳ ସ୍ତରରୁ କାମ କରିଆସିଛି । ଦଳ ସେଥିପାଇଁ ମୋତେ ଭରସା କରିଛି । କଂଗ୍ରେସକୁ ନେଇ କେବେ ଅଭିମାନ କରିନି । 

ଏ ସ୍ଥାନରେ ପହଞ୍ଚିବାକୁ ବହୁତ କଷ୍ଟ କରିବାକୁ ପଡ଼ିଛି । ଆଜି ଯାଏ ଯେତେ କଂଗ୍ରେସ ସଭାପତି ହୋଇଛନ୍ତି ସମସ୍ତଙ୍କ ସହ ମୁଁ ଭଲରେ କାମ କରିଛି । ଏବେ ଭକ୍ତ ଦାସଙ୍କ ନେତୃତ୍ୱରେ କଂଗ୍ରେସ ବହୁତ ଆଗକୁ ବଢୁଛି । ଏବେ ଯାହା ବି କଂଗ୍ରେସ ପାଇଁ କାମ ହେଉଛି ତାହା ବହୁତ ଭଲ ହୋଇଛି । ଏବେ ଠିକଠାକ ଚାଲିଛି କଂଗ୍ରେସ ରାଜନୀତି । ଲୋକ ପଛରେ ରହିବି ବହୁତ ଭଲ କାମ କରନ୍ତି । କଂଗ୍ରେସ ପରିବାର ଗୋଟିଏ ସୂତାରେ ସମସ୍ତଙ୍କୁ ବାନ୍ଧି ରଖିବା ସବୁଠାରୁ ଭଲ ଗୁଣ । ଆମ ଭିତରେ ଯେଉଁ ଟଣାଓଟରା ଅଛି ତାକୁ ଯଦି କଂଗ୍ରେସ ବନ୍ଦ କରିଦେବ ତେବେ ଆଗକୁ ବଢ଼ିବ । ବିଜେଡି ସମୟରେ ବହୁତ ସମସ୍ୟା ଥିଲା ହେଲେ ଆମେ ତାକୁ ଲୋକ ନେଇ ଲୋକଙ୍କ ପାଖକୁ ଯାଇ ପାରିଲୁନି ବୋଲି କହିଛନ୍ତି କଂଗ୍ରେସ ମହିଳା ସଭାପତି ।