କନକ ବ୍ୟୁରୋ : କୁହନ୍ତି ମହିଳା ସେତେବେଳେ ସମ୍ପୂର୍ଣ୍ଣ ହୁଅନ୍ତି ଯେତେବେଳେ ସେ ମା’ ଡାକ ଶୁଣନ୍ତି । ମା’ହେବାର ସ୍ୱପ୍ନ ପ୍ରତ୍ୟେକ ମହିଳାଙ୍କର ଥାଏ । ଜଣେ ନାରୀ ୯ ମାସ ଅସହ୍ୟ କଷ୍ଟ ସହି ଯେତେବେଳେ ପିଲାକୁ ଜନ୍ମ ଦିଏ କୁଆଁ କୁଆଁ କାନ୍ଦ ଶୁଣିବା ମାତ୍ରେ ନିମିଷକରେ ତା’ର କଷ୍ଟ କେଉଁଠି ଉଭେଇଯାଏ । ସେଥିପାଇଁ ତ କୁହାଯାଏ ଜନନୀ ଜନ୍ମଭୂମିଶ୍ଚ ସ୍ଵର୍ଗାଦପି ଗରୀୟସୀ । ଛୁଆର ପ୍ରଥମ କାନ୍ଦ ପ୍ରତିଟି ମା’ ପାଇଁ ଖାସ୍ ହୋଇଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତି କି ଯେ ପିଲା କାହିଁକି କାନ୍ଦେ ? ଏହାଦ୍ୱାରା ଡାକ୍ତର କିପରି ବୁଝିଥା’ନ୍ତି ଯେ ପିଲା ଠିକ୍ ଅଛି?
ଜନ୍ମ ପରେ ତ ପିଲା ନିଜେ ନିଶ୍ୱାସ ନେବା ଆରମ୍ଭ କରିଦିଏ କିନ୍ତୁ ଜନ୍ମ ପୂର୍ବରୁ ମାଆ ପେଟରେ ଥିଲାବେଳେ ଛୁଆଟି କିପରି ଜୀବିତ ରହେ ? ସେ ନା ତ ନିଶ୍ୱାସ ନିଏ, ନା ହିଁ କଥା କହେ, ତଥାପି ତାହାର ଶରୀରକୁ ଯାହା ଦରକାର ଥାଏ, ତାହା ସବୁ କିପରି ମିଳେ ? ଏହି ପ୍ରଶ୍ନର ଉତ୍ତର ପ୍ରତ୍ୟେକ ମାତାପିତାଙ୍କୁ ଜାଣିବା ଉଚିତ । ମାଆ ପେଟରେ ଥିବାବେଳେ ଶିଶୁର ଶରୀର ଧୀରେ ଧୀରେ ବାହାରର ଦୁନିଆ ପାଇଁ ପ୍ରସ୍ତୁତ ହୋଇଥାଏ । କିନ୍ତୁ ଏହି ସମୟରେ ଶିଶୁର ଜୀବନ ବଞ୍ଚିବାର ଉପାୟ ଟିକେ ଭିନ୍ନ ହୋଇଥାଏ । ତା’ର ପ୍ରତ୍ୟେକ ଜିନିଷର ଯତ୍ନ ମାଆର ଶରୀର ଉପରେ ନିର୍ଭର କରେ ।
/filters:format(webp)/kanak/media/media_files/2025/07/31/new-born-baby-2025-07-31-19-25-56.jpg)
ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ , ଡାକ୍ତର କୁହନ୍ତି ଯେ ଗର୍ଭରେ ପିଲା ନିଜ ଫୁସଫୁସର ବ୍ୟବହାର କରେନାହିଁ । ତାହାକୁ ଯେଉଁ ଅମ୍ଳଜାନ ଦରକାର ହୋଇଥାଏ, ତାହା ପ୍ଲେସେଣ୍ଟା ମାଧ୍ୟମରେ ହିଁ ମିଳିଥାଏ । ମାଆର ରକ୍ତରେ ଯେଉଁ ଅମ୍ଳଜାନ ଥାଏ, ତାହା Placenta ଏବଂ ଗର୍ଭନଳୀ ମାଧ୍ୟମରେ ହିଁ ପିଲା ପାଖରେ ପହଞ୍ଚିଥାଏ । ଗର୍ଭନଳୀ ଅର୍ଥାତ୍ umbilical cord ର ଭୂମିକା ଏଠାରେ ମୁଖ୍ୟ ହୋଇଥାଏ । ଏହା ନା କେବଳ ଅମ୍ଳଜାନ ବରଂ ଖାଦ୍ୟ ଏବଂ ରୋଗରୁ ବଞ୍ଚାଇବା ପାଇଁ ଆଣ୍ଟିବଡି ମଧ୍ୟ ପିଲାକୁ ଦେଇଥାଏ । ଡାକ୍ତର ଅକ୍ଷୟ ବୁଧରାଜା କହିଛନ୍ତି ଯେ ଯଦି କୌଣସି କାରଣରୁ umbilical cord ରେ ଅମ୍ଳଜାନର ମାତ୍ରା କମ ହୋଇଯାଏ ତେବେ ଏହାକୁ ଫିଟଲ ହାଇପୋକ୍ସିଆ କୁହାଯାଏ । ଏହାଦ୍ୱାରା ପିଲାର ମସ୍ତିଷ୍କ, ହୃଦୟ ଏବଂ ଶରୀରର ଅନ୍ୟ ଅଂଶ ଉପରେ ଖରାପ ପ୍ରଭାବ ପକାଇପାରେ । ଅମ୍ଳଜାନର ଅଭାବରୁ ପିଲାର ବିକାଶ ଅଟକିପାରେ । ଡେଲିଭରୀ ସମୟରେ ଅସୁବିଧା ହୋଇପାରେ ।
ଡାକ୍ତର କୁହନ୍ତି ଯେ ଜନ୍ମର କିଛି ସେକେଣ୍ଡ ଅର୍ଥାତ୍ ୮ ସେକେଣ୍ଡ ପରେ ପିଲା ପ୍ରଥମ ଥର ପାଇଁ ନିଶ୍ୱାସ ନିଏ । ଏହି ପ୍ରକ୍ରିୟା ତାହାର ଫୁସଫୁସରେ ପବନ ଭରିବା ପାଇଁ ବହୁତ ଜରୁରି ହୋଇଥାଏ । ପିଲାର କାନ୍ଦିବା ଏହି କଥାର ସଙ୍କେତ ଦେଇଥାଏ ଯେ ତାହାର ଫୁସଫୁସ କାମ କରିବା ଆରମ୍ଭ କରିଦେଇଛି । ଯଦି ପିଲା କାନ୍ଦେନାହିଁ ତେବେ ଡାକ୍ତର ତୁରନ୍ତ ତାହାର ଯାଞ୍ଚ କରନ୍ତି । ଡାକ୍ତର କୁହନ୍ତି ଯେ ଆମେ ମେସିନଦ୍ୱାରା ପିଲାର ପାଟି ଏବଂ ନାକ ସଫା କରିଥାଉ । ତାହାକୁ ଅମ୍ଳଜାନ ଦେଇଥାଉ ଏବଂ ଦରକାର ପଡିଲେ CPR ମଧ୍ୟ ଦେଇଥାଉ ।
ନର୍ମାଲ ଡେଲିଭରୀରେ ପିଲା ଯେତେବେଳେ ଜନ୍ମ ହୁଏ ତାହାର ଛାତି ଉପରେ ଟିକେ ଚାପ ପଡ଼ିଥାଏ, ଯେଉଁଥିପାଇଁ ତାହାର ଫୁସଫୁସରେ ଥିବା ପାଣି ବାହାରିଯାଏ । କିନ୍ତୁ ସିଜେରିୟନ ଯାହାକୁ C-section ଡେଲିଭରୀ ମଧ୍ୟ କୁହାଯାଏ, ସେଥିରେ ଏମିତି ହୋଇନଥାଏ । ସେଥିପାଇଁ କିଛି ପିଲାଙ୍କୁ ନିଶ୍ୱାସ ନେବାରେ ଟିକେ ଅସୁବିଧା ହୋଇପାରେ । ଯଦି ପିଲା ସମୟ ପୂର୍ବରୁ ଜନ୍ମ ହୋଇଯାଏ, ତେବେ ତାହାର ଫୁସଫୁସ ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇନଥାଏ । ସେଥିପାଇଁ ତାହାକୁ ନିଶ୍ୱାସ ନେବାରେ ଅସୁବିଧା ହୋଇପାରେ । ଏମିତି ପିଲାଙ୍କୁ ଅନେକ ଥର ଭେଣ୍ଟିଲେଟର କିମ୍ବା ଅମ୍ଳଜାନ ଥେରାପୀର ଦରକାର ପଡିଥାଏ । ଯଦି ମାଆକୁ ଆସ୍ଥମା କିମ୍ବା ଫୁସଫୁସ୍ ସହିତ ଜଡ଼ିତ କୌଣସି ରୋଗ ଥାଏ, ତେବେ ଏହାର ପ୍ରଭାବ ପିଲାର ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ।