କନକ ବ୍ୟୁରୋ : ଅଲୋଡ଼ା -କଳାକାର ଖୋଜା ପଡ଼ିଲେ । ପୁଣି ଅଭିନୟ ଜଗତକୁ ଫେରିବେ ଗପ ହେଲେ ବି ସତ ସିନେମାର ନାୟକ ହରିଶ ମହାପାତ୍ର । କନକ ନ୍ୟୁଜରେ ଏକ ଆଲୋଚନାରେ ହରିଶଙ୍କୁ ମିଳିଛି ଅଭିନୟର ଅଫର୍ । ଆଉ ହରିଶ ବି ସିନେ ଦୁନିଆକୁ ଫେରିବାର ସଂକେତ ଦେଇଛନ୍ତି । 

Advertisment

ଆପଣଙ୍କର ମନେ ଥିବ ‘ ଏ ବନର ଛାଇ, ଜହିଁ ପ୍ରଥମ ପ୍ରେମ ଚଇତି ’ ଏ ଗୀତଟି ଆଜି ବି ପ୍ରତ୍ୟେକ ଓଡ଼ିଆ ସଂଗୀତପ୍ରେମୀଙ୍କୁ ଆନମନା କରିଦିଏ । ହେଲେ ଏ ଗୀତର ନାୟକ ଆଜି ବି ଅଲୋଡ଼ା, ଅଖୋଜା । ଖୋଜା ପଡୁନାହାନ୍ତି ଓଲିଉଡ୍ ସିନେମାର ପ୍ରଥମ ରଙ୍ଗୀନ ସିନେମାର ରଙ୍ଗୀନ ହିରୋ ହରିଶ ମହାପାତ୍ର । କନକ ନ୍ୟୁଜର ଏକ ଆଲୋଚନା କାର୍ଯ୍ୟକ୍ରମରେ ଏ ଗୀତ ପଛର ଚେହେରା ଆଜି ଅଭିମାନ ଭରା କଣ୍ଠରେ ନିଜର କ୍ଷୋଭ, ଦୁଃଖକୁ ବଖାଣିଲା ବେଳେ ବେଶ୍ ଭାବବିହ୍ବଳ ହୋଇ ପଡ଼ିଥିଲେ । ଆଲୋଚନାରେ ଭାଗ ନେବା ବେଳେ ପୁଣି ଥରେ ଅଭିନୟ ଜଗତକୁ ଫେରିଆସିବା ପାଇଁ ହରିଶ ମହାପାତ୍ରଙ୍କୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର । ତାଙ୍କ ଆଗାମୀ ଚଳଚ୍ଚିତ୍ରରେ ହରିଶଙ୍କୁ ଅଭିନୟ କରିବା ପାଇଁ ସୁଯୋଗ ଦେବେ ବୋଲି କହିଛନ୍ତି ସବ୍ୟସାଚୀ । ଅଲୋଡ଼ା କଳାକାର ପୁଣି ଥରେ ସିଲଭର୍  ସ୍କ୍ରିନକୁ ଫେରିବେ । ସେପଟେ ସୁପରଷ୍ଟାର ବାବୁଶାନ ମହାନ୍ତି ମଧ୍ୟ ହରିଶଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ଗପ ହେଲେ ବି ସତ, କନକଲତା ସିନେମା ଜରିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହରିଶ ମହାପାତ୍ର ପୁଣି ଅଭିନୟ ଜଗତକୁ ଫେରିବେ ଏବଂ ନିଜର ଅଭିନୟ ଜରିଆରେ ପୁଣି ଦର୍ଶକଙ୍କ ହୃଦୟକୁ ଛୁଇଁବେ ସିନେପ୍ରେମୀଙ୍କ ମନରେ ଏହି ଆଶା।