କନକ ବ୍ୟୁରୋ : ମେଘାଳୟ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି । ମନ୍ତ୍ରିମଣ୍ଡଳର ମୋଟ ୧୨ ଜଣ ମନ୍ତ୍ରିଙ୍କ ମଧ୍ୟରୁ ଏକାସାଥିରେ ୮ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଇସ୍ତଫା ଦେଇଥିବା ମନ୍ତ୍ରିମାନଙ୍କ ମଧ୍ୟରୁ ସର୍ବାଧିକ ମନ୍ତ୍ରୀ ସରକାରୀ ଦଳର ବରିଷ୍ଠ ନେତା । ଏନପିପି ନେତୃତ୍ୱରେ ଚାଲିଥିବା ମେଘାଳୟ ଡେମୋକ୍ରାଟିକ ଆଲିଆନ୍ସ ସରକାରର ପ୍ରମୁଖ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ କନରାଡ଼ ସାଂଗମାଙ୍କ ଉପସ୍ଥିତିରେ ମନ୍ତ୍ରିମାନେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଏହି ଇସ୍ତଫା ପରେ ନୂଆ କ୍ୟାବିନେଟ୍ ଗଠନ ଓ ନୂଆ ନେତାଙ୍କୁ ମନ୍ତ୍ରିପଦ ମିଳିପାରେ ବୋଲି ଆକଳନ କରାଯାଉଛି । 

Advertisment

ମୁଖ୍ୟମନ୍ତ୍ରୀ କନାଡ଼ ସାଂଗମା କିଛି ନୂଆ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରିବାକୁ ଚାହୁଛନ୍ତି । ଏହି କାରଣରୁ ମନ୍ତ୍ରିମାନେ ଇସ୍ତଫା ଦେଇଥିବା କୁହାଯାଉଛି । ଯେଉଁ ମନ୍ତ୍ରିମାନେ ଇସ୍ତଫା ଦେଇଛନ୍ତି ସେମାନଙ୍କୁ ସଂଗଠନରେ ବଡ଼ ଦାୟିତ୍ୱ ମିଳିପାରେ ବୋଲି ଆଲୋଚନା ହେଉଛି । ନୂଆ ମନ୍ତ୍ରିମାନେ ଅକ୍ଟୋବର ୫ ତାରିଖରେ ରାଜଭବନରେ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । 

ମେଘାଳୟ ମନ୍ତ୍ରିମଣ୍ଡଳ ପୁଣି ଗଠନ ହେବା ପଛରେ କିଛି ଗୁରୁତ୍ୱପୂର୍ଣ୍ଣ ରହସ୍ୟ ରହିଛି । ସୂତ୍ର ସୂଚନା ମୁତାବକ କ୍ଷେତ୍ରୀୟ ସନ୍ତୁଳନ, ସହଯୋଗୀ ଦଳମାନଙ୍କୁ ସନ୍ତୁଷ୍ଟ କରିବା ଓ ଆଗାମୀ ନିର୍ବାଚନକୁ ଧ୍ୟାନରେ ରଖି ଏଭଳି କରାଯାଇପାରେ ।