ବଲିଉଡ୍ ସିନେମା ‘ହମ୍ ସାଥ୍ ସାଥ୍ ହେଁ’ର ସୁଟିଂ ସମୟରେ ରାଜସ୍ଥାନରେ ୨ଟି କୃଷ୍ଣସାର ମୃଗ ଶିକାର ଘଟଣାରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍ ଏମିତି ଛନ୍ଦି ହେଲେ ଯେ ଏଯାଏଁ ସେଥିରୁ ମୁକୁଳିବାର ବାଟ ପାଉନାହାନ୍ତି । ଏହି କାହାଣୀ ଆରମ୍ଭ ହୁଏ ୧୯୯୮ ମସିହାରୁ । ସେପ୍ଟେମ୍ବର ମାସରେ ଯୋଧପୁରରେ ଫିଲ୍ମର ସୁଟିଂ ସମୟରେ କୋଙ୍କାଣୀ ଗାଁ ସୀମାରେ ବନ୍ଧୁକ ଫୁଟିବାର ଶବ୍ଦ ଶୁଭିଥିଲା । ଭୟରେ ଗାଁଲୋକ ଉଠି ବାଡ଼ି ଧରି ଉକ୍ତ ସ୍ଥାନକୁ ଦୌଡ଼ିଲେ । ସେମାନେ ଦେଖିଲେ ଗୋଟିଏ ଜିପରେ କିଛି ଯୁବକ, ଯୁବତୀ ବସିଛନ୍ତି ଆଉ ତାଙ୍କ ପାଖରେ ୨ ଟି କୃଷ୍ଣସାର ମୃଗ ମରିପଡ଼ିଛନ୍ତି । ଗାଁ ଲୋକଙ୍କ ରାଗ ନାକ ଉପରେ ଏମିତି ଚଢିଲା ଯେ ଉକ୍ତ ସ୍ଥାନରୁ ଜିପ୍ ଧରି ଫେରାର୍ ହେଲେ ଯୁବକ ,ଯୁବତୀ ।

Advertisment

Animal

ଏହି ଘଟଣାରେ ଅକ୍ଟୋବର ୧୨,୧୯୯୮ ରେ ପ୍ରଥମଥର ପାଇଁ ସଲମାନ୍ ଖାନଙ୍କୁ ଗିରଫ କରାଗଲା । ସୈଫ୍ ଅଲ୍ଲୀ ଖାନ୍ , ନିଲମ୍ , ସୋନାଲୀ ବେନ୍ଦ୍ରେ , ତବ୍ୱୁ ଏବଂ ଦୁଷ୍ୟନ୍ତ ସିଂଙ୍କୁ କୋର୍ଟ ତରଫରୁ ସବୁଜ ସଂକେତ ମିଳିଥିଲେ ହେଁ ସଲମାନ୍ ଖାନ୍ ଏଯାବତ୍ ଅନେକ ଥର ଜେଲର କଳା କୋଠରୀ ଦେଖିସାରିଲେଣି । 

celebrity

ତେବେ କାହିଁକି କୃଷ୍ଣସାର ମୃଗ ପାଇଁ ସଲମାନଙ୍କ ପଛରେ ଚିଲ ପରି ପଡ଼ିଛନ୍ତି ଲରେନ୍ସ ବିଷ୍ଣୋଇ? ଏହି ପ୍ରଶ୍ନର ସମାଧାନ କରିବାକୁ ଗଲେ ଆମକୁ ବିଷ୍ଣୋଇ ସଂପ୍ରଦାୟ ବିଷୟରେ ଜାଣିବାକୁ ପଡ଼ିବ । ପ୍ରକୃତି ପୂଜା ଏବଂ ବନ୍ୟଜନ୍ତୁ ସଂରକ୍ଷଣ ବିଷ୍ଣୋଇ ସଂପ୍ରଦାୟର ସମ୍ବେଦନଶୀଳତା ସହ ଜଡ଼ିତ । ପ୍ରକୃତି ଏବଂ ବନ୍ୟପ୍ରାଣୀଙ୍କ ପ୍ରତି ପ୍ରେମ ହିଁ ବିଷ୍ଣୋଇଙ୍କ ପରିଚୟ । ଯୋଧପୁରରେ ବସବାସ କରୁଥିବା ବିଷ୍ଣୋଇ କୃଷ୍ଣସାର ମୃଗକୁ ନିଜ ଧାର୍ମିକ ଗୁରୁ ଭଗବାନ ଜମ୍ବେଶ୍ୱରଙ୍କ ପୁନଃଜନ୍ମ ବୋଲି ମାନନ୍ତି ଯାହାଙ୍କୁ ସେମାନେ ଜମ୍ବାଜୀ ବୋଲି ସମ୍ବୋଧନ କରନ୍ତି । ଖାସ୍ ଏହି କାରଣ ପାଇଁ ଜଣେ ବିଷ୍ଣୋଇ କେବେ ବି କୌଣସି ଜଙ୍ଗଲୀଜନ୍ତୁଙ୍କ ଶିକାର ଏବଂ ଗଛ କାଟିବାକୁ ବରଦାସ୍ତ କରିପାରେନାହିଁ । ଗୁରୁ ଜମ୍ବେଶ୍ୱର ନାମକ ଜଣେ ଧର୍ମଗୁରୁ ଏହି ସଂପ୍ରଦାୟର ସ୍ଥାପନ କରିଥିବା କଥା କୁହାଯାଏ । ଏହି ସଂପ୍ରଦାୟ ଲୁପ୍ତପ୍ରାୟ କୃଷ୍ଣସାର ମୃଗଙ୍କ ସୁରକ୍ଷା କରିବା ପାଇଁ ସଦାସର୍ବଦା ତତ୍ପର । ଏମିତିକି ମୃଗଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନ ବି ଦେଇପାରିବେ । 

Blackbuck

ବନ୍ୟଜୀବ ସଂରକ୍ଷଣ ଅଧିନିୟମ ଅନୁସାରେ କୃଷ୍ଣସାର ମୃଗକୁ ବିଷ୍ଣୋଇ ସଂପ୍ରଦାୟ ପବିତ୍ରର ପ୍ରତିକ ମାନିଥାନ୍ତି । ପରିବେଶ ଅନୁକୂଳ ଧର୍ମ ପାଳନ କରୁଥିବା ଏହି ସଂପ୍ରଦାୟ ପଶୁ,ପକ୍ଷୀ,ବୃକ୍ଷକୁ ମଣିଷର ବନ୍ଧୁ ବୋଲି ମାନନ୍ତି । ତେଣୁ ବନ୍ଧୁକୁ ମାରିଲେ ସହିପାରନ୍ତିନି ବିଷ୍ଣୋଇ । ତେଣୁ ଶିକାରୀକୁ ସବୁବେଳେ ଦୋଷୀ ବୋଲି ମାନନ୍ତି ଏହି ସଂପ୍ରଦାୟ , ଏବେ ସେ ସାଧାରଣ ଲୋକ ହେଉ କି କେଉଁ ସୁପରଷ୍ଟାର୍ । ରିପୋର୍ଟ ଅନୁସାରେ , ୨୦୧୬ ରେ ଏହି ସଂପ୍ରଦାୟର ପ୍ରୟାସ କାରଣରୁ ରାଜସ୍ଥାନରେ ବନ୍ୟଜନ୍ତୁ ଅପରାଧରେ ସାମିଲ୍ ଥିବା ୧୭୦୦ ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା । 

ବିଷ୍ଣୋଇ ବଳଦଙ୍କ ପ୍ରଜନନ କ୍ଷମତାକୁ ପ୍ରତିହତ କରନ୍ତି ନାହିଁ । ମାଂସ ଖାଆନ୍ତି ନାହିଁ , କିଛି କ୍ଷେତ୍ରରେ ଶୁଦ୍ଧ ଶାକାହାରୀ ଧର୍ମର ପାଳନ କରନ୍ତି । ନିଜ ସଂପ୍ରଦାୟର ସିଦ୍ଧାନ୍ତ ପ୍ରତି ବିଷ୍ଣୋଇ ଏତେ ସଚ୍ଚୋଟ ଯେ ବଲିଉଡର ଗଡ୍ ଫାଦର କୁହାଯାଉଥିବା ସଲମାନ୍ ଖାନଙ୍କ ଗିରଫ ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ । ଏକ ସାକ୍ଷାତକାରରେ ଲରେନ୍ସ କହିଥିଲେ , ଯଦି ସଲମାନ୍ ଖାନ୍ ବିକାନେର୍ ସ୍ଥିତ ବିଷ୍ଣୋଇ ସମାଜର ମୁଖ୍ୟ ମନ୍ଦିର ମୁକ୍ତିଧାମ ମୁକାମକୁ ଆସି ତାଙ୍କ ଦେବତାଙ୍କୁ କ୍ଷମା ମାଗନ୍ତି ତାହେଲେ ସେ ତାଙ୍କୁ କ୍ଷମା କରିଦେବେ ।