ଶରୀରରେ କାହିଁକି ଭସ୍ମ ଲେପ କରନ୍ତି ନାଗା ସାଧୁ? କାରଣ କହିଲେ କୁମ୍ଭମେଳାକୁ ଆସିଥିବା ସାଧୁ

ନାଗା ସାଧ ସାରା ଦେହରେ ଭସ୍ମ ବୋଳି ହୁଅନ୍ତି କାହିଁକି ? ମହାକୁମ୍ଭ ମେଳାରେ ଯୋଗ ଦେଇଥିବା ନାଗାସାଧୁ କହିଲେ ଏହା ପଛର ମହତ୍ବ।

Kumbh

Kumbh Photograph: (KanakNews)

କନକ ବ୍ୟୁରୋ: ୧୪୪ ବର୍ଷ ପରେ ସଙ୍ଗମସ୍ଥଳ ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ବିଶ୍ବପ୍ରସିଦ୍ଧ ମହାକୁମ୍ଭ ମେଳା । ଏଥିରେ ଯୋଗ ଦେଇଛନ୍ତି ଦେଶ ବିଦେଶରୁ ଆସିଥିବା ସାଧୁସନ୍ଥ। ହେଲେ ଏଠାରେ ସବୁଠୁ ବଡ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଉଛନ୍ତି ନାଗା ସାଧୁ। 
 

ନାଗା ସାଧୁଙ୍କୁ ଦେଖିଲେ ମନରେ ଅନେକ ପ୍ରଶ୍ନ ଉଠେ। ସେମାନଙ୍କ ଜୀବନ ଏତେ କଷ୍ଟ କାହିଁକି? କିପରି ସାଧନା କରନ୍ତି ଏମାନେ? ସବୁଠାରୁ ବଡ କଥା ମନକୁ ଆସେ ସେମାନେ ସାରା ଦେହରେ ଭସ୍ମ ବୋଳି ହୁଅନ୍ତି କାହିଁକି ? ଏହି ପ୍ରଶ୍ନ ମହାକୁମ୍ଭ ମେଳାରେ ଯୋଗ ଦେଇଥିବା ଜଣେ ନାଗା ସାଧୁଙ୍କୁ ପଚାରିଥିଲେ ଜାତୀୟ ଗଣମାଧ୍ୟମର ସାମ୍ବାଦିକ। ଏହାର ଉତ୍ତରରେ ବାବା କହିଥିଲେ, ଏହା ଅଭିମନ୍ତ୍ରୀତ ବିଭୂତି, ଯାହା ଚାଦର ଭଳି କାମ କରେ। ଏହା ଯନ୍ତ୍ର, ମନ୍ତ୍ର, ଓ ତନ୍ତ୍ରରେ ଅଭିମନ୍ତ୍ରିତ ହୋଇଥାଏ। ଏହାକୁ ଦଶନାମୀ ଚାଦର ବୋଲି କୁହାଯାଏ। ଏବଂ ଏହା ନାଗାସାଧୁଙ୍କ ପାଇଁ ଶକ୍ତିବର୍ଦ୍ଧକ ଭାବେ କାର୍ୟ୍ୟ କରେ। 

ସେମାନଙ୍କୁ ନାଗା ସନ୍ନ୍ୟାସୀ କୁହାଯାଏ କାହିଁକି?
ବାବା କହିଥିଲେ, ସେମାନଙ୍କ ମନ ଚିତ୍ତ ସମ୍ପୂଣ୍ଣ ଉଲଗ୍ନ । କହିବାର ଅର୍ଥ। ସେମାନଙ୍କ ମନ ଓ ଚିତ୍ତରେ , କାମ କ୍ରୋଧ , ଲୋଭ ବୋଲି କିଛି ନାହିଁ। ଏହା କେବଳ ଦୟାର ଭଣ୍ଡାର। ତେଣୁ ବିକାର ଶୂନ୍ୟ ହୋଇଥିବାରୁ ସେମାନଙ୍କୁ ନାଗା ସନ୍ନ୍ୟାସୀ ବୋଲି କୁହଯାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe