କନକ ବ୍ୟୁରୋ : ଆପଣ କେବେ ଭାବିଛନ୍ତି କି ରାସ୍ତାରେ ଶାନ୍ତ ଭାବରେ ବସିଥିବା କୁକୁରଟି ହଠାତ୍ ଆପଣଙ୍କ ଚାଲୁଥିବା ବାଇକ୍ କିମ୍ବା କାର୍ ପଛରେ କାହିଁକି ଦୌଡ଼ିବାକୁ ଲାଗେ ଏବଂ କେବଳ ଦୌଡ଼େ ନାହିଁ ବରଂ ଜୋର ଜୋରରେ ଭୁକିବାକୁ ମଧ୍ୟ ଲାଗେ । ଏଭଳି ସମସ୍ୟାର ସମ୍ମୁଖୀନ ଆମେ ପ୍ରତିଦିନ ହେଉଛେ କିନ୍ତୁ ଆପଣ ଏହାର ପ୍ରକୃତ କାରଣ ଜାଣନ୍ତି କି ? କହିବାକୁ ଗଲେ ଏହା କୌଣସି ଶତ୍ରୁତା ନୁହେଁ ବରଂ କୁକୁରଙ୍କ ଦୁନିଆର କିଛି ବିଶେଷ ନିୟମ । ତେବେ ଆସନ୍ତୁ ଏହା ପଛରେ ଲୁଚି ରହିଥିବା ସେହି ରହସ୍ୟ ବିଷୟରେ ଜାଣିବାକୁ ଚେଷ୍ଟା କରିବା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।
/filters:format(webp)/kanak/media/media_files/2025/08/02/dog-2025-08-02-15-35-13.jpg)
କୁକୁରଙ୍କ ନାକ ମଣିଷଙ୍କଠାରୁ ଅଧିକ ଶକ୍ତିଶାଳୀ ହୋଇଥାଏ । ସେମାନେ ଦୂରରୁ ହିଁ ବାସ୍ନା ବାରି ଜାଣିପାରନ୍ତି ଯେ କିଏ ତାଙ୍କ ଅଞ୍ଚଳ ଦେଇ ଯାଉଛି । ଯେତେବେଳେ ଆପଣଙ୍କ ଗାଡ଼ି ଅନ୍ୟ ସ୍ଥାନରୁ ଆସେ ସେତେବେଳେ ସେଠାରେ ଥିବା କୁକୁରମାନଙ୍କର ଗନ୍ଧ ଗାଡ଼ିର ଟାୟାରରେ ଲାଗିଯାଏ । ଯେମିତି ଗାଡ଼ିଟି କୌଣସି ନୂଆ ଜାଗାରୁ ଆସିଛି ସେଠାକାର ସ୍ଥାନୀୟ କୁକୁର ଟାୟାରରେ ଲାଗିଥିବା "ବାହାର ଗନ୍ଧ"କୁ ଚିହ୍ନି ପାରନ୍ତି । ସେମାନଙ୍କ ପାଇଁ ଏହା ଏକ ଚେତାବନୀ ଭଳି ହୋଇଥାଏ କି କୌଣସି ବାହାର କୁକୁର ସେମାନଙ୍କ ଅଞ୍ଚଳରେ ପଶି ଆସିଛି । ଏହି କାରଣରୁ ହିଁ ସେମାନେ ତୁରନ୍ତ ସତର୍କ ହୋଇଯାଆନ୍ତି ଏବଂ ସେହି ଗାଡ଼ିର ପିଛା କରିବାକୁ ଲାଗନ୍ତି, ଯେମିତି ନିଜର "ସୀମା"ର ସୁରକ୍ଷା କରୁଛନ୍ତି ।
/filters:format(webp)/kanak/media/media_files/2025/08/02/dog-chasing-car-2025-08-02-15-37-53.jpg)
କୁକୁରମାନେ ସାଧାରଣତଃ ଗାଡ଼ିର ଟାୟାର ଉପରେ ପରିସ୍ରା କରନ୍ତି । ଏହା କୌଣସି ସଂଯୋଗ ନୁହେଁ ବରଂ ସେମାନଙ୍କର ଏକ ବିଶେଷ ଭାଷା ହୋଇଥାଏ । କୁକୁର ଏଭଳି କରି ସେଠାରେ ନିଜର ଉପସ୍ଥିତିର ଚିହ୍ନ ଛାଡ଼ିଥା’ନ୍ତି । ଯେତେବେଳେ ଅନ୍ୟ ଗାଡ଼ି ସେହି ରାସ୍ତା ଦେଇ ଗତି କରେ, ସେତେବେଳେ ସେହି ଗନ୍ଧକୁ ଚିହ୍ନି ସ୍ଥାନୀୟ କୁକୁରମାନେ ବୁଝିଯାଆନ୍ତି କି "ଏହି ଅଞ୍ଚଳ ଏବେ ସେମାନଙ୍କ କବ୍ଜାରେ ନାହିଁ" । ଏହିଭଳି ଗନ୍ଧରୁ ସେମାନେ ଆକ୍ରମଣାତ୍ମକ ହୋଇଯାଆନ୍ତି ଏବଂ ପୁଣି ଗାଡ଼ି ପଛରେ ଦୌଡିବାକୁ ଲାଗନ୍ତି ।
/filters:format(webp)/kanak/media/media_files/2025/08/02/dog-sniffing-2025-08-02-15-37-32.jpg)
କେବେ କେବେ ମାମଲା କେବଳ ଗନ୍ଧର ନୁହେଁ ବରଂ ଭାବନାର ମଧ୍ୟ ହୋଇଥାଏ । କୁକୁର ହେଉଛନ୍ତି ସମ୍ବେଦନଶୀଳ ଜୀବ । ଯଦି କୌଣସି ଗାଡ଼ି ସେମାନଙ୍କ ସାଥୀକୁ ଆଘାତ ଦେଇଥାଏ କିମ୍ବା ସଡ଼କ ଦୁର୍ଘଟଣାରେ ମାରି ଦେଇଥାଏ, ତେବେ ସେମାନେ ସେହି ଗାଡ଼ିକୁ ଚିହ୍ନି ମନେ ରଖିପାରନ୍ତି । ପରବର୍ତ୍ତୀ ସମୟରେ ସେହିଭଳି ଗାଡ଼ି ଯଦି ସେମାନଙ୍କ ନଜରକୁ ଆସେ ତେବେ ତୁରନ୍ତ ପ୍ରତିକ୍ରିୟା ଦିଅନ୍ତି । କୁକୁରମାନେ ସାଧାରଣତଃ ସ୍ଥିର ଜିନିଷଗୁଡିକୁ ଅଣଦେଖା କରିଦିଅନ୍ତି କିନ୍ତୁ ସ୍ପିଡ୍ ସେମାନଙ୍କୁ ଏକ ଆହ୍ୱାନ ଭଳି ଲାଗେ । ଶିକାରୀ ସ୍ୱଭାବ କାରଣରୁ ସେମାନେ ଜୋରରେ ଦୌଡୁଥିବା ଜିନିଷଗୁଡ଼ିକର ପିଛା କରିବାକୁ ଲାଗନ୍ତି । ଏହି କାରଣରୁ ହିଁ ଚାଲି ଚାଲି ଯାଉଥିବା ଲୋକଙ୍କଠାରୁ ସେମାନଙ୍କୁ କୌଣସି ଅସୁବିଧା ହୁଏ ନାହିଁ କିନ୍ତୁ ବାଇକ୍ କିମ୍ବା କାର୍ର ଶବ୍ଦ ଏବଂ ଗତି ସେମାନଙ୍କୁ ସତର୍କ କରିଦିଏ । ଏଭଳି ସମୟରେ ବ୍ୟସ୍ତ ହୁଅନ୍ତୁ ନାହିଁ କିମ୍ବା ହଠାତ୍ ସ୍ପିଡ୍ ବଢ଼ାନ୍ତୁ ନାହିଁ । ଏହାଦ୍ୱାରା ବାଲାନ୍ସ ବିଗିଡ଼ି ଯାଇପାରେ । ଯଦି ସମ୍ଭବ ହୁଏ ତେବେ ଧୀରେ ଧୀରେ ଗାଡ଼ି ଚଲାନ୍ତୁ ଏବଂ ବିନା କୌଣସି ପ୍ରତିକ୍ରିୟା ଦେଇ କିଛି ସେକେଣ୍ଡ ପାଇଁ ଅଟକି ଯାଆନ୍ତୁ । କୁକୁର ଅଧିକାଂଶ ସମୟରେ କେବଳ ପିଛା କରନ୍ତି କିନ୍ତୁ ଯେପର୍ଯ୍ୟନ୍ତ ଯାଏଁ ସେମାନଙ୍କୁ ଉସୁକା ନଯାଇଛି ସେମାନେ ଆକ୍ରମଣ କରନ୍ତି ନାହିଁ ।