କନକବ୍ୟୁରୋ: ଦିନକୁ ଦିନ ବଢିଚାଲିଛି ଆତ୍ମହତ୍ୟା । ମାନସିକ ଅଶାନ୍ତି ଏବେ ଯୁବପୀଢିଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି । ପୁଣି ଜଣେ ଯୁବତୀ ଓଭରବ୍ରିଜ ଉପରୁ ଡେଇଁପଡିବା ଘଟଣା ଏବେ ସାମ୍ନାକୁ ଆସିଛି । ଗୁରୁତର ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।  ମେରୁଦଣ୍ଡ ହାଡ଼ ଭାଙ୍ଗିଯାଇଥିବା ବେଳେ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଯୁବତୀଙ୍କ ନାମ କାଳି ତ୍ରିପାଠୀ, ସୁଚନା ଅନୁସାରେ  ବାଲେଶ୍ବରର ଏହି ଯୁବତୀ ଜଣକ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ବେଳେ ସହିଦନଗରର ଏକ ଘରୋଇ ସଂସ୍ଥାରେ କାମ କରନ୍ତି।

Advertisment

ପ୍ରତ୍ୟେକ ଦିନ ଯୁବତୀ ଜଣକ ସ୍କୁଟି ଯୋଗେ ଯିବା ଆସିବା କରନ୍ତି। ଶନିବାର ଯୁବତୀ ଜଣଙ୍କ ରସୁଲଗଡ଼ରୁ ଖଣ୍ଡଗିରି ଫେରୁଥିବା ସମୟରେ ବାଣୀବିହାର ବ୍ରିଜ୍ ଉପରେ ସ୍କୁଟି ରଖି କିଛି ସମୟ ବୁଲାବୁଲି କରିଥିଲେ। ଏହାପରେ ହଠାତ ସେ ବ୍ରିଜ୍ ତଳକୁ ଡେଇଁ ପଡିଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା କିଛି ଯାତ୍ରୀ ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ। ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଯୁବତୀ ଜଣକୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଚାକିରି କ୍ଷେତ୍ରର କିଛି ସମସ୍ୟାକୁ ନେଇ ସେ ଏଭଳି ଚରମ ନିଷ୍ପତି ନେଇଥିବା ସୂଚନା ମିଳିଛି। ସେପଟେ ସହିଦନଗର ଥାନା ପୋଲିସ  ଘଟଣା ସ୍ଥଳରୁ ପହଂଚି ଅଧିକ ତଦନ୍ତ ଜାରି ରଖିଛି ।