କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’? କ’ଣ ରହିଛି ଦୁର୍ବଳ ହେବା ପଛର କାରଣ?

ଭୀଷଣ ବାତ୍ୟା ଦାନା ସ୍ଥଳଭାଗ ଅତିକ୍ରମ କଲାବେଳେ ଅପେକ୍ଷାକୃତ ଭାବେ ଦୁର୍ବଳ ହୋଇଯାଇଥିଲା। ଯାହାଫଳରେ ସ୍ଥଳଭାଗ ଉପରେ ପ୍ରଭାବ କମ୍ ହୋଇଥିବା କୁହାଯାଉଛି। ଆଉ ଲୋକେ ବାତ୍ୟା ପ୍ରଭାବିତ ଅଂଚଳର ହଜାର ହଜାର ଲୋକ ବଡ ବିପଦରୁ ଅଳ୍ପକେ ବର୍ତି ଯାଇଛନ୍ତି।

cswsd

କନକ ବ୍ୟୁରୋ: ଭୀଷଣ ବାତ୍ୟା ଦାନା ସ୍ଥଳଭାଗ ଅତିକ୍ରମ କଲାବେଳେ ଅପେକ୍ଷାକୃତ ଭାବେ ଦୁର୍ବଳ ହୋଇଯାଇଥିଲା। ଯାହାଫଳରେ ସ୍ଥଳଭାଗ ଉପରେ ପ୍ରଭାବ କମ୍ ହୋଇଥିବା କୁହାଯାଉଛି। ଆଉ ଲୋକେ ବାତ୍ୟା ପ୍ରଭାବିତ ଅଂଚଳର ହଜାର ହଜାର ଲୋକ ବଡ ବିପଦରୁ ଅଳ୍ପକେ ବର୍ତି ଯାଇଛନ୍ତି। ତେବେ ବାତ୍ୟା ଦୁର୍ବଳ ହେବା ପଛର କାରଣ କଣ ଆସନ୍ତୁ ଜାଣିବା । 

ଭୀଷଣ ବାତ୍ୟା ଦାନା ସ୍ଥଳଭାଗ ଅତିକ୍ରମ କଲାବେଳେ ଅପେକ୍ଷାକୃତ ଭାବେ ଦୁର୍ବଳ ହୋଇଯାଇଥିଲା। ଯାହାଫଳରେ ସ୍ଥଳଭାଗ ଉପରେ ପ୍ରଭାବ କମ୍ ହୋଇଥିବା କୁହାଯାଉଛି। ଆଉ ଲୋକେ ବାତ୍ୟା ପ୍ରଭାବିତ ଅଂଚଳର ହଜାର ହଜାର ଲୋକ ବଡ ବିପଦରୁ ଅଳ୍ପକେ ବର୍ତି ଯାଇଛନ୍ତି। ତେବେ ବାତ୍ୟା ଦୁର୍ବଳ ହେବା ପଛର କାରଣ କଣ?

ଭୀଷଣ ବାତ୍ୟା ରୂପରେ ସମୁଦ୍ରରୁ ବଳ ଗୋଟାଇ ଉପକୂଳ ମୁହାଁ ହୋଇଥିଲା ବାତ୍ୟା ଦାନା। ହେଲେ, ଦାନା ଯେତେ ଯେତେ ସ୍ଥଳଭାଗ ନିକଟତର ହେଲା, ସେତେ ସେତେ ଦୁର୍ବଳ ହେଲା। ଏପିରିକି ସ୍ଥଳଭାଗ ଛୁଇଁବା ପରେ ନିର୍ଦ୍ଧିଷ୍ଟ ପରିଧି ଛାଡିଲେ ଅନ୍ୟ ସ୍ଥାନରେ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିନଥିଲା। 
ବାତ୍ୟା ଦୁର୍ବଳ ହେବା ପଛରେ ଅନେକ କାରଣ ରହିଥିବା କୁହାଯାଉଛି। ତେବେ ଥଣ୍ଡା ଶୁଷ୍କ ବାୟୁ ବାତ୍ୟା ଦୁର୍ବଳର ପ୍ରମୁଖ କାରଣ ବୋଲି କୁହାଯାଉଛି ।

ବିଶେଷଜ୍ଞଙ୍କ ମତ ଅନୁସାରେ ଆରବ ସାଗର ଉପରେ ଏକ ସକ୍ରିୟ ଗୁରୁଚାପ ପ୍ରଭାବ ରହିଛି। ବାତ୍ୟାର ବାମ ପାର୍ଶ୍ୱରେ ଉତ୍ତର-ଉତ୍ତରପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ପ୍ରବାହର ପ୍ରଭାବ ଅଧିକ ରହୁଛି। ଯାହାର ପ୍ରଭାବରେ ସମୁଦ୍ର ପତ୍ତନର ତାପମାତ୍ରା କମ୍ ହୋଇଥିଲା। ଯେଉଁ କାରଣରୁ ବାତ୍ୟାଟି ବଳ ଗୋଟାଇ ପାରି ନଥିଲା। ସେହିପରି ବାତ୍ୟାର ପୂର୍ବ ଭାଗରେ ଆଉ ଏକ ଗୁରୁଚାପ ବଳୟ ସକ୍ରିୟ ରହିଥିଲା। ଏହି ଦୁଇ ଗୁରୁଚାପ ବଳୟ ମଧ୍ୟରେ ଫଶିଥିବାରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ମଧ୍ୟ ବିଳମ୍ବ ହୋଇଥିଲ। 

ଦାନା ଦୁର୍ବଳ ହେବା ପଛରେ ଥିବା ଅନ୍ୟ ପ୍ରମୁଖ କାରଣ ଗୁଡିକ ଉପରେ ନଜର ପକାନ୍ତୁ.. 
କାହିଁକି ଦୁର୍ବଳ ହେଲା ବାତ୍ୟା? 
- ଦିନ ୨ଟା ୩୦ ପରେ ବାତ୍ୟା ସହ ସଂଶ୍ଳିଷ୍ଟ ବାଦଲ ଖଣ୍ଡ ବିଛୁରିତ ହୋଇଥିଲେ 
- ସମୁଦ୍ରର ପତ୍ତନର ତାପମାତ୍ରା ଥଣ୍ଡା ଶୁଷ୍କ ବାୟୁ ପ୍ରବାହରେ କମିବାକୁ ଲାଗିଥିଲା 
- ଗୁରୁଚାପ ବଳୟ ପାଇଁ ପବନର ପ୍ରଭାବ ସଙ୍କୁଚିତ ହୋଇଥିଲା
- ହେନ୍ତାଳ ବନ ପାଇଁ ବାତ୍ୟାର ପ୍ରକୋପ ବି କମ୍ ହୋଇଛି 

ପ୍ରାୟ ସପ୍ତାହେ ପୂର୍ବରୁ ବାତ୍ୟା ନେଇ ପୂର୍ବାନୁମାନ କରିଥିଲେ ବିଭିନ୍ନ ପାଣିପାଗ ମଡେଲ। ଶେଷରେ ଆଇଏମଡି ମଧ୍ୟ ଭୀଷଣ ବାତ୍ୟା ନେଇ ସ୍ପଷ୍ଟ କରିଥିଲା। ଏପରିକି ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବାରମ୍ବାର ସତର୍କ କରିଥିଲା। କିନ୍ତୁ ବାତ୍ୟା ଦାନାର ପ୍ରଭାବ ଅପେକ୍ଷାକୃତ କମ୍ ରହିଛି। ଏହାକୁ ନେଇ ଜୋର ହୋଇଛି ଭିନ୍ନ ଭିନ୍ନ ଆଲୋଚନା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe