୨୪ ବର୍ଷର ସରକାର କାହିଁକି ହାରିଲା ? ପ୍ରତିଷ୍ଠା ଦିବସରେ ଖୋଲି କହିଦେଲେ ନବୀନ

Advertisment

ବିଜେପିର ପ୍ରଚାର ଓ ସୋସିଆଲ ମିଡ଼ିଆ କ୍ୟାମ୍ପେନକୁ କାଉଣ୍ଟର କରିପାରଲାନି ବିଜେଡି। କ୍ଷମତାରୁ ଯିବାର ପ୍ରାୟ ୬ ମାସ ପରେ, ୨୦୨୪ ନିର୍ବାଚନରେ ପରାଜୟର କାରଣ କହିଛନ୍ତି ନବୀନ ପଟ୍ଟନାୟକ। ଦଳର ମୁଖ୍ୟାଳୟ ଶଙ୍ଖ ଭବନରେ ୨୮ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ନବୀନଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

ବିଜେପିର ପ୍ରଚାର ଓ ସୋସିଆଲ ମିଡ଼ିଆ କ୍ୟାମ୍ପେନକୁ କାଉଣ୍ଟର କରିପାରଲାନି ବିଜେଡି। କ୍ଷମତାରୁ ଯିବାର ପ୍ରାୟ ୬ ମାସ ପରେ, ୨୦୨୪ ନିର୍ବାଚନରେ ପରାଜୟର କାରଣ କହିଛନ୍ତି ନବୀନ ପଟ୍ଟନାୟକ। ଦଳର ମୁଖ୍ୟାଳୟ ଶଙ୍ଖ ଭବନରେ ୨୮ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ନବୀନଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।

ପରାଜୟର କାରଣ କହିଲେ ନବୀନ

ପରାଜୟର କାରଣ କହିଲେ ନବୀନ Photograph: (KanakNews )

କନକ ବ୍ୟୁରୋ: ବିଜେପିର ପ୍ରଚାର ଓ ସୋସିଆଲ ମିଡ଼ିଆ କ୍ୟାମ୍ପେନକୁ କାଉଣ୍ଟର କରିପାରଲାନି ବିଜେଡି। କ୍ଷମତାରୁ ଯିବାର ପ୍ରାୟ ୬ ମାସ ପରେ, ୨୦୨୪ ନିର୍ବାଚନରେ ପରାଜୟର କାରଣ କହିଛନ୍ତି ନବୀନ ପଟ୍ଟନାୟକ। ଦଳର ମୁଖ୍ୟାଳୟ ଶଙ୍ଖ ଭବନରେ ୨୮ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ନବୀନଙ୍କ ଏଭଳି ମନ୍ତବ୍ୟ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ଏକଥା ସତ ଯେ, ପୂର୍ବବର୍ଷ ଗୁଡ଼ିକ ତୁଳନାରେ ଏଥର ଉତ୍ସବ ପାଳନ ଟିକିଏ ନିରାଶ ଥିଲା। ହେଲେ ବିଜେପିର ପ୍ରଚାର ରଣନୀତି ଆଗରେ ବିଜେଡି କେମିତି ଫେଲ ମାରିଲା ସେହି କଥା କହି ପୁଣି ଚର୍ଚ୍ଚାକୁ ଫେରିଛନ୍ତି ନବୀନ।

ନବୀନ ପଟ୍ଟନାୟକଙ୍କ ଅଭିଯୋଗ

  • ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ ବିଜେପି ସରକାରକୁ ଆସିଛି
  • ଆମେ ସେମାନଙ୍କ ନକାରାତ୍ମକ ପ୍ରଚାରର ଠିକ ଭାବେ କାଉଣ୍ଟର କରିପାରିଲୁ ନାହିଁ
  • ସୋସିଆଲ ମିଡିଆରେ ଫଲ୍ସ ନ୍ୟାରେଟିଭ୍‌ର ଆମେ ସଠିକ ମୁକାବିଲା କବାରେ ଅସମର୍ଥ ହେଲୁ

କାହାକୁ ଇସାରା କଲେ ନବୀନ ପଟ୍ଟନାୟକ? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି, କାରଣ ୨୦୨୪ ନିର୍ବାଚନରେ ବିଜେଡି ପ୍ରଚାରର ମଙ୍ଗ ଧରିଥିଲେ ପ୍ରଶାସକରୁ ନେତା ବନିଥିବା ଭିକେ ପାଣ୍ଡିଆନ। ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପାଇଁ ବନ୍ଧା ଯାଉଥିବା ପ୍ରଚାର ମଞ୍ଚରେ କେବଳ ଗୋଟିଏ ଚେହେରା ଦେଖିବାକୁ ମିଳୁଥିଲେ। ପାଣ୍ଡିଆନ ମଞ୍ଚକୁ ଚଢ଼ିଲେ ଅନ୍ୟ ଛାମୁଆ ନେତାଙ୍କୁ ଓହ୍ଲାଇ ଦିଆଯାଉଥିଲା। ଜିଲ୍ଲାରୁ ଜିଲ୍ଲା ବୁଲି ଲୋକଙ୍କ ସମସ୍ୟା ବୁଝିବାଠୁ ଆରମ୍ଭ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗୁଥିଲେ ପାଣ୍ଡିଆନ। ତେଣୁ ନବୀନଙ୍କ ପରାଜୟ ପଛର ବୟାନ ପାଣ୍ଡିଆନଙ୍କ ଆଡ଼କୁ ଇସାରା କରୁନାହିଁ ତ? ସେପଟେ ଉତ୍ତରାଧିକାରୀ ପ୍ରସଙ୍ଗରେ ମଧ୍ୟ ମତ ବଦଳାଇଛନ୍ତି ନବୀନ। ପୂର୍ବରୁ ଓଡ଼ିଶାବାସୀ ତାଙ୍କର ଉତ୍ତରାଧିକାରୀ ନିର୍ଣ୍ଣୟ କରିବେ ବୋଲି କହିଆସୁଥିବା ନବୀନ ସମାନ ପ୍ରଶ୍ନରେ ଚିନ୍ତା କରିନଥିବା କହି ଦ୍ୱନ୍ଦ୍ୱ ବଢ଼ାଇଛନ୍ତି। 

ମିଛ ପ୍ରଚାର ଓ ପ୍ରତିଶ୍ରୁତି ଆକ୍ଷେପ ଶୁଣି କିନ୍ତୁ ଚିହିଁକି ଉଠିଛି ବିଜେପି। ନୂଆ ସରକାରଙ୍କ ସଫଳତାରେ ବିଜେଡି ହତୋତ୍ସାହିତ ହୋଇ ବିଳିବିଳେଇବା ଆରମ୍ଭ କରିଛି ବୋଲି ବିଜେପି ନେତା କହିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe