କନକ ବ୍ୟୁରୋ : ଦିଲ୍ଲୀ ନିର୍ବାଚନର ଫଳାଫଳ ପରେ ଅରବିନ୍ଦ କେଜ୍ରିୱାଲ କରୁଛନ୍ତି ମାନସ ମନ୍ଥନ । ପରାଜୟ କିପରି ହେଲା,କାହିଁକି ହେଲା ଏବଂ ଭୁଲ କେଉଁଠି ରହିଲା ଏସବୁ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରୁଛନ୍ତି । ଏହାରି ଭିତରେ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ କପୁରଥଲା ହାଉସରେ ଏହି ବୈଠକ କରିଥିଲେ । ସେହି ବୈଠକରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଦଳର ବିଧାୟକମାନେ ଉପସ୍ଥିତ ଥିଲେ । କୁହାଯାଛି ଯେ,ଏହି ବୈଠକ ମାତ୍ର ଅଧ ଘଣ୍ଟା ଧରି ଚାଲିଥିଲା । ଏବେ ପ୍ରଶ୍ନ ଉଠୁଛି ଯେ,
ଦିଲ୍ଲୀ ହାରିବା ପରେ ଅରବିନ୍ଦ କେଜ୍ରିୱାଲ କାହିଁକି ପଞ୍ଜାବର AAP ବିଧାୟକମାନଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କଲେ?
ଅରବିନ୍ଦ କେଜ୍ରିୱାଲ ପ୍ରକୃତରେ ପଞ୍ଜାବ ଆସନ ଉପରେ ନଜର ରଖିଛନ୍ତି କି?
ଆମ ଆଦମୀ ପାର୍ଟିର ନେତାମାନେ କଂଗ୍ରେସ ସହିତ ଯୋଗାଯୋଗରେ ଅଛନ୍ତି କି?
ଶେଷରେ ଏହି ସବୁ କଥାର ଉତ୍ତର ରଖିଛନ୍ତି ଭଗବନ୍ତ ମାନ । ଏ ସମସ୍ତ କଥାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । ଅରବିନ୍ଦ କେଜ୍ରିୱାଲ ବୈଠକ ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଗଣମାଧ୍ୟମ ସହିତ କଥା ହୋଇଥିଲେ । ବୈଠକରେ କ’ଣ ଆଲୋଚନା ହୋଇଥିଲା ତାହା ମଧ୍ୟ କହିଥିଲେ । ସେ କହିଲେ, ବୈଠକରେ ପଞ୍ଜାବର ସମସ୍ତ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ। ସମସ୍ତେ ଦିଲ୍ଲୀ ନିର୍ବାଚନ ସମୟରେ ବହୁତ କଠିନ ପରିଶ୍ରମ କରିଥିଲେ ସେଥଇପାଇଁ ଅରବିନ୍ଦ କେଜ୍ରିୱାଲ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ମନୀଷ ସିସୋଦିଆ ଓ କେଜ୍ରିୱାଲ ଜୀ ପଞ୍ଜାବର ସହକର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ଏବଂ କହିଲେ ଯେ ଆପଣ ଏବଂ ଆମେ ଦିଲ୍ଲୀରେ ଭଲ ନିର୍ବାଚନ ଲଢ଼ିଲୁ ।
ପଞ୍ଜାବରେ ଆଗାମୀ ଋଣନୀତି କ’ଣ ରହିବ?
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି,ଆମେ ଦିଲ୍ଲୀରେ ଅର୍ଜିତ ଅଭିଜ୍ଞତାକୁ ପଞ୍ଜାବରେ ବ୍ୟବହାର କରିବୁ । ଜିତିବା ଏବଂ ହାରିବା ରହିବ, ଏଥିରେ କିଛି ବଡ଼ କଥା ନୁହେଁ । ଏବେ ଆମେ ଦିଲ୍ଲୀର ଅଭିଜ୍ଞତାକୁ ନେଇ ପଞ୍ଜାବରେ କାର୍ଯ୍ୟକାରୀ କରିବୁ । ଆମେ ପଞ୍ଜାବରେ ଆହୁରି 'ଆମ ଆଦମୀ କ୍ଲିନିକ୍' ଖୋଲିବା ଯୋଜନାରେ ଅଛୁ । ପୂର୍ବରୁ ୮୫୦ ରୁ ଅଧିକ କ୍ଲିନିକ୍ ପ୍ରତିଷ୍ଠା କରିସାରିଛୁ। ଡାକ୍ତରଖାନାଗୁଡ଼ିକୁ ପୁନଃନିର୍ମାଣ କରାଯାଇଛି । ଆମକୁ ଏକାଠି କାମ କରିବାକୁ ପଡିବ, କାରଣ ଆମ ଦଳ କାମ ପାଇଁ ଜଣାଶୁଣା । ଆମେ କୌଣସି ଧର୍ମର ରାଜନୀତି କରୁନାହୁଁ କି ଗୁଣ୍ଡାଗିରିର ରାଜନୀତି କିମ୍ବା ଟଙ୍କା ବାଣ୍ଟୁନାହୁଁ । ଦିଲ୍ଲୀବାସୀଙ୍କ ନିଷ୍ପତ୍ତି ଆମ ପାଇଁ ସର୍ବୋପରି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/02/12/GspAkQ0uQbe1UJ4IcZlp.jpg)