କନକ ବ୍ୟୁରୋ : କୁହାଯାଉଛି,  ୨୦୨୦ରେ ତୃତୀୟ ଥର ପାଇଁ ସରକାରକୁ ଆସିବା ପରେ ଦିଲ୍ଲୀରେ ବିକାଶ କାମ ପ୍ରଭାବିତ ହୋଇଥିଲା । ସରକାରଙ୍କ ଉପରେ ଦୁର୍ନୀତିର ଛାପ ଲାଗିଥିଲା । ମୁଖ୍ୟତଃ...

Advertisment

କେଜ୍ରି‌ୱାଲଙ୍କ ପରାଜୟର କାରଣ 
-ସରକାରଙ୍କ ଉପରେ ଦୁର୍ନୀତିର ଛିଟା
-ମଦ ଦୁର୍ନୀତିରେ କେଜରିୱାଲ ଓ ସରକାର ବଦନାମ ହେବା
-ମନି ଲଣ୍ଡରିଂ ମାମଲାରେ କେଜରିୱାଲ ଜେଲ୍ ଯିବା
-ଆପର ବଡ଼ ଚେହେରା ଜେଲ୍ ଯିବା 
- ସରକାରୀ ବାସଭବନକୁ କେଜରିୱାଲ ବିଳାସପୂର୍ଣ୍ଣ କରିବା
-ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ଆପ୍ ଛବି ମଳିନ ହେବା
- ଯମୁନା ପ୍ରଦୂଷିତ ହେବା ପ୍ରସଙ୍ଗରେ ବିଜେପି ରଣନୀତିକୁ କାଉଣ୍ଟର ନ କରିପାରିବା 
-ଭଲ ରାସ୍ତା ଓ ପିଇବା ପାଣି  ଦେବାରେ ବିଫଳ 
-ଏଲଜି, କେନ୍ଦ୍ର ସହ ବାରମ୍ୱାର ମୁହାଁମୁହିଁ ଓ ନକାରାତ୍ମକ ପ୍ରଚାର 
-କଂଗ୍ରେସ ସହ ମେଣ୍ଟ ନ କରିବା

ଏହାଛଡା  ସରକାର ବିରୋଧୀ ହାୱା ଓ ଦିଲ୍ଲୀରେ ବିଜେପିର ରଣନୀତି ଆଗରେ ଆପ ଫେଲ ହେଲା ବୋଲି ବିଶେଷଜ୍ଞ କହୁଛନ୍ତି । ଅରବିନ୍ଦ କେଜରିୱାଲ ବି ପରାଜୟକୁ ସ୍ବୀକାର କରିଛନ୍ତି । 

କ’ଣ ହେବ କେଜରିୱାଲଙ୍କ ଭବିଷ୍ୟତ?
 କ୍ଷମତାରୁ ଯିବା ପରେ ଅରବିନ୍ଦ କେଜରିୱାଲ ଓ ଆପର ଭବିଷ୍ୟତ ନେଇ ଅନେକ ଅଙ୍କକଷା ଆରମ୍ଭ କରିଛନ୍ତି । ନୂଆଦିଲ୍ଲୀ ଆସନରେ କେବଳ ଅରବିନ୍ଦ କେଜରିୱାଲ ନୁହନ୍ତି , ଆପର ବଡ ବଡ ନେତା ମନୀଷ ସିସୋଦିଆ, ସତ୍ୟେନ୍ଦ୍ର ଜୈନ,ସୋମନାଥ ଭାରତୀ ଓ ସୌରଭ ଭରଦ୍ୱାଜ ବି ହାରିଯାଇଛନ୍ତି । ଏବେ ନିର୍ବାଚନ ହାରିବା ପରେ ଦଳରେ ଯେଉଁ ଗୋଷ୍ଠୀ କନ୍ଦଳ ଆରମ୍ଭ ହେବ ତାକୁ ମୁକାବିଲା କରିବାରେ କେଜରିୱାଲ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ୨୦୧୩ରେ ତତକାଳୀନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷିତଙ୍କୁ ହରାଇଥିଲେ ଅରବିନ୍ଦ କେଜରିୱାଲ । ଏବେ  ସମୟଚକ୍ରରେରେ ସେ ସମଦଶା ଭୋଗିଛନ୍ତି । ଏବେ  ଦେଖିବାର କଥା,  ପରାଜୟ ପରେ  ଆପ୍ କି ପ୍ରକାର ଆଭିମୁଖ୍ୟ ନେଉଛି ।