କନକ ବ୍ୟୁରୋ : କଟକ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ବେଙ୍ଗାଳୁରୁ-କାମାକ୍ଷା ଟ୍ରେନ ଲାଇନଚ୍ୟୁତ ହେବା ପରେ ଆରମ୍ଭ ହେଲା ଦୁର୍ଘଟଣାର କାରଣ ଖୋଜା । ଅନ୍ୟପଟେ ରେଳ ଦୁର୍ଘଟଣା ପରେ ରାତି ସାରା ଟ୍ରାକ ମରାମତି କାମ ଜାରି ରହିଛି । ଅନ୍ୟପଟେ ଦୁର୍ଘଟଣାର ତଦନ୍ତ କରୁଛନ୍ତି କମିଶନର ଅଫ ରେଲୱେ ସେଫ୍ଟି ଅଧିକାରୀ । ନିର୍ଗୁଣ୍ଡି ଷ୍ଟେସନର ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ବ୍ରିଜେସ କୁମାର ମିଶ୍ର । କାହିଁକି ଦୁର୍ଘଟଣା ଘଟିଲା ?
ଦୁର୍ଘଟଣା ପଛର କାରଣ କଣ? ଟ୍ରେନ କାହିଁକି ଲାଇନଚ୍ୟୁତ ହେଲା ? ତାର କାରଣ ଖୋଜିଛନ୍ତି ସିଆରଏସ୍ ଅଧିକାରୀ। କୌଣସି ବ୍ୟକ୍ତି ଦୁର୍ଘଟଣା ସମ୍ପର୍କରେ କିଛି ତଥ୍ୟ ଦେବାକୁ ଚାହୁଁଥିଲେ ଖୋର୍ଦ୍ଧା ରୋଡ୍ ଡିଆରଏମ୍ ଅଫିସର ଯାଇ ତଥ୍ୟ ରଖିପାରିବେ । ଏହାଛଡ଼ା ସାଉଥ ଇଷ୍ଟର୍ଣ୍ଣ ସର୍କଲର କମିଶନର ଅଫ ରେଲୱେ ସେଫଟିକୁ ମଧ୍ୟ ଚିଠି ଲେଖି ଜଣାଇପାରିବେ।