କନକ ବ୍ୟୁରୋ : ରାଜ୍ୟପାଳ ପଦରୁ କାହିଁକି ହଟିଲେ ରଘୁବର ଦାସ ? ତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ରଘୁବର ଦାସ ନିଜଆଡୁ ଇସ୍ତଫା ଦେଇଛନ୍ତି । ମାତ୍ର ୧୪ ମାସରେ ଦାୟିତ୍ୱରୁ ହଟିବା ଅନେକ ପ୍ରଶ୍ନକୁ ଜନ୍ମଦେଇଛି । ଅନ୍ୟପଟେ ରଘୁବରଙ୍କ ଆଗାମୀ ରାଜନୈତିକ ଭବିଷ୍ୟତ ଉପରେ ମଧ୍ୟ ଅନେକଙ୍କ ଆଖି ରହିଛି ।

Advertisment

ହଠାତ୍ ରାଜ୍ୟପାଳ ପଦରୁ ରଘୁବର ଦାସଙ୍କ ଇସ୍ତଫା । ଇସ୍ତଫାକୁ ରାଷ୍ଟ୍ରପତି ସାଙ୍ଗେ ସାଙ୍ଗେ ଗ୍ରହଣ କରିନେଲେ ଓ ସନ୍ଧ୍ୟାରେ ନୂଆ ରାଜ୍ୟପାଳଙ୍କ ନିଯୁକ୍ତି । ଏହାକୁ ନେଇ ଏବେ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ରଘୁବର ଦାସ ଝାଡଖଣ୍ଡରେ ସକ୍ରିୟ ରାଜନୀତିକୁ ଫେରିବେ ନା ବିଜେପି ଅନ୍ୟ କେଉଁ ଦାୟିତ୍ୱ ଦେବ ସେ ନେଇ ଆଲୋଚନା ଆରମ୍ଭ ହୋଇଛି । ଏପଟେ ଓଡିଶାରୁ ବିଦାୟ ନେବା ପୂର୍ବରୁ ରଘୁବର ଦାସ ଆଜି ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । ଆଉ କହିଛନ୍ତି, ଦଳ ଯାହା ଦାୟିତ୍ୱ ଦେବ ତାହା ଗ୍ରହଣ କରିବେ ।

ରଘୁବର ଦାସ ଝାଡଖଣ୍ଡ ବିଜେପିର ଜଣେ ଟାଣୁଆ ନେତା । ୨୦୧୪ରୁ ୨୦୧୧୯ ଯାଏଁ ସେ ମୁଖ୍ୟମନ୍ତ୍ରୀ ବି ଥିଲେ । ତେବେ ରାଜ୍ୟପାଳ ପଦରୁ ରଘୁବରଙ୍କ ଇସ୍ତଫାର କାରଣ କଣ ହୋଇଥାଇପାରେ ? ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ମୁଖ୍ୟତଃ
ରଘୁବରଙ୍କ ଇସ୍ତଫାର କାରଣ ?

-ଝାଡଖଣ୍ଡରେ ବିଜେପିର ପରାଜୟ
-ବିଶ୍ବବିଦ୍ୟାଳୟ ସଂଶୋଧନ ଚିଠା ପ୍ରସ୍ତାବକୁ ଆପତ୍ତି ନେଇ ଚର୍ଚ୍ଚା
-ଏଏସଓଙ୍କୁ ରଘୁବରଙ୍କ ପୁଅ ମାଡ ମାରିବା ଘଟଣା ପ୍ରସଙ୍ଗରେ ରାଜ୍ୟ ସରକରାଙ୍କୁ ଘେରିଥିଲା ବିଜେଡି ।
ଏବେ ରଘୁବର ଦାସ ରାଜ୍ୟପାଳ ପଦରୁ ହଟିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି ।

ମାତ୍ର ୧୪ ମାସରେ ରାଜ୍ୟପାଳ ପଦରୁ ରଘୁବର ଦାସଙ୍କୁ ହଟାଇବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାର୍ଯ୍ୟକାଳ ଆହୁରି ସାଢେ ୩ ବର୍ଷ ଥିବାବେଳେ ଦଳ ତାଙ୍କୁ ଆଗକୁ ପୁରସ୍କାର ଦେବ ନା ରାଜନୀତିରେ ଅସ୍ତ ହୋଇଯିବେ ତା ଉପରେ ସମସ୍ତଙ୍କ ନଜର ରହିବ ।