ହଠାତ୍ କାହିଁକି ଦୁର୍ବଳ ହୋଇଗଲା ଦାନା ? କାରଣ କହିଲେ ପାଣିପାଗ ବିଜ୍ଞାନୀ...

ହଠାତ୍ କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ଦାନା । କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ପାଣିପାଗ ବିଜ୍ଞାନୀଙ୍କ ଆକଳନ । ଆରବ ସାଗରରେ ସକ୍ରିୟ ରହିଛି ଗୁରୁଚାପ ବଳୟ । ଶୁସ୍କ ବାୟୁ ପ୍ରବାହ ପାଇଁ ହେଲା ଦୁର୍ବଳ ।

48dddd

କନକ ବ୍ୟୁରୋ: ଅନ୍ୟ ବାତ୍ୟା ଅପେକ୍ଷା ହଠାତ୍ କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ଦାନା? କାହିଁକି ବିଳମ୍ବ ହେଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା? ସୂଚନା ଅନୁସାରେ ଆରବ ସାଗର ଉପରେ ଏକ ସକ୍ରିୟ ଗୁରୁଚାପ ପ୍ରଭାବ ରହିଛି। ବାତ୍ୟାର ବାମ ପାର୍ଶ୍ୱରେ ଉତ୍ତର-ଉତ୍ତରପଶ୍ଚିମ ଦିଗରୁ ପ୍ରବାହିତ ହେଉଥିବା ଶୁଷ୍କ ବାୟୁ ପ୍ରବାହର ପ୍ରଭାବ ଅଧିକ ରହୁଛି । ସେହିପରି ବାତ୍ୟାର ପୂର୍ବ ଭାଗରେ ମଧ୍ୟ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି  । ଏହି ଦୁଇ ଗୁରୁଚାପ ବଳୟ ମଧ୍ୟ କ୍ଷେତ୍ରରେ ବାତ୍ୟା କେନ୍ଦ୍ରୀଭୂତ ଥିବାରୁ, ବାତ୍ୟା କେବଳ ଉତ୍ତର ଦିଗରେ ଗତିକରିବା ସମ୍ଭବପର ରହୁଛି । ପଶ୍ଚିମରେ ଥିବା ଗୁରୁଚାପ ବଳୟର ଉପସ୍ଥିତି ଯୋଗୁଁ କ୍ରମାଗତ ଭାବେ ଶୁଷ୍କ ବାୟୁ ପ୍ରବାହ ତଥା ବାତ୍ୟାଟି ହେନ୍ତାଳବନ ଏବଂ ସ୍ଥଳଭାଗ ସହ ପ୍ରତିକ୍ରିୟା ଯୋଗୁଁ ବିଶେଷ ଶକ୍ତିଶାଳୀ ହୋଇପାରିନଥିଲା । ଖୁବ୍ କମ୍ ସମୟରେ ଦୁର୍ବଳ ହୋଇଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe