କନକ ବ୍ୟୁରୋ: ବିଜେଡିର ପରାଜୟକୁ ନେଇ ସାଂଘାତିକ ବିସ୍ଫୋରଣ କରିଛନ୍ତି ପୂର୍ବତନ ବିଧାୟକ ତଥା ବୌଦ୍ଧ ଜିଲ୍ଲା ସଭାପତି ମହିଧର ରଣା। ତୃଣମୂଳସ୍ତରରେ ନେତାଙ୍କୁ କୌଣସି ଦାୟିତ୍ବ କି ଗୁରୁତ୍ବ ନଦେବାରୁ ଦଳ ଏଭଳି ଦଶା ଭୋଗିଲା ବୋଲି କହିଛନ୍ତି ମହିଧର। କେବଳ ଏତିକି ନୁହେଁ ବିଜେପିର ଇସ୍ତାହାର ଆଗରେ ବିଜେଡ଼ି ଇସ୍ତାହାର ଆଖିଦୃଶିଆ ହେଲାନାହିଁ। ବିଜେପି ଧାନର ଏମଏସପି ୩୧୦୦, ସୁଭଦ୍ରା ଯୋଜନା, ଭତ୍ତାବୃଦ୍ଧିକୁ ଇସ୍ତାହାରରେ ରଖି ଭୋଟରଙ୍କ ଭରସା ଜିତିଥିଲା। ଯାହାର ପରିଣାମ ଭୋଗିଲା ବିଜେଡି । କେବଳ ଏତିକି ନୁହେଁ ବିଭିନ୍ନ ଅଞ୍ଚଳରେ ଗୋଷ୍ଠୀ କନ୍ଦଳ ଓ ନିର୍ବାଚନ ବେଳେ ତ୍ରୁଟି ବିଚ୍ୟୁତି ପାଇଁ ଦଳ ପରାଜୟର ସାମ୍ନା କରିଛି ବୋଲି କହିଛନ୍ତି ମହିଧର। ଏହାପୂର୍ବରୁ ବିଜେଡିର ଅନେକ ନେତା ଦଳର ପରାଜୟକୁ ନେଇ ବିଷୋଦଗାର କରିଥିଲେ। ଜିଲ୍ଲାୱାରୀ ସମୀକ୍ଷା ବେଳେ ନବୀନଙ୍କ ସାମ୍ନାରେ ପରାଜୟର ଗୋଟି ଗୋଟି କାରଣ କହିଥିଲେ ଦଳୀୟ ନେତା। ଯାହା ନିର୍ବାଚନ ବେଳେ ଦଳ ଭିତରେ ସବୁକିଛି ଠିକ୍ ନଥିଲା ବୋଲି ସ୍ପଷ୍ଟ କରିଥିଲା।
କାହିଁକି ହାରିଲା ବିଜେଡି? ବିସ୍ଫୋରକ ବୟାନ ରଖିଲେ ପୂର୍ବତନ ବିଧାୟକ ମହିଧର ରଣା
Advertisment
Follow Us