କନକ ବ୍ୟୁରୋ: ୧୮ ଡିସେମ୍ୱର ୨୦୨୪, ବର୍ଡ଼ର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ଚାଲିଥାଏ । ଏହି ସମୟରେ ଅଷ୍ଟ୍ରେଲିଆର ଗାବାରୁ ଏକ ଏମିତି ଖବର ଆସିଥିଲା, ଯାହା କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଇମୋସନାଲ ଅନ୍ଦାଜରେ ଅବସର ଘୋଷଣା କରିଥିଲେ ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ୱିନ । କାହିଁକି ଗୋଟିଏ ସିରିଜ ଅଧାରୁ ଅଶ୍ୱିନ ଅବସର ଘୋଷଣା କଲେ, ଏହା ପଛର କାରଣ କଣ ରହିଥିଲା ତାକୁ ନେଇ ପୂରା ଦେଶରେ ଚର୍ଚ୍ଚା ହୋଇଥିଲା । ଅଶ୍ୱିନ ଅଚାନକ ଅବସରକୁ କ୍ରିକେଟପ୍ରେମୀଙ୍କ ସମେତ ପୂର୍ବତନ କ୍ରିକେଟ ଖେଳାଳି ମାନେ ମଧ୍ୟ ପ୍ରଶ୍ନ ଉଠାଇଥିଲେ । ପାଖାପାଖି ମାସେ ପରେ ୟୁଟ୍ୟୁବରେ ଏକ ସାକ୍ଷାତକାରରେ ନିଜ ଅବସର ପଛର କାରଣ କହିଛନ୍ତି ଏହି ପୂର୍ବତନ ଅଲରାଉଣ୍ଡର ।

Advertisment

ସାକ୍ଷାତକାରରେ ଅଶ୍ବନୀ କହିଛନ୍ତି ମୋ ଭିତରେ ଦମ ଥିଲା, ମୁଁ ଆହୁରି କ୍ରିକେଟ ଖେଳିଥାନ୍ତି । ମତେ ପରୋକ୍ଷରେ ଶେଷ ମ୍ୟାଚ ଖେଳିବାକୁ କୁହାଯାଇଥିବା ବେଳେ ଏହା ହିଁ ଅବସର ନେବାକୁ ଉଚିତ ସମୟ ବୋଲି ଭାବିଥିଲି । ବିଦାୟୀ ମ୍ୟାଚ ଖେଳିବାକୁ ଇଛା ଥିଲେ ମଧ୍ୟ ମୁଁ ଡିଜର୍ଭ କରୁନି ଲାଗିବା ପରେ ମୁଁ ଅବସର ଘୋଷଣା କରିଥିଲି ବୋଲି ସେ କହିଛନ୍ତି । ଅଶ୍ୱିନଙ୍କ କିଛି ଏମିତି ପ୍ରତିକ୍ରିୟା ତାଙ୍କ ଅବସରକୁ ନେଇ ପୁଣିଥରେ ଚର୍ଚ୍ଚା କରିବାକୁ ଖୋରାକ ଯୋଗାଇଛି । ସେ ସ୍ବତଃପ୍ରବୃତ ଭାବେ ଅବସର ଘୋଷଣା କରିଥିଲେ ନାଁ ତାଙ୍କ ଉପରେ ଚାପ ସୃଷ୍ଟି କରାଯାଇଥିଲା ତାକୁ ନେଇ କ୍ରୀଡ଼ା ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।