କନକ ବ୍ୟୁରୋ: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପାଇଁ ଚିନ୍ତା ଦେଖାଦେଇଛି । ଇଂଟରନ୍ୟାଶନାଲ ସ୍ପେଶ ସେଂଟର କିଛି ସ୍ଥାନରେ ଛିଦ୍ର ଦେଖାଯିବା ସୂଚନା ପଡିଛି । କିଛି ବର୍ଷ ହେବ ସୃଷ୍ଟି ହୋଇଥିବା ଛିଦ୍ର ଏବେ ପାଖପାଖି ୫୫ରୁ ଅଧିକ ହେଲାଣି । ଏହି ଘଟଣା ସାମାନ୍ୟ ନୁହେଁ କାରଣ ଏହା ଦ୍ବାରା ସେଠାରେ ରହୁଥିବା ମହାକାଶଚାରୀଙ୍କ ପାଇଁ ବଡ ସମସ୍ୟା ଆଣିପାରେ । ନିକଟରେ ରୁଷ ମଧ୍ୟ ଏନେଇ ସତର୍କ କରାଇବା ସହ ଆଗକୁ ବଡ ବିପଦ ଆସିବ ବୋଲି କହିଥିଲା ।
ସୁନୀତା ପାଇଁ ବିପଦ
୫ବର୍ଷ ହେବ ସ୍ପେଶ ସେଂଟରରେ ଛିଦ୍ର ପରିଲିକ୍ଷିତ ହୋଇଥିଲା । ଏବେ ଏହାର ସଂଖ୍ୟା ପାଖାପାଖି ୫୦ରେ ପହଁଚିଲାଣି । ମାଇକ୍ରୋ ଭାଇବ୍ରେସନ ଅନୁଭବ ହେବା ପରେ ଛିଦ୍ର ବାବଦରେ ଜଣାପଡିଥିଲା । ସ୍ପେଶ ସେଣ୍ଟରରେ ଭାରିମାତ୍ରାରେ ଏୟାର ଲିକ ହେଉଛି । ସେଠାରେ ଥିବା ମହାକାଶଚାରୀଙ୍କ ପାଇଁ ସତର୍କଘଣ୍ଟି ବାଜିଛି । ସୁନୀତା ୱିଲୟମ୍ସ ସାଥୀ ମହାକାଶଚାରୀଙ୍କ ସହ ଫସିରହିଛନ୍ତି । ୧୫୦ଦିନ ହେଲାଣି ଉଭୟ ମହାକାଶଚାରୀ ଫସିରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/16/tcuU97dBSgfTJQTjDOOc.jpg)