ବନ୍ଧାହେଲେ ବିଜେଡ଼ି ନେତା ରାଜାଚକ୍ର: ଆଗକୁ କାହାର ପାଳି, ସ୍କାନରରେ କିଏ?

କୋଟି କୋଟି ଟଙ୍କାର ଅର୍ଥ ଆତ୍ମସାତ ଅଭିଯୋଗରେ କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ ଇଓଡବ୍ଲୁ। ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟି ନାଁରେ କିଭଳି ରାଜା କୋଟି କୋଟିର ଟଙ୍କା ହେରଫେର କରିଥିଲେ ତାର ହିସାବ ଦେଇଛି ଇଓଡବ୍ଲୁ ।

dwdw

Photograph: (kanak news)

କନକ ବ୍ୟୁରୋ: କୋଟି କୋଟି ଟଙ୍କାର ଅର୍ଥ ଆତ୍ମସାତ ଅଭିଯୋଗରେ କେନ୍ଦୁଝରର ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚ ଇଓଡବ୍ଲୁ। ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟି ନାଁରେ କିଭଳି ରାଜା କୋଟି କୋଟିର ଟଙ୍କା ହେରଫେର କରିଥିଲେ ତାର ହିସାବ ଦେଇଛି ଇଓଡବ୍ଲୁ । ଅନ୍ୟପଟେ ଆଜି ବିଧାନସଭାରେ ବିଜେପି ବିଧାୟକ ଭାସ୍କର ମଢେଇ ରାଜାଚକ୍ର ପ୍ରସଙ୍ଗ ଉଠାଇ  ବିଜେଡିକୁ ଘେରିଛନ୍ତି । 

ଗିରଫ ଉପରେ ହାଇକୋର୍ଟଙ୍କ ଅଙ୍କୁଶ ହଟିବା ପରେ ଗିରଫ ହୋଇଛନ୍ତି  ବିଜେଡି ନେତା ରାଜାଚକ୍ର । କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟିର ସଦସ୍ୟ ନଥାଇ ରାଜା ଚକ୍ର ଓ ତାଙ୍କ ସହଯୋଗୀ କୋଟି କୋଟି ଟଙ୍କା ଅତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ପଚରାଉଚରା ପରେ ରାଜାଚକ୍ରଙ୍କୁ ବାନ୍ଧିଛି କ୍ରାଇମବ୍ରାଂଚ ଇଓଡବ୍ଲୁ । ଗିରଫ ପରେ ରାଜା ଚକ୍ରକୁ ଭୁବନେଶ୍ୱର କ୍ରାଇମବ୍ରାଞ୍ଚ EOW କାର୍ଯ୍ୟାଳୟକୁ ଅଣାଯାଇଛି। ସେଠାରେ ତାଙ୍କୁ ଜେରା କରାଯିବ। 

ରାଜାଚକ୍ର ଗିରଫ ପରେ କ୍ରାଇମବ୍ରାଂଚ ରାଜା ଚକ୍ରଙ୍କ ଆର୍ଥିକ ହେରଫର ନେଇ ଯେଉଁ ତଥ୍ୟ ଦେଇଛି, ତାହା ସାଂଘାତିକ। କ୍ରାଇମବ୍ରାଂଚ ଇଓଡବ୍ଲୁର ଖୋଳତାଡ ବେଳେ ଜଣାପଡିଛି ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ଜରିଆରେ ରାଜା ଚକ୍ର କୋଟି କୋଟି ଟଙ୍କାର ଅର୍ଥ ହେରଫେର କରିଛି ।

-ରାଜାଚକ୍ର ବେଆଇନ ଲୋଡିଂ କାରବାର କରୁଥିଲେ
-୯ କୋଟି ଟଙ୍କାର ପେଟ୍ରୋଲ ଖର୍ଚ୍ଚ ବିଲ ମିଛ ବୋଲି ଜଣାପଡ଼ିଛି
-୪୭ କୋଟି ଲୋଡିଂ ଏଜେନ୍ସି ଆଖପାଖ ଅଂଚଳ ବିକାଶ କାମରେ ଖର୍ଚ୍ଚ ହୋଇଥିବା ଦର୍ଶାଇଯାଇଛି
-କିନ୍ତୁ ଏଭଳି କୌଣସି ବିକାଶ ହୋଇନଥିବା ତଦନ୍ତ ବେଳେ ଜଣାପଡିଛି
-୭୪ କୋଟି ଲୋଡିଂ ଅନଲୋଡିଂରେ ଖର୍ଚ୍ଚ ହୋଇଥିବା ଦର୍ଶାଯାଇଛି
-କିନ୍ତୁ ବିଲ ଯାଂଚବେଳେ ଏହା ଠିକ୍ ନଥିବା ଜଣାଯାଇଛି 
-ଗାଁ ଲୋକଙ୍କ ବିକାଶ ପାଇଁ ୩୩ କୋଟି ଟଙ୍କା ଖର୍ଚ୍ଚ ମିଛ ବୋଲି ଜଣାପଡିଛି

ମାମଲାରେ ବର୍ତ୍ତମାନ ସୁଦ୍ଧା ରାଜାଚକ୍ରଙ୍କ ସହ ୩ ଜଣ ଗିରଫ ହୋଇସାରିଛନ୍ତି । ଏବେ ଜେରାବେଳ ଆହୁରି ସତ ପଦାକୁ ଆସିବା ସମ୍ଭାବନା ରହିଛି । 
ମାତ୍ର ଅଳ୍ପଦିନରେ ରାଜା ଚକ୍ର କେନ୍ଦୁଝରର ପ୍ରଭାବଶାଳୀ ନେତା ପାଲଟିଥିଲା । ଏହାପଛରେ ବିଜେଡିର କିଛି ବଡବଡ଼ିଆ ନେତା ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ । ପ୍ରଶ୍ନ ଉଠୁଛି

- କାହା ଛତ୍ରଛାୟା ତଳେ ଦୁର୍ନୀତି କରୁଥିଲେ ରାଜା? 
- ରାଜାଙ୍କ ଦୁର୍ନୀତି ପଛରେ ବଡ଼ବଡ଼ିଆ କିଏ?
-କୋଟି କୋଟି ଠକେଇ ପଛରେ ରାଜା ଏକା ନା ଆଉ କିଏ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe