କନକ ବ୍ୟୁରୋ: ଏସଆଇ ନିଯୁକ୍ତି ପରୀକ୍ଷା ପୂର୍ବରୁ ବଡ଼ କେଳେଙ୍କାରୀ ଧରାପଡିଛି । ଏହି ମାମଲାରେ କ୍ରାଇମବ୍ରାଂଚ ତନାଘନା ଚଳାଇଥିବାବଳେ ଆଗକୁ ଘାଣ୍ଟିବ ସିବିଆଇ । ହେଲେ, ଶଙ୍କର ଦେଇଥିବା ବୟାନ, ପୂର୍ବରୁ ଦିଆଯାଇଥିବା ବିଭିନ୍ନ ନିଯୁକ୍ତି ଉପରେ ସନ୍ଦେହ ସୃଷ୍ଟି କରିଛି । 

Advertisment

ଏସଆଇ ଚାକିରି କେଳେଙ୍କାରୀ ମାମଲାରେ କ୍ରାଇମବ୍ରାଂଚ ତନାଘନା ଚଳାଇଥିବାବେଳେ ଆସୁଛି ସିବିଆଇ । ଖୁବଶୀଘ୍ର ଓଡ଼ିଶାର ବହୁ ବଡ଼ବଡ଼ିଆଙ୍କ କବାଟ ବାଡେଇବେ ସିବିଆଇ ଅଧିକାରୀ । ଏହି କେଳେଙ୍କାରୀରେ ଯେଉଁମାନଙ୍କ ସମ୍ପୃକ୍ତି ରହିଛି, ସମସ୍ତଙ୍କ ପାଖରେ ପହଁଚିବ । ପ୍ରମାଣ ପାଇବା ମାତ୍ରେ ସେମାନଙ୍କୁ ଉଠାଇବ। ଏହାରି ଭିତରେ ଶଙ୍କର ପୃଷ୍ଟି ଦେଇଥିବା ବୟାନ ଅନେକଙ୍କ ହୋସ୍ ଉଡାଇ ଦେଇଛି। ନେତା ହୁଅନ୍ତୁ କି ବାବୁ ଯେଉଁମାନେ ଚାକିରି କେଳେଙ୍କାରୀରେ ସାମିଲ ଅଛନ୍ତି, ସେମାନଙ୍କୁ ଘାରିଲାଣି ବନ୍ଧା ହେବାର ଭୟ। 

ଅଧିକ ପଢ଼ନ୍ତୁ... ନୂଆପଡ଼ାରେ ବଢ଼ୁଛି ନିର୍ବାଚନ ତାତି ; ଏବେ ମଇଦାନକୁ ଓହ୍ଲାଇବେ ମୁଖିଆ

ଚାକିରି ପାଇଁ ହଜାରେ କୋଟି ଟଙ୍କାର ଡିଲ୍ ହୋଇଥିଲା ବୋଲି ଶଙ୍କର କହିଛି। କିନ୍ତୁ କେଉଁ କେଉଁ ଚାକିରି ପାଇଁ କେତେ ଟଙ୍କା ଡିଲ୍ ହୋଇଥିଲା ତାର ରହସ୍ୟ ଫିଟିନି। ତେଣୁ ପୂର୍ବରୁ ଦିଆଯାଇଥିବା 

ଓଡ଼ିଶାରେ ଚାକିରି କେଳେଙ୍କାରୀ 
- ୨୦୨୪ ଆରଆଇ, ଅମିନ, ୨୦୨୩ କନିଷ୍ଠ ଯନ୍ତ୍ରୀ (ସିଭିଲ୍), ୨୦୨୨ ଏଏସଓ, କନିଷ୍ଠ ଶିକ୍ଷକ ନିଯୁକ୍ତିକୁ ନେଇ ସନ୍ଦେହ ବଢ଼ିଛି। ଏହି ସବୁ ଚାକିରି ପାଇଁ ଲକ୍ଷ ଲକ୍ଷ ଟଙ୍କାର କାରବାର ହୋଇଥିବା ଅଭିଯୋଗ ହୋଇ ଆସୁଥିବାରୁ, ଏସବୁକୁ ତଦନ୍ତ ପରିସରଭୁକ୍ତ କରିବାକୁ ଦାବି କରିଛନ୍ତି ଚାକିରି ଆଶାୟୀ । ଏବେ ଅପେକ୍ଷା ସିବିଆଇକୁ। ଚାକିରି କେଳେଙ୍କାରୀ ପର୍ଦ୍ଦାଫାସ୍ କେବେ ହେବ ତା ଉପରେ ନଜର ।