କନକ ବ୍ୟୁରୋ: ମୁଁ ବଡ଼, ମୁଁ ପ୍ରଭାବଶାଳୀ : ଏଇ ଅହଂରେ ସାରା ବିଶ୍ବରେ ଲାଗିଛି ନିଆଁ , ସେ ନିଆଁ ଲିଭୁନି , ସେ ନିଆଁରେ ଛାରଖାର କୋଟି କୋଟି ନୀରିହଙ୍କ ଜୀବନ । କିଏ ଶୁଣିବ ଦୁଃଖ , କିଏ କରିବ ସମାଧାନ , କିଛି ଖିଅ ମିଳୁନି ।
ଗତ ଅଢେଇ ବର୍ଷରୁ ଅଧିକ ସମୟ ଧରି ୟୁକ୍ରେନ ଓ ଋଷ ମଧ୍ୟରେ ଚାଲିଛି ଯୁଦ୍ଧ । ଏବେ ବଡ଼ ଧରଣର ଲଢ଼େଇ ହେଉନଥିଲେ ବି ଯୁଦ୍ଧ କିନ୍ତୁ ସରିନି । ୟା ଭିତରେ ଜଳି ପୋଡ଼ି ପାଉଁଶ ହୋଇସାରିଛି ସୁନ୍ଦର ୟୁକ୍ରେନ୍ । ନିଜକୁ ବଡ଼ କହି କହି ପଛକୁ ହଟୁନି ଋଷ । ହେଲେ ଏ ଦେଶର ନୀରିହ ସୈନିକ ବି ପ୍ରାଣ ହରାଉଛନ୍ତି । ନିଜ ପରିବାରକୁ ଛାଡ଼ି ଆସିଥିବା ଋଷର ସେନା ୟୁକ୍ରେନ ମାଟିରେ ଛଟପଟ ହୋଇ ପ୍ରାଣ ହରାଇଲେ । କିନ୍ତୁ ଯବାନ ହୁଅନ୍ତୁ ବା ସାଧାରଣ ଜନତା ଏମାନଙ୍କ ଦୁଃଖ କାହାକୁ ଦେଖାଯାଉଛି ? ଆଉ ଯିଏ ବଞ୍ଚିଯାଇଛି ନିଜର ସବୁ କିଛି ହରାଇ ଏବେ ମୃତ୍ୟୁକୁ ଖୋଜୁଛି ।
ଏବେ ଗାଜା ଏବଂ ଇସ୍ରାଏଲ କଥା ବା କ’ଣ କହିବା… ଦୁଇ କ୍ଷୁଦ୍ର ରାଷ୍ଟ୍ର ହେଲେ କିଏ କାହାକୁ ଛାଡ଼ିବାକୁ ନାରାଜ । ଚୁପଚାପ୍ ଥିବା ଇସ୍ରାଏଲ ଉପରେ ଗାଜା ମିସାଇଲ ମାଡ଼ କରିବା ପରେ ନୃଶଂସ ହୋଇପଡ଼ିଛି ଗାଜା । ଦୁଇ ଦେଶ ପରସ୍ପରର ଲୋକଙ୍କୁ ନେଇ ବନ୍ଦୀ କରି ରଖିଛନ୍ତି । ଗାଜାରେ ଏବେ ନା ମିଳୁଛି ପାଣି, ନା ଖାଦ୍ୟ । ଖାଇବାକୁ ଅପେକ୍ଷା କରି କରି ଚାଲିଯାଉଛି ଭୋକିଲା ମଣିଷର ଜୀବନ । ଆଉ ଭୋକରେ କଲବଲ ହୋଇ ରାହା ଧରି କାନ୍ଦୁଛନ୍ତି କଅଁଳ ଶିଶୁ । ଆଉ ରୋଗ ହେଲେ ଚିକିତ୍ସା କରିବାକୁ ଥିବା ଡାକ୍ତର ବି ଏଥିରୁ ମୁକ୍ତ ନୁହଁନ୍ତି । ପେଟରେ ଭୋକ ଥିଲେ କି ଚିକିତ୍ସା କି ଔଷଧ । ସମସ୍ତେ ଖାଲି ତ୍ରାହି ତ୍ରାହି ଡାକୁଛନ୍ତି । ଶାନ୍ତିର କୌଣସି ଆଭାସ ମିଳୁନଥିବାବେଳେ ଯେମିତି ଜୀବନ ଏଠି ମୃତ୍ୟୁକୁ ଅପେକ୍ଷା କରି ରହିଛି ।
ଏସବୁ ଖାଲି ଯାହା ’ମୋର ମୋର’ ପାଇଁ । ଅହଂକାରରେ ଅନ୍ଧ ବିଶ୍ବ ନେତାଙ୍କୁ କିଛି ଦେଖାଯାଉନି । କିନ୍ତୁ ସେମାନଙ୍କ ଅହଂକାର , ସ୍ବାର୍ଥ ପାଇଁ ଯେ ଅଗଣିତ ଜୀବନ ବଳି ପଡ଼ୁଛି , ସାରା ବିଶ୍ବ ପ୍ରଭାବିତ ହେଉଛି ଏକଥା କେବେ ବୁଝାପଡ଼ିବ?...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/11/32-2025-08-11-15-31-59.jpg)