କନକ ବ୍ୟୁରୋ : କେରଳ ଥିରୁଅନନ୍ତପୁରମରେ ବୀଭତ୍ସ ହତ୍ୟାକାଣ୍ଡ । ଟଙ୍କା ପାଇଁ ନିଜ ପରିବାରର ସମସ୍ତଙ୍କୁ ହତ୍ୟା କଲା ଜହ୍ଲାଦ ପୁଅ । ଋଣ କରଜ ତଳେ ଫସିଥିବା ୨୩ ବର୍ଷୀୟ ଯୁବକ ନିଜ ପରିବାରର ଦାଦା, ଖୁଡି, ଜେଜେମା ଓ ଭାଇକୁ ଅତି ନିର୍ମମ ଭାବେ ହତ୍ୟା କରିଛି । ଜହ୍ଲାଦ ପୁଅ ନିଜ ମାଆକୁ ବି ମାରିବାକୁ ପଛାଇ ନଥିଲା । ମାତ୍ର ମାଆ ଏବେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ଅଛନ୍ତି । କେବଳ ନିଜ ପରିବାର ଲୋକ ନୁହେଁ ପ୍ରେମିକାକୁ ମଧ୍ୟ ହତ୍ୟା କରିଛି ସଇତାନ । ଘଟଣାଟି କେରଳ ଥିରୁଅନନ୍ତପୁରମ୍ ବେଞ୍ଜାରାମୁଡୁ ଗାଁର ଘଟଣା ।
ସୂଚନା ଅନୁସାରେ ଅଭିଯୁକ୍ତ ଅପ୍ଫାନ୍, ଗଲ୍ଫ ଦେଶ ଗୁଡିକରେ ବ୍ୟବସାୟ ପାଇଁ ଅର୍ଥ ନିବେଶ କରିଥିଲା। ଆଉ ସେଥିରେ ସେ ଅନେକ କ୍ଷତି ସହିଥିଲା। ଯାହାକୁ ନେଇ ଅପ୍ଫାନ୍ ମୁଣ୍ଡ ଉପରେ କରଜ ବଢ଼ିଯାଇଥିଲା। ଆଉ ସେ ନିଜ ପରିବାର ଲୋକଙ୍କୁ ସାହାଯ୍ୟ ମାଗିଥିଲା। ହେଲେ କେହି ତାକୁ ସାହାଯ୍ୟ ନକରିନାରୁ ସେ ନିଜ ପରିବାର ଲୋକଙ୍କ ସମେତ ପ୍ରେମିକାକୁ ହତ୍ୟା କରିଥିବା ପୋଲିସ ଆଗରେ ସ୍ବିକାର କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/02/25/0qQMJaneryWgkXLcFoGk.jpg)