କନକ ବ୍ୟୁରୋ: ଦେଶ ପାଳୁଛି ଆଲୋକର ପର୍ବ ଦୀପାବଳି । ଆଲୋକ ସହ ଆନନ୍ଦ ଓ ସୁଖ ସମୃଦ୍ଧିକୁ ନେଇ ଆସିଛି ଦୀପାବଳି । ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧାର ଉପରେ ଆଲୋକର ବିଜୟର ପ୍ରତିକ ସ୍ବରୂପ ଭାରତରେ ଏହି ପର୍ବକୁ ପାଳନ କରାଯାଇଥାଏ । ଘରେ ଘରେ ଦୀପ ଜାଳି ଏହି ପର୍ବକୁ ପାଳନ କରାଯାଉଛି । ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଗାଁଠୁ ସହର । ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଦୀପାବଳି ପର୍ବ । ଦିଲ୍ଲୀ ଭଳି କିଛି ସ୍ଥାନରେ ବାଣ ଫୁଟା ବ୍ୟାନ ହୋଇଥିବା ବେଳେ ଅନ୍ୟ ସ୍ଥାନମାନଙ୍କରେ ବାଣ ଫୁଟାଇ ଓ ମିଠା ଖୁଆଇ ଦୀପାବଳି ପାଳନ କରାଯାଉଛି । ଦୀପାବଳି ପାଇଁ ଆଜି ବିଭିନ୍ନ ମିଠା ଓ ବାଣ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହି ଅବସରରେ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ ଓ ଇଣ୍ଡିଆ ଗେଟ ମଧ୍ୟ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ।
ଦେଶ ସାରା ଦୀପାବଳିର ଧୁମ୍ । ଗାଁଠୁ ନେଇ ସହର ଯାଏ ଉତ୍ସବର ମାହୋଲ ।
ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ରାଷ୍ଟ୍ରପତି ଭବନ ଓ ଇଣ୍ଡିଆ ଗେଟ । ଗାଁଠୁ ନେଇ ସହର ଯାଏ ଉତ୍ସବର ମାହୋଲ । ଦୀପ ଜାଳି ଆଲୋକର ପର୍ବକୁ ପାଳନ କରୁଛନ୍ତି ଲୋକେ । ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଦୀପାବଳି ପର୍ବ ।