ଏକଜିଟ୍ ପୋଲ୍ ହେଲା ଏକଜାକ୍ଟ୍ ପୋଲ, ଦିଲ୍ଲୀ ଦରବାରରେ ବିଜେପିକୁ ମିଳିଲା ବହୁମତ । ୨୭ବର୍ଷ ପରେ କ୍ଷମତାକୁ ଫେରିଲା ଦଳ । ଅନ୍ୟ ରାଜ୍ୟ ପରି ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନକରି ମୋଦିଙ୍କ ନେତୃତ୍ବରେ ଲଢେଇ ଦଳକୁ ଦେଇଛି ବିପୁଳ ସଫଳତା । ଏସବୁ ଭିତରେ କିଏ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ, ସେନେଇ ଜୋର ଧରିଲାଣି ଚର୍ଚ୍ଚା ଜାଣନ୍ତୁ ଏହି ସମ୍ଭାବ୍ୟ ନାଁ ଗୁଡ଼ିକ ମଧ୍ୟରେ ଆଗରେ କିଏ...

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସ୍...
ପ୍ରବେଶ ବର୍ମା
- ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ପ୍ରବେଶ ବର୍ମା
- ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇ ନୂଆଦିଲ୍ଲୀ ଆସନରୁ ବିଜୟୀ
-ଦିଲ୍ଲୀରେ ଆପକୁ ହରାଇବାରେ ତୁଲାଇଛନ୍ତି ପ୍ରମୁଖ ଭୂମୀକା

ବାଶୁଁରୀ ସ୍ବରାଜ
- ମୁଖ୍ୟମନ୍ତ୍ରୀ ଦୌଡ଼ରେ ପ୍ରମୁଖ ଦାବିଦାର ବାଂଶୁରୀ ସ୍ବରାଜ
- ପ୍ରଥମ ନିର୍ବାଚନରେ ବିଜୟୀ ହୋଇ ନୂଆଦିଲ୍ଲୀରୁ ହୋଇଛନ୍ତି ସାଂସଦ 
- ମା ସୁଷମା ସ୍ବରାଜଙ୍କ ଭଳି ନିର୍ଭୀକ ଓ ସ୍ପଷ୍ଟବାଦୀ ନେତ୍ରୀ 

ସ୍ମୃତି ଇରାନୀ
-ବିଜେପିର ପରିଚିତ ମହିଳା ଚେହେରା 
-ସଂସଦରେ ସ୍ମୃତିଙ୍କ ଭାଷଣ ବେଶ ପ୍ରଭାବଶାଳୀ
-ନିର୍ବାଚନ ପ୍ରଚାରରେ ତୁଲାଇଛନ୍ତି ସକ୍ରିୟ ଭୂମିକା 

ମୋହନ ବିଷ୍ଟ
- ଦଳର ଅନ୍ୟତମ ଟାଣୁଆ ନେତା
- ମୁସ୍ତାଫାବାଦ ଆସନରୁ ବିପୁଳ ଭୋଟରେ ବିଜୟୀ
- ମୁସଲମାନ ବହୁଳ ଆସନରେ ଦଳ ପାଇଁ ସାଜିଲେ ଟ୍ରମ୍ପକାର୍ଡ 

ମନୋଜ ତିୱାରୀ
-ଦିଲ୍ଲୀ ପ୍ରଦେଶ ବିଜେପିର ସକ୍ରିୟ ନେତା 
-ଉତ୍ତରପୂର୍ବ ଦିଲ୍ଲୀ ଆସନରୁ ତିନି ତିନି ଥରର ସାଂସଦ 
-ଦିଲ୍ଲୀ ବିଜେପିର ସଭାପତି ଭାବେ ତୁଲାଇଥିଲେ ଦାୟିତ୍ବ

ବୀରେନ୍ଦ୍ର ସଚଦେବା
-ବର୍ତ୍ତମାନ ଦିଲ୍ଲୀ ବିଜେପିର ସଭାପତି
-ଶୀର୍ଷ ନେତୃତ୍ବଙ୍କ ନିକଟତର
-ସାଂଗଠନିକ ଦକ୍ଷତା ଓ ଅଭିଜ୍ଞ ରାଜନେତା 

ଚର୍ଚ୍ଚାରେ ରହିଥିବା ଚେହେରାଙ୍କୁ ମିଳିବ କି ଗୁରୁତ୍ବ? ନା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ଓଡ଼ିଶା ଭଳି ସରପ୍ରାଇଜ ଦେବେ ମୋଦି?