କନକ ବ୍ୟୁରୋ : କିଏ ଦଖଲ କରିବ ଦିଲ୍ଲୀ ସିଂହାସନ? ଆଜି ନିର୍ଦ୍ଧାରଣ ହେବ ଭାଗ୍ୟ। ଆଜି ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ। ଆଉ କିଛି ସମୟ ପରେ ପଡିବ ଭୋଟ। ଦିଲ୍ଲୀର ୧.୫୬ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଦିଲ୍ଲୀରେ ମତଦାନ ପାଇଁ ୧୩ହଜାର ୭୬୬ ପୋଲିଂ ବୁଥ୍ ପ୍ରସ୍ତୁତ କରାଯାଇଛି। ସ୍ବଛ ଓ ଅବାଧ ନିର୍ବାଚନ ଅନୁଷ୍ଠିତ ନେଇ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ହୋଇଛି ସ୍ବତନ୍ତ୍ର ପ୍ରସ୍ତୁତି। କିପରି ବହୁ ସଂଖ୍ୟାରେ ଭୋଟର ଗଣତନ୍ତ୍ରର ମହାପର୍ବରେ ସାମିଲ ହେବେ। ଉତ୍ସାହର ସହ ମତାଧିକାର ସାବ୍ୟସ୍ତ କରିବେ ତାହା ଉପରେ ଗୁରୁତ୍ବ ଦେଇଛନ୍ତି ନିର୍ବାଚନ କମିଶନ। ଫେବୃଆରୀ ୫କୁ ସାର୍ବଜନୀନ ଛୁଟି ଘୋଷଣା କରିଛନ୍ତି ଦିଲ୍ଲୀ ସରକାର। ବନ୍ଦ ରହିବ ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ ।
ମୋଟ ୭୦ ଆସନରେ ୬୯୯ ପ୍ରତିଦ୍ୱନ୍ଦୀ ଅଛନ୍ତି । ଆସନ୍ତା ଫେବ୍ରୁଆରି ୮ତାରିଖରେ ଫଳାଫଳ ପ୍ରକାଶ ପାଇବ। ଆଜିର ଭୋଟ ଆପ ପାଇଁ ଅଗ୍ନିପରୀକ୍ଷା ହୋଇଥିବାବେଳେ ଆଗାମୀ ୫ ବର୍ଷ ପାଇଁ ବିଜେପି ଓ କଂଗ୍ରସର ଭାଗ୍ୟ ନିର୍ଧାରଣ କରିବ । ଏଥର ବିଧାନସଭା ନିର୍ବାଚନ ଜିତି ହାଟ୍ରିକ ବିଜୟ ଆଶାରେ ଅଛି ଆପ୍। ତେଣୁ ପୁଣି ଥରେ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ଗଡ଼ ବଜାୟ ରଖିବାରେ ସଫଳ ହେବ ନା ବିଜେପି କିମ୍ବା କଂଗ୍ରେସ କିଛି ବଡ଼ ଓଲଟପାଲଟ କରିଦେବେ, ଆଜିର ଭୋଟ୍ ସାବ୍ୟସ୍ତ କରିବ।
ଏବେ ଆସନ୍ତୁ ନଜର ପକାଇବା ପ୍ରମୁଖ ପ୍ରାର୍ଥୀ, ଯେଉଁମାନଙ୍କ ଆଜି ଭାଗ୍ୟ ନିର୍ଧାରଣ ହେବ
ଅରବିନ୍ଦ କେଜରିୱାଲ-ନୂଆଦିଲ୍ଲୀ
ସନ୍ଦୀପ ଦୀକ୍ଷିତ--ନୂଆଦିଲ୍ଲୀ
ଆତିଶି-କାଲକାଜୀ
ଅଳକା ଲାମ୍ବା--କାଲକାଜୀ
ସୋମନାଥ ଭାରତୀ-ମାଲବ୍ୟ ନଗର
ମନୀଷ ଶିଶୋଦିଆ-ଜଙ୍ଗପୁରା
ଦିଲ୍ଲୀ ନିର୍ବାଚନ---୨୦୨୫
ଦିଲ୍ଲୀରେ ହେଉଛି ତ୍ରିମୁଖୀ ଲଢ଼େଇ
ବିଜେପି, ଆପ୍ ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର
୭୦ ବିଧାନସଭା ଆସନ ପାଇଁ ନିବାର୍ଚନ
ମୋଟ ୬୯୯ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି
ଆପ୍ ଓ କଂଗ୍ରେସ ୭୦ ଆସନରେ ପ୍ରାର୍ଥୀ ଦେଇଛନ୍ତି
ଏନଡିଏ ମେଣ୍ଟରୁ ବିଜେପି ୬୮ ଆସନରେ ଲଢୁଛି
ବାକି ୨ ଆସନରେ ଲଢୁଛନ୍ତି ଜେଡିୟୁ ଓ ଏଲଜେପି(ଆର)
ବିଏସପି ୭୦ ଓ ଏନସିପି ୩୦ ଆସନରେ ପ୍ରାର୍ଥୀ ଦେଇଛି
୧ କୋଟି ୫୫ ଲକ୍ଷ ୨୪ ହଜାର ୮୫୮ ଭୋଟର
୮୩ ଲକ୍ଷ ୭୬ ହଜାର ୬୪୫ ପୁରୁଷ ଭୋଟର
୭୨ ଲକ୍ଷ ୩୬ ହଜାର ୯୫୨ ମହିଳା ଭୋଟର
ପ୍ରଥମ ଥର ଭୋଟ ଦେବେ ୨ ଲକ୍ଷ ୮ ହଜାର ଭୋଟର
୮୩୦ ଶତାୟୁ ଭୋଟର
ମତଦାନ କେନ୍ଦ୍ରରେ ୩୦ ହଜାର ପୋଲିସ, ୨୨୦ ପାରା ମିଲିଟାରୀ ଫୋର୍ସ ମୁତୟନ ରହିବେ
ମୁଖ୍ୟମନ୍ତ୍ରୀ ଚେହେରା କିଏ?
ତିନି ପ୍ରମୁଖ ଦଳ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିନାହାନ୍ତି
ଆପ୍ ବିଜୟୀ ହେଲେ କ୍ରେଜିୱାଲ ମୁଖ୍ୟମନ୍ତ୍ରୀ ହେବେ କି ନାହିଁ ସନ୍ଦେହ
ମୁଖ୍ୟମନ୍ତ୍ରୀ ଚେହେରା ନେଇ ବିଜେପି ଓ କଂଗ୍ରେସ କାର୍ଡ ଖୋଲିନାହାନ୍ତି
ନିର୍ବାଚନ ଫଳାଫଳ ପରେ ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ହଟିବ ପରଦା
ଦିଲ୍ଲୀ ନୂଆ ନା ପୁରୁଣା ମୁଖ୍ୟମନ୍ତ୍ରୀ ପାଇବ ତାହାକୁ ଅପେକ୍ଷା
ଫ୍ଲାସବ୍ୟାକରେ ଦିଲ୍ଲୀ ନିର୍ବାଚନ
ଗତ ଦୁଇଟି ନିର୍ବାଚନରେ ବାଜି ମାରିଛି ଆମ ଆଦମୀ ପାର୍ଟି
କଂଗ୍ରେସର ଗଡ଼ ଭାଙ୍ଗି ଶାସନ କ୍ଷମତା ଅକ୍ତିଆର କରିଛି ଆପ୍
୨୦୧୫ ଓ ୨୦୨୦ରେ ପୂର୍ଣ୍ଣ ବହୁମତ ସହ ସରକାର ଗଢିଥିଲା ଆପ୍
୨୦୧୫ ନିର୍ବାଚନରେ ୬୭ଟି ଆସନ ଜିତିଥିଲା ଆପ୍
୬୨ ଆସନ ସହ ୨୦୨୦ରେ ଆପ୍ ସରକାର ଗଢ଼ିଥିଲା
୨୦୨୪ ସେପ୍ଟେମ୍ବର ଯାଏଁ ମୁଖ୍ୟମନ୍ତ୍ରୀ ଥିଲେ ଅରବିନ୍ଦ କ୍ରେଜିୱାଲ
ଉଭୟ ନିର୍ବାଚନରେ ବିଜେପି ଯଥାକ୍ରମେ ୩ ଓ ୮ ଆସନ ଜିତିଥିଲା
ଗତ ୨ଟି ନିର୍ବାଚନରେ ଦିଲ୍ଲୀରେ ଖାତା ଖୋଲିପାରିନି କଂଗ୍ରେସ
ରୋଚକ ହୋଇଛି ଦିଲ୍ଲୀ ରାଜନୀତି
୨୦୨୦ ନିର୍ବାଚନ ପରେ ରୋଚକ ହୋଇଛି ଦିଲ୍ଲୀ ରାଜନୀତି
ଇଣ୍ଟିଆ ମେଣ୍ଟରେ ଥାଇ ଅଲଗା ଅଲଗା ଲଢୁଛନ୍ତି ଆପ୍ ଓ କଂଗ୍ରେସ
ଦିଲ୍ଲୀ ଅବକାରୀ ନୀତିକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେପି-ଆପ୍
ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ କରି ରଦ୍ଦ କରିଥିଲେ ଉପରାଜ୍ୟପାଳ
ଅବକାରୀ ନୀତି ଦୁର୍ନୀତି ମାମଲାରେ କ୍ରେଜିୱାଲଙ୍କୁ ଗିରଫ କରିଥିଲା ଇଡି
ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପଦରେ ରହି ଗିରଫ ହୋଇଥିଲେ
୨୧ ମାର୍ଚ୍ଚ ୨୦୨୪ରେ କ୍ରେଜିୱାଲଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ଜେଲରେ ଥିବାବେଳେ ସମାନ ମାମଲାରେ ଗିରଫ କରିଥିଲା ସିବିଆଇ
୫ ମାସରୁ ଅଧିକ ସମୟ କେଜ୍ରିୱାଲ ଜେଲରେ କାଟିଥିଲେ
୧୩ ସେପ୍ଟେମ୍ବରରେ ଜାମିନ୍ ପାଇ ମୁକୁଳିଥିଲେ କ୍ରେଜିୱାଲ
୧୭ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ
୨୧ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଆତିଶୀ
କ୍ରେଜିୱାଲଙ୍କ ପୂର୍ବରୁ ଗିରଫ ହୋଇଥିଲେ ମନୀଷ ସିସୋଦିଆ
ସେହି ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ ସିସୋଦିଆ
ଆପ୍ର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ଜେଲ ଯିବାକୁ ପଡ଼ିଥିଲା
ତୁଙ୍ଗ ନେତା ଜେଲରେ ଥିବା ବେଳେ ଲୋକସଭା ନିର୍ବାଚନକୁ ଓହ୍ଲାଇଥିଲା ଦଳ
ଲୋକସଭା ନିର୍ବାଚନରେ ମାତ୍ ଖାଇଥିଲା ଆମ୍ ଆଦମୀ ପାର୍ଟି
ଲୋକସଭା ନିର୍ବାଚନରେ ସାଙ୍ଗଠନିକ ଶକ୍ତି ଦେଖାଇଥିଲା ବିଜେପି
୨୦୨୪ରେ ସମସ୍ତ ୭ ଲୋକସଭା ଆସନ ହାତେଇଥିଲା ବିଜେପି
ଲୋକସଭା ନିର୍ବାଚନ ଏକାଠି ଲଢ଼ିଥିଲେ ଆପ୍ ଓ କଂଗ୍ରେସ
ଆପ୍ ୪ ଓ କଂଗ୍ରେସ ୩ଟି ଆସନରେ ଲଢ଼ି ଖାତା ଖୋଲିପାରିନଥିଲେ