କନକ ବ୍ୟୁରୋ : ଦିଲ୍ଲୀ ଦଖଲ ପରେ ସରକାର ଗଢିବାକୁ ବିଜେପିର ପ୍ରସ୍ତୁତି । ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବେ ଦଳୀୟ ବିଧାୟକ । ଏହା ପୂର୍ବରୁ ସଭାପତି ବୀରେନ୍ଦ୍ର ସଚଦେବାଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ନବନିର୍ବାଚିତ ବିଧାୟକଙ୍କ ସହ ଦଳୀୟ ସାଂସଦମାନେ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଏହା ପୂର୍ବରୁ ଗତକାଲି ଗୃହମନ୍ତ୍ରୀ ଅମିତ୍ ଶାହା ଓ ନଡ୍ଡା ମଧ୍ୟ ୧ଘଣ୍ଟା ଧରି ଏସମ୍ପର୍କରେ ଆଲୋଚନା କରିଥିଲେ । ଫେବୃଆରୀ ୧୬ ତାରିଖ ପରେ ଏନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି ଶୀର୍ଷ ସ୍ତରରେ ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶ ଗସ୍ତରୁ ଫେରିବା ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବା ସହ ଶପଥ ଗ୍ରହଣ ତାରିଖ ମଧ୍ୟ ଜଣାପଡିବ ।