କନକ ବ୍ୟୁରୋ: ୨୦୨୪ରେ ବିରାଟ ରାଜନୈତିକ ପରିବର୍ତନ ହେଲା, ଅପ୍ରତ୍ୟାଶିତ ଭାବେ ବିରୋଧୀରୁ ସିଧା ଶାସକ ଦଳରେ ବସିଥିଲା ବିଜେପି । ହେଲେ ସରକାରକୁ ଆସିବା ପରେ ଲମ୍ୱା ରେସର ଘୋଡା ବନିବା ପାଇଁ ମେଗା ପ୍ଲାନ ପ୍ରସ୍ତୁତ କରିଛି ବିଜେପି । କାରଣ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ପୁରା ଫୋକସରେ ଓଡିଶା । ୨୦୨୫ ପ୍ରାରମ୍ଭରୁ ଓଡିଶା ବିଜେପି ସଂଗଠନର ନବକଳେବର ହେବାକୁ ଯାଉଛି । ତୃଣମୂଳଠାରୁ ରାଜ୍ୟ ସ୍ତରୀୟ ସଂଗଠନର ଆମୁଳଚୂଳ ପରିବର୍ତନ କରି ୨୦୨୫ରରୁ ୨୦୨୯ର ବ୍ଲୁ ପ୍ରିଂଟ ପ୍ରସ୍ତତ କରୁଛି ଦଳ । କ୍ଷମତାରେ ଥିଲେ ବି ବିଜେପି ପାଇଁ ଆନେକ ଚ୍ୟାଲେଂଜ ରହିବ ।
୨୦୨୪ ଆରମ୍ଭରୁ ବିଜେଡି ଶିବିରରେ ଅନେକ ଉତ୍ସାହ ଥିଲା । ହେଲେ ନିର୍ବାଚନର ଫଳାଫଳ ବିଜେଡିର ସବୁ ସ୍ୱପ୍ନକୁ ଧୂଳିସାତ କରିଦେଇଥିଲା । ହାରିବା ପରେ ଦଳର ନେତା ଓ ନେତୃତ୍ୱକୁ ନେଇ ନିଇତି ଅନେକ ପ୍ରଶ୍ନ ଛିଡା କରୁଛନ୍ତି ବିଜେଡି ନେତା । ଦଳର ଆଭିମୁଖ୍ୟକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଚି ହୋଇଛି । ରାଜ୍ୟରେ ବିଜେପିକୁ ବିରୋଧ, କେନ୍ଦ୍ର ପ୍ରତି କିନ୍ତୁ କୋହଳ ଆଭିମୁଖ୍ୟ ନେଇ ଦୋଛକିରେ ନେତା । ସଂକଟ ଭିତରେ ଗତି କରୁଥିବା ବିଜେଡି ପାଇଁ ୨୦୨୫ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିବ ଓ ଆହ୍ବାନମୂଳକ ପରିସ୍ଥିତି ସୃଷ୍ଟି କରିବ ।
ସେପଟେ ନିର୍ବାଚନରେ ହାରିବା ପରେ ନେତୃତ୍ବ ସଙ୍କଟରେ ଗତିକରୁଛି କଂଗ୍ରେସ । ୬ ମାସ ହେଲା ଦଳର ମଙ୍ଗୁଆଳ ନାହାନ୍ତି । ଦିଲ୍ଲୀ ଦୌଡି ଦୌଡି ନୟାନ୍ତ ହେଲେଣି କଂଗ୍ରେସ ନେତା । ଯୁବ ଓ ଛାତ୍ର ସଙ୍ଗଠନରେ ସୀମିତ ରହିଛି କଂଗ୍ରେସ । ରାଜ୍ୟରେ କଂଗ୍ରେସ ବିଜେପି, ବିଜେଡିକୁ ଚେକ ଦେବାରେ ବିଫଳ ହୋଇଛି । ନୂଆ ପିସିସି ସଭାପତିଙ୍କୁ ମୈଦାନକୁ ଆଣି ୨୦୨୫ରେ ସଙ୍ଗଠନକୁ ସଜାଡିବା ଲକ୍ଷ୍ୟରେ ଅଛନ୍ତି ରାହୁଲ ଗାନ୍ଧି ।
ତେବେ ସବୁ ରାଜନୈତିକ ଦଳ ପାଇଁ ଏଜେଣ୍ଡା ସେଟ କରିବ ୨୦୨୫ । କାରଣ ଏହା ପରେ ପରେ ଆସୁଛି ପୌର ଓ ପଂଚାୟତ ନିର୍ବାଚନ । ସଙ୍ଗଠନକୁ ଟ୍ରାକକୁ ଆଣି କେମିତି ଦମ ଦେଖାଉଛନ୍ତି ୩ ପ୍ରମୁଖ ଦଳ ତା ଉପରେ ସମସ୍ତଙ୍କ ନଜର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/12/30/ztRUYKLMXlsQFeYp24Ff.jpg)