କନକ ବ୍ୟୁରୋ : ମଙ୍ଗଳ ଗ୍ରହରେ ବସତି ସ୍ଥାପନ ହେଇପାରିବ ଜାଣିବା ପରେ ଏଲନ ମସ୍କ ପୂରା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏଲନ ମସ୍କଙ୍କ ସ୍ପେସ-ଏକ୍ସ ମଣିଷ ପୂର୍ବରୁ ରୋବୋଟ୍‌ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି  ।ଏଠାରେ ପ୍ରଶ୍ନ ଆସୁଛି ପୃଥିବୀ ରୁ ବାହାରି ମଙ୍ଗଳ ଗ୍ରହରେ କଣ ବସବାସ କରିହେବ ?  ଅନ୍ୟ ଗ୍ରହରେ କଣ ଜୀବନ ସମ୍ଭବ ? ଭାରତ ଏହାକୁ ନେଇ କିଛି ମିଶନ ରଖିଛି କି ଏହା ମଧ୍ୟ ସମସ୍ତଙ୍କ ମନରେ ପ୍ରଶ୍ନ । ଆତ୍ୟାଧୁନିକ ବିଜ୍ଞାନ ଶୈଳୀ ମନୁଷ୍ୟର ସବୁ ପ୍ରଶ୍ନର ଉତ୍ତର ଦେଇଛି । ଭାରତ ସହିତ ଅନେକ ଦେଶ ମଙ୍ଗଳ ମିଶନ ଜାରି ରଖିଛନ୍ତି । ଏଲନ ମସ୍କଙ୍କ ସ୍ପେସ କମ୍ପାନୀ ସ୍ପେସ୍ -ଏକ୍ସ ମଙ୍ଗଳ ଗ୍ରହରେ ସହରୀକରଣର ସ୍ୱପ୍ନ ରଖିଛି ।

Advertisment


କଣ ଆପଣ କେବେ ଭାବିଛନ୍ତି ଯଦି ପୃଥିବୀ ଉପରେ କିଛି ବିପଦ ଆସେ କିମ୍ବା ଗ୍ରହ ଗୁଡିକ ବିପଦରେ ଆସନ୍ତି ତେବେ ସମସ୍ତ  ମାନବ ସମାଜ ର କଣ ହେବ ଠିକ୍ ଏହି କଥା ଏଲନ ମସ୍କ ୧୦ବର୍ଷ ପୂର୍ବେ ମେକ୍ସିକୋର ଏକ ସମ୍ମୀଳନିରେ ଉଠାଇଥିଲେ । ଏବଂ ଏହାର ଉତ୍ତର ଦେଇ କହିଲେ ଇତିହାସ ଦୁଇଟି ରାସ୍ତାରେ ବାଣ୍ଟିବାକୁ ଯାଉଛି ।  ଗୋଟିଏ ରାସ୍ତା ହେଉଛି ଆସେ ସବୁଦିନ ପାଇଁ ପୃଥିବୀରେ ରହିବା ଏବଂ କୌଣସି ଦିନରେ ଶେଷ ମଧ୍ୟ ହେଇଯିବା ଅନ୍ୟ ଏକ ରାସ୍ତା ହୋଇଛି ଏକ ବହୁ-ଗ୍ରହ ପ୍ରଜାତିରେ ପରିଣତ ହେବା  ।  ସେହି ଦିନଠାରୁ, ମସ୍କ ମଙ୍ଗଳ ଗ୍ରହକୁ ମଣିଷ ପାଇଁ ଦ୍ୱିତୀୟ ଘର କରିବାକୁ ପ୍ରତିଜ୍ଞା କରିଥିଲେ।  କିନ୍ତୁ ବଡ଼ ପ୍ରଶ୍ନ ହେଉଛି ମସ୍କ କ'ଣ ପ୍ରକୃତରେ ଆମକୁ ମଙ୍ଗଳ ଗ୍ରହକୁ ନେଇଯିବାକୁ ପ୍ରସ୍ତୁତ ? ଏବଂ ଯଦି ଏହା ସମ୍ଭବ ହୁଏ, ତେବେ ସେଠାରେ ପ୍ରଥମ ପାଦ କିଏ ନେବ  ଏକ ରକ୍ତ ଏବଂ ମାଂସ ତିଆରି ମଣିଷ ନା ଏକ ଲୁହାରେ ତିଆରି ରୋବୋଟ୍‌ ।  ମସ୍କଙ୍କ ସ୍ୱପ୍ନ ହେଉଛି ୨୦୫୦ ମଧ୍ୟରେ ମଙ୍ଗଲ ଗ୍ରହରେ  ୧୦ ଲକ୍ଷ ଲୋକଙ୍କର ଏକ ସହର ଗଠନ ହେଉ  ।

  ଆହୁରି ପଢନ୍ତୁ :ଶିମିଳିପାଳରେ ଖସିଲା ପାରଦ, ଆଜି ସକାଳେ ୧ ଡିଗ୍ରି ତାପମାତ୍ରା ରେକର୍ଡ

ପୃଥିବୀରେ ଏକ ଦିନ ୨୪ ଘଣ୍ଟା ହୋଇଥିବା ବେଳେ,ମଙ୍ଗଳରେ ଏକ ଦିନ ୨୪ ଘଣ୍ଟା ୩୭ ମିନିଟ୍ । ମଙ୍ଗଳର ଆକର୍ଷଣ ଶକ୍ତି ବହୁତ ଦୁର୍ବଳ । ପୃଥିବୀ ତୁଳନାରେ ଏହାର ଆକର୍ଷଣ ବହୁତ କମ ଅନୁଭବ କରିବେ ଏବଂ ଲମ୍ବାଡେଇଁ ପାରିବେ। ମଙ୍ଗଳ ପୃଥିବୀର ପ୍ରାୟ ଅଧା ଆକାରର,ସବୁଠାରୁ ବଡ଼ ପାର୍ଥକ୍ୟ ହେଉଛି ସୂର୍ଯ୍ୟାସ୍ତ । ସୂର୍ଯ୍ୟାସ୍ତ ସମୟରେ ସୂର୍ଯ୍ୟ ପୃଥିବୀରେ ଲାଲ ଦେଖାଯାଉଥିବା ବେଳେ,ମଙ୍ଗଳରେ ପତଳା ବାୟୁମଣ୍ଡଳ ଯୋଗୁଁ ସୂର୍ଯ୍ୟାସ୍ତ ନୀଳ ଦେଖାଯାଏ । ତେବେ ଏଭଳି ସ୍ଥିତିରେ ମନୁଷ୍ୟର ବସବାସ କରିବା ସେଠାରେ କଣ ସମ୍ଭବ ହେଇପାରିବ ।