ଓଡିଶାରୁ କିଏ ଯିବ ରାଜ୍ୟସଭା? ଦିଲ୍ଲୀରେ ହୋଇ ପାରେ ବଡ଼ ନିଷ୍ପତ୍ତି, ମନମୋହନ ସାମଲଙ୍କ ସହିତ ରାଜ୍ୟ ବିଜେପିର କୋର ଟିମର ଦିଲ୍ଲୀ ଗସ୍ତ

Advertisment

ଓଡିଶାରୁ କିଏ ଯିବ ରାଜ୍ୟସଭା। ଏନେଇ ଦିଲ୍ଲୀରେ ହେବ ନିଷ୍ପତ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ରାଜ୍ୟ ବିଜେପିର କୋର ଟିମ ଦିଲ୍ଲୀ ଗସ୍ତ କରିଛନ୍ତି। ବିଜେପି କେନ୍ଦ୍ରୀୟ ନେତାଙ୍କ ସହ କରିବେ ଆଲୋଚନା।

ଓଡିଶାରୁ କିଏ ଯିବ ରାଜ୍ୟସଭା। ଏନେଇ ଦିଲ୍ଲୀରେ ହେବ ନିଷ୍ପତ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ରାଜ୍ୟ ବିଜେପିର କୋର ଟିମ ଦିଲ୍ଲୀ ଗସ୍ତ କରିଛନ୍ତି। ବିଜେପି କେନ୍ଦ୍ରୀୟ ନେତାଙ୍କ ସହ କରିବେ ଆଲୋଚନା।

RGR

କନକ ବ୍ୟୁରୋ: ଓଡିଶାରୁ କିଏ ଯିବ ରାଜ୍ୟସଭା। ଏନେଇ ଦିଲ୍ଲୀରେ ହେବ ନିଷ୍ପତ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ରାଜ୍ୟ ବିଜେପିର କୋର ଟିମ ଦିଲ୍ଲୀ ଗସ୍ତ କରିଛନ୍ତି। ବିଜେପି କେନ୍ଦ୍ରୀୟ ନେତାଙ୍କ ସହ କରିବେ ଆଲୋଚନା। ରାଜ୍ୟ ବିଜେପି ସଙ୍ଗଠନକୁ ନେଇ ମଧ୍ୟ ଆଲୋଚନା ହେବ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀ ଗସ୍ତ କରିଛନ୍ତି। ମନମୋହନଙ୍କ ସହିତ ରାଜ୍ୟ ବିଜେପିର ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ସହ ପ୍ରଭାରୀ ଲତା ଉଷେଣ୍ଡି ମଧ୍ୟ ଦିଲ୍ଲୀ ଗସ୍ତ କରିଛନ୍ତି।  ମନମୋହନଙ୍କ ଏହି କୋର ଟିମରେ ରାଜ୍ୟ ସଦସ୍ୟତା ଅଭିଯାନର ସହ ସଂଯୋଜକ ଅଶୋକ ମିଶ୍ର ଅଛନ୍ତି। ମନମୋହନଙ୍କ ସହିତ ରାଜ୍ୟ ବିଜେପିର କୋର ଟିମ ଦଳର କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବେ। ରାଜ୍ୟସଭାରୁ ସୁଜିତ କୁମାର ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି। ଏପରି ସମୟରେ ଓଡିଶାରୁ କିଏ ଯିବେ ରାଜ୍ୟସଭାକୁ। ସଂଖ୍ୟା ଗଣିତ ବିଜେପି ସପକ୍ଷରେ ଥିବାବେଳେ। ବିଜେପି କାହାକୁ ରାଜ୍ୟସଭା ପଠାଇବ। ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନେତାଙ୍କ ସହ ଟିମ ମନମୋହନ କରି ପାରନ୍ତି ଆଲୋଚନା। ସେହିପରି ରାଜ୍ୟ ସଙ୍ଗଠନକୁ ନେଇ ମଧ୍ୟ ହୋଇପାରେ ଆଲୋଚନା। ଅନ୍ୟପଟେ ସଦସ୍ୟତା ଅଭିଯାନ ଚାଲିଥିବାବେଳେ। ବିଜେପିର ଟାର୍ଗେଟ ଓଡ଼ିଶାରେ ଏକ ସଦସ୍ୟଙ୍କୁ ବିଜେପିରେ ସାମିଲ କରିବା। ତାକୁ ନେଇ ମଧ୍ୟ ଟିମ ମନମୋହନ କରି ପାରନ୍ତି ଆଲୋଚନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe