କନକ ବ୍ୟୁରୋ : ବିହାର ଫର୍ମୁଲାରେ ଓଡ଼ିଶା । ୨୪ ବର୍ଷ ପରେ ରାଜ୍ୟରେ ହେବ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ । ଆସନ୍ତା ମାସରୁ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ହେବ। ମୁଖ୍ୟ ନିର୍ବାଚନ ଅଧିକାରୀ ଏକଥା କାଲିଠୁ କହିସାରିଛନ୍ତି । ତେବେ ଏହାକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି ।
ଦଳ କହିଛି, ଏହାକୁ ସ୍ବାଗତ କରାଯିବ, କିନ୍ତୁ ଜଣେ ବି ଯୋଗ୍ୟ ଭୋଟର ଯେମିତି ଏଥିରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବାର ଅବଶ୍ୟକତା ରହିଛି । ବିହାରେ ଯେପରି ଯୋଗ୍ୟ ଲୋକଙ୍କ ଭୋଟର ଲିଷ୍ଟରୁ ନାଁ କଟିଯାଇଥିଲା ଅଭିଯୋଗ ଆସିଥିଲା ଏବଂ ବିବାଦ ହୋଇଥିଲା ସେଭଳି ଓଡ଼ିଶାରେ ନହେଉ ବୋଲି ଦଳ କହିଛି । ଯଦି ବଞ୍ଚିତ ହେଲେ ତେବେ ରାଜରାସ୍ତାରେ ଲଢେଇ ହେବ ବୋଲି ବିଜେଡି ଚେତାବନୀ ମଧ୍ୟ ଦେଇଛି । ଆଜି ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିବ ବିଜେଡି ପ୍ରତିନିଧି ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/08/19/55-2025-08-19-13-42-14.jpg)