କନକ ବ୍ୟୁରୋ : ବିହାର ଫର୍ମୁଲାରେ ଓଡ଼ିଶା । ୨୪ ବର୍ଷ ପରେ ରାଜ୍ୟରେ ହେବ ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ । ଆସନ୍ତା ମାସରୁ ରାଜ୍ୟରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ହେବ। ମୁଖ୍ୟ ନିର୍ବାଚନ ଅଧିକାରୀ ଏକଥା କାଲିଠୁ କହିସାରିଛନ୍ତି । ତେବେ ଏହାକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି ।
ଦଳ କହିଛି, ଏହାକୁ ସ୍ବାଗତ କରାଯିବ, କିନ୍ତୁ ଜଣେ ବି ଯୋଗ୍ୟ ଭୋଟର ଯେମିତି ଏଥିରୁ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯିବାର ଅବଶ୍ୟକତା ରହିଛି । ବିହାରେ ଯେପରି ଯୋଗ୍ୟ ଲୋକଙ୍କ ଭୋଟର ଲିଷ୍ଟରୁ ନାଁ କଟିଯାଇଥିଲା ଅଭିଯୋଗ ଆସିଥିଲା ଏବଂ ବିବାଦ ହୋଇଥିଲା ସେଭଳି ଓଡ଼ିଶାରେ ନହେଉ ବୋଲି ଦଳ କହିଛି । ଯଦି ବଞ୍ଚିତ ହେଲେ ତେବେ ରାଜରାସ୍ତାରେ ଲଢେଇ ହେବ ବୋଲି ବିଜେଡି ଚେତାବନୀ ମଧ୍ୟ ଦେଇଛି । ଆଜି ଦିଲ୍ଲୀରେ ନିର୍ବାଚନ କମିଶନଙ୍କୁ ଭେଟିବ ବିଜେଡି ପ୍ରତିନିଧି ଦଳ ।