ଇଣ୍ଡିମେଣ୍ଟରୁ କିଏ ହେବେ ଉପରାଷ୍ଟ୍ରପତି ପ୍ରାର୍ଥୀ? ଚାଲିଛି କଂଗ୍ରେସ ଅଧ୍ୟକ୍ଷ ଖଡ଼ଗେଙ୍କ କାର୍ଯ୍ୟାଳୟରେ ବୈଠକ

ବିରୋଧୀ ଇଣ୍ଡି ମେଣ୍ଟରୁ କିଏ ହେବ ପ୍ରାର୍ଥୀ? ଏନଡିଏ ପ୍ରାର୍ଥୀ ଘୋଷଣା ପରେ,ବିରୋଧୀ ଇଣ୍ଡିଆ ମେଣ୍ଟ ଏବେ ଏକଜୁଟ ହୋଇ ଉପରାଷ୍ଟ୍ରପତି ପ୍ରାର୍ଥୀ ଦେବାକୁ ଚେଷ୍ଟା କରୁଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସମ୍ଭାବ୍ୟ ମିଳିତ ପ୍ରାର୍ଥୀଙ୍କ ନାମ ବିଚାର କରିବା ପାଇଁ 'ଇଣ୍ଡିଆ' ମେଣ୍ଟର ନେତାମାନେ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ କାର୍ଯ୍ୟାଳୟରେ ବୈଠକ ଆରମ୍ଭ କରିଛନ୍ତି।

49

Photograph: (kanak news)

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜ୍ୟପାଳ ତଥା ବିଜେପି ନେତା ସିପି ରାଧାକ୍ରିଷ୍ଣନଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ଏନ୍‌ଡିଏ ପ୍ରାର୍ଥୀ ଭାବେ ଘୋଷଣା କରିଛି । ବୈଠକ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଧାକ୍ରିଷ୍ଣନଙ୍କ ନାମ ଘୋଷଣା କରିଛନ୍ତି। ରାଧାକ୍ରିଷ୍ଣନ୍ ୧୯୫୭ ମସିହା ଅକ୍ଟୋବର ୨୦ ତାରିଖରେ ତାମିଲନାଡୁର ତିରୁପୁରଠାରେ ଜନ୍ମଗ୍ରହଣ କରିଥିଲେ। ୨୦୦୩ରୁ ୨୦୦୬ ପର୍ଯ୍ୟନ୍ତ ତାମିଲନାଡୁ ରାଜ୍ୟ ବିଜେପି ସଭାପତି ଭାବରେ କାର୍ଯ୍ୟ କରିଥିଲେ । ରାଧାକ୍ରିଷ୍ଣନ ତାଙ୍କ ରାଜନୈତିକ ଯାତ୍ରାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବିରେ ରହିଛନ୍ତି । ୨୦୨୪ ଜୁଲାଇ ୩୧ରେ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । 

ତାମିଲନାଡୁର ତିରୁନେଲଭେଲିରେ ୧୯୫୭ରେ ଜନ୍ମିତ ରାଧାକୃଷ୍ଣନଙ୍କର ୪୦ ବର୍ଷରୁ ଅଧିକ ରାଜନୈତିକ ଅଭିଜ୍ଞତା 
ଆରଏସ୍ଏସ୍ ସହ ଦୀର୍ଘ ସମୟ ଧରି ଜଡ଼ିତ ଥିଲେ
ତାମିଲନାଡୁରେ ବିଜେପିର ପ୍ରଦେଶ ସଭାପତି ଭାବେ କାର୍ଯ୍ୟ କରିଛନ୍ତି
କୋଇମ୍ବାଟୁରରୁ ଦୁଇଥର ସାଂସଦ ହୋଇଥିବା ରାଧାକୃଷ୍ଣନ ଝାଡ଼ଖଣ୍ଡ ଓ ଉତ୍ତରାଖଣ୍ଡର ରାଜ୍ୟପାଳ ରହିଛନ୍ତି
ରାଧାକ୍ରିଷ୍ଣନଙ୍କ ନେତୃତ୍ୱରେ ତାମିଲନାଡୁ ବିଜେପି ସଂଗଠନକୁ ମଜବୁତ କରିଥିଲା
ଶିକ୍ଷା, ସଂସ୍କୃତି ଓ ସାମାଜିକ ସେବା କ୍ଷେତ୍ରରେ କାର୍ଯ୍ୟ ପାଇଁ ଜଣାଶୁଣା ରାଧାକ୍ରିଷ୍ଣନ

ସେପଟେ ବିରୋଧୀ ଇଣ୍ଡି ମେଣ୍ଟରୁ କିଏ ହେବ ପ୍ରାର୍ଥୀ? ଏନଡିଏ ପ୍ରାର୍ଥୀ ଘୋଷଣା ପରେ,ବିରୋଧୀ ଇଣ୍ଡିଆ ମେଣ୍ଟ ଏବେ ଏକଜୁଟ ହୋଇ ଉପରାଷ୍ଟ୍ରପତି ପ୍ରାର୍ଥୀ ଦେବାକୁ ଚେଷ୍ଟା କରୁଛନ୍ତି। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସମ୍ଭାବ୍ୟ ମିଳିତ ପ୍ରାର୍ଥୀଙ୍କ ନାମ ବିଚାର କରିବା ପାଇଁ 'ଇଣ୍ଡିଆ' ମେଣ୍ଟର ନେତାମାନେ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ କାର୍ଯ୍ୟାଳୟରେ ବୈଠକ ଆରମ୍ଭ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe