କନକ ବ୍ୟୁରୋ : ଆଜି ରାଜ୍ୟ ବିଜେପି ସଭାପତି ପାଇଁ ନାମାଙ୍କନ ପତ୍ର ଦାଖଲ । ରାଜ୍ୟ ବିଜେପି ସଭାପତି କିଏ ହେବେ ? ପୁଣି ମନମୋହନ ସାମଲ ନା ନୂଆଁ ଚେହେରା ଏନେଇ ଚାଲିଛି ଚର୍ଚ୍ଚା । ଏହାରି ମଧ୍ୟରେ ବିଜେପି ସାଂସଦ ପ୍ରଦୀପ ପୁରୋହିତ ଏକ ବଡ ସୂଚନା ଦେଇଛନ୍ତି । ପ୍ରଦୀପ ପୁରୋହିତ କହିଛନ୍ତି ଯିଏ ସଭାପତି ନାମାଙ୍କନ ଭରିବେ ତାଙ୍କ ପାଖକୁ ସଭାପତି ନେଇ ନିର୍ଦ୍ଦେଶ ଯାଇ ସାରିଥିବ ।
ଆଉ ଏକ ଘଣ୍ଟା ଅପେକ୍ଷା କରନ୍ତୁ । ଏସବୁ ଜଣା ପଡ଼ିବ ଯିବ। ଦୁଇ ଜଣ କେବେ ନାମାଙ୍କନ ଭରିବେ ନାହିଁ । ସହମତ ଭିତ୍ତିରେ ହେବ ବିଜେପି ରାଜ୍ୟ ସଭାପତି ନିର୍ବାଚନ । କେନ୍ଦ୍ରୀୟ ନେତୃତ୍ବ ଏହାକୁ ନେଇ ଯେଉଁ ନିଷ୍ପତି ନେବେ ତାକୁ ସମସ୍ତେ ମାନିବେ ବୋଲି କହିଛନ୍ତି ପ୍ରଦୀପ ପୁରୋହିତ ।