କିଏ ହେବ ବିଜେପିର ୟୁପି ଅଧ୍ୟକ୍ଷ ? ରେସରେ ଏହି ୪ ନେତା

Advertisment

ୟୁପିରେ କିଏ ହେବ ବିଜେପିର ଅଧ୍ୟକ୍ଷ? ଦେଶର ସବୁଠୁ ବଡ଼ ରାଜ୍ୟରେ କାହାକୁ ମିଳିବ ବିଜେପିର କମାଣ? କାହିଁକି ନା ଆଗକୁ ୟୁପିରେ ବିଧାନସଭା ନିର୍ବାଚନ, ଆଉ ତା ପୂର୍ବରୁ ବିଜେପି ବାଛୁଛି ନିଜର ରାଜ୍ୟ ସଭାପତି ।

ୟୁପିରେ କିଏ ହେବ ବିଜେପିର ଅଧ୍ୟକ୍ଷ? ଦେଶର ସବୁଠୁ ବଡ଼ ରାଜ୍ୟରେ କାହାକୁ ମିଳିବ ବିଜେପିର କମାଣ? କାହିଁକି ନା ଆଗକୁ ୟୁପିରେ ବିଧାନସଭା ନିର୍ବାଚନ, ଆଉ ତା ପୂର୍ବରୁ ବିଜେପି ବାଛୁଛି ନିଜର ରାଜ୍ୟ ସଭାପତି ।

UP BJP

UP BJP Photograph: (KANAK NEWS)

କନକ ବ୍ୟୁରୋ: ୟୁପିରେ କିଏ ହେବ ବିଜେପିର ଅଧ୍ୟକ୍ଷ? ଦେଶର ସବୁଠୁ ବଡ଼ ରାଜ୍ୟରେ କାହାକୁ ମିଳିବ ବିଜେପିର କମାଣ? କାହିଁକି ନା ଆଗକୁ ୟୁପିରେ ବିଧାନସଭା ନିର୍ବାଚନ, ଆଉ ତା ପୂର୍ବରୁ ବିଜେପି ବାଛୁଛି ନିଜର ରାଜ୍ୟ ସଭାପତି । ଆସନ୍ତା ଡିସେମ୍ବର ୧୪ ତାରିଖରେ ୟୁପି ବିଜେପିର ନୂଆ ସଭାପତି କିଏ ସେନେଇ ନିର୍ବାଚନ ହେବାକୁ ଅଛି, ଆଉ ତାହାରି ଭିତରେ ସମ୍ଭାବ୍ୟ ଚେହେରାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ପ୍ରଦେଶ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରାଦେଶିକ ପରିଷଦ ସଦସ୍ୟଙ୍କୁ ନିର୍ବାଚିତ କରାଯାଇଛି । ୟୁପିର ୪୦୭ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୩୨୭ ସଦସ୍ୟ ବଛାଯାଇଛି । ଯିଏକି ୟୁପିର ଆଗାମୀ ପ୍ରଦେଶ ଅଧ୍ୟକ୍ଷ ପାଇଁ ଭୋଟ୍ ଦେବେ । ତେଣୁ ଏବେ ଆଗକୁ ୟୁପିର ବିଜେପି ଅଧ୍ୟକ୍ଷ କିଏ ହେବ, ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା । ନଜର ପକାନ୍ତୁ କିଛି ସମ୍ଭାବିତ ଚେହେରାଙ୍କ ଉପରେ...

ଆହୁରି ପଢ଼ନ୍ତୁ : କଂଗ୍ରେସଠୁ ଦୂରାଉଛନ୍ତି ଥରୁର? ସାଂସଦଙ୍କ ମିଟିଂରୁ ଆଜି ପୁଣି ଗାଏବ ଶଶୀ ଥରୁର

ପଙ୍କଜ ଚୌଧୁରୀ: ମହାରାଜଗଞ୍ଜରୁ ଲୋକସଭା ସାଂସଦ ଏବଂ କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଥିବା ପଙ୍କଜ ଚୌଧୁରୀ ବିଜେପିର ନୂଆ ପ୍ରଦେଶ ଅଧ୍ୟକ୍ଷ ରେସରେ ରହିଛନ୍ତି । ଖାସ୍ କରି ଗୋରଖପୁରରୁ ଆସୁଥିବା ଏହି ନେତା ସାତ ଥର ସାଂସଦ ରହିସାରିଛନ୍ତି। ସେ କୁର୍ମି ଜାତିର ହୋଇଥିବାବେଳେ ବିଜେପିର କେନ୍ଦ୍ରୀୟ ନେତୃତ୍ୱର ଜଣେ ବିଶ୍ୱସ୍ତ ନେତା। ତେଣୁ ତାଙ୍କୁ ବିଜେପିର ୟୁପି ଅଧ୍ୟକ୍ଷ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ବିଏଲ ବର୍ମା: କେନ୍ଦ୍ରରେ ମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ଭାବେ କାମ କରୁଥିବା ବିଏଲ୍ ବର୍ମା ବିଜେପିର ୟୁପି ଅଧ୍ୟକ୍ଷ ହେବା ରେସରେ ଅଛନ୍ତି । ୧୯୮୦ ଦଶକରେ ବିଜେପି ଯୁବ ମୋର୍ଚ୍ଚା ସହିତ ତାଙ୍କର ରାଜନୈତିକ କ୍ୟାରିଅର ଆରମ୍ଭ ହୋଇଥିଲା । ଆଉ ପରେ ପରେ ସେ ଆଗକୁ ବଢ଼ିବା ସହିତ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ହୋଇପାରିଛନ୍ତି । ତେଣୁ ତାଙ୍କୁ ୟୁପି ଅଧ୍ୟକ୍ଷ ଦାୟିତ୍ୱ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

କାନ୍ତା କରଦମ:  କାନ୍ତା କରଦମ ହେଉଛନ୍ତି ବର୍ତ୍ତମାନର ରାଜ୍ୟସଭା ସାଂସଦ । ଜଣେ ମହିଳା ଚେହେରା ହୋଇଥିବାରୁ ସେ ୟୁପି ଅଧ୍ୟକ୍ଷ ହେବା ରେସରେ ଅଛନ୍ତି । ଯଦି ଦଳର ଶୀର୍ଷ ନେତୃତ୍ୱ ୟୁପି ଭଳି ରାଜ୍ୟରେ ଜଣେ ମହିଳାଙ୍କୁ ସଭାପତି ପଦ ଦିଅନ୍ତି, ତେବେ ଏହି ଲିଷ୍ଟର ଟପରେ ରହିଥିଲେ କାନ୍ତା କରଦମ । ଏହାବାଦ୍ ତାଙ୍କ ସହିତ ରାଜ୍ୟସଭା ସାଂସଦ ବାବୁରାମ ନିଷାଦ ମଧ୍ୟ ୟୁପି ଅଧ୍ୟକ୍ଷ ହେବା ରେସରେ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନ ପରେ ଭୂପେନ୍ଦ୍ର ଚୌଧୁରୀ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ରାଜ୍ୟରେ ଏହି ପଦବୀ ଖାଲି ପଡ଼ିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe