କନକ ବ୍ୟୁରୋ: ତାମିଲନାଡୁ ବିଜେପି ସଭାପତି ପଦରୁ କେ ଆନ୍ନାମଲାଇ ଇସ୍ତଫା ଦେବା ପରେ ଏବେ ପରବର୍ତ୍ତୀ ମୁଖ୍ୟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ରାଜ୍ୟରେ ବିଜେପିର ପୋଷ୍ଟର ବୟ ଆନ୍ନାମଲାଇଙ୍କୁ ଦିଲ୍ଲୀରେ କୌଣସି ବଡ଼ ଦାୟିତ୍ବ ଦିଆଯାଇପାରେ । ବିଜେପି ସଭାପତି ପଦରୁ ଆନ୍ନାମଲାଇ ଓହରିବା ପରେ ତାମିଲନାଡୁରେ ବିଜେପି ମୁଖ୍ୟ ବିରୋଧୀ ଦଳ ଏଆଇଏଡିଏମ୍‌କେ ସହ ମେଣ୍ଟ କରିବାକୁ ଯାଉଛି । କାରଣ ମେଣ୍ଟ ପାଇଁ ଆନ୍ନା ତାଙ୍କ ପଦରୁ ଇସ୍ତଫା ଦେବା ମୁଖ୍ୟ ସର୍ତ୍ତ ରହିଥିଲା । ତେବେ ଉଭୟ ବିଜେପି ଓ ଏଆଇଏଡିଏମ୍‌କେକୁ ସୁହାଇବା ଭଳି ଚେହେରାଙ୍କୁ ପରବର୍ତ୍ତୀ ସଭାପତି ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। 

Advertisment


ଆନ୍ନାମଲାଇଙ୍କ ପରେ କିଏ?

- ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିଶ୍ବସ୍ତ ଆନ୍ନାମଲାଇ
- ଆନ୍ନାଙ୍କୁ ଉପଯୁକ୍ତ ଥଇଥାନ କରିବ ଦଳ
- କେନ୍ଦ୍ରମନ୍ତ୍ରୀ ମଧ୍ୟ କରିପାରନ୍ତି
- ଏହା ଛଡା ବୟସରେ କମ୍‌ ଥିବା ଦୃଷ୍ଟିରୁ ବିଧାନସଭା ନିର୍ବାଚନ ସରିବା ଯାଏଁ ଅପେକ୍ଷା କରାଇପାରନ୍ତି
- ପରବର୍ତ୍ତୀ ସଭାପତି ବାଛିବା ପାଇଁ ସାମାନ୍ୟ କାଠିକର ପାଠ ହୋଇପାରେ
- ତାମିଲନାଡୁରେ ବିଜେପିର ପୋଷ୍ଟର ବୟ ଭାବେ ଆନ୍ନାମଲାଇ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବନାଇଥିଲେ 
- ଆନ୍ନାମଲାଇଙ୍କ ସ୍ଥାନରେ ବିଜେପି ଓ ଏଆଇଏଡିଏମ୍‌କେଙ୍କୁ ସୁହାଇବା ଭଳି ନେତା ଆବଶ୍ୟକ
- ତାଙ୍କୁ ହିଁ ସଭାପତି ଭାବେ ବଛାଯିବ, ଯିଏ ଉଭୟ ଦଳଙ୍କୁ ସୁହାଉଥିବ
- ରେସ୍‌ରେ ଦୁଇ ଜଣ ବିଜେପି ବିଧାୟକଙ୍କ ନାମ ରହିଛି
- ପରବର୍ତ୍ତୀ ସଭାପତି ରେସ୍‌ରେ ତିରୁଭେଲି ବିଧାୟକ ନୈନାର ନାଗେଥ୍ରନ
- କୋଏମ୍ବାଟୁର ଦକ୍ଷିଣର ବିଧାୟକ ବନଥି ଶ୍ରୀନିବାସନ ଅଛନ୍ତି 
- ନାଗେଥ୍ରନ ରାଜ୍ୟର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ଚେହେରା
- ତେରଭର ଜାତିକୁ ପ୍ରତିନିଧିତ୍ବ କରନ୍ତି 
- ଏହାଛଡ଼ା ବନଥି ଶ୍ରୀନିବାସନ ରାଜ୍ୟରେ ବିଜେପିର ଚର୍ଚ୍ଚିତ ମହିଳା ଚେହେରା 
- ବିଜେପି ସବୁବେଳେ ନିର୍ବାଚନରେ ଜିତିବାକୁ ପ୍ରାଧାନ୍ୟ ଦିଏ 
- ଆନ୍ନାମଲାଇଙ୍କୁ ସାଥୀରେ ରଖି ତାମିଲନାଡୁରେ ବଡ଼ ପରିବର୍ତ୍ତନ କରୁଛି