କିଏ ହେବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ସନ୍ଧ୍ୟା ସୁଦ୍ଧା ହୋଇପାରେ ନାଁ ଘୋଷଣା

ମହାରାଷ୍ଟ୍ର ମହାସସପେନ୍ସ ଉପରୁ ଆଜି ଉଠିପାରେ ପର୍ଦ୍ଦା । ସନ୍ଧ୍ୟା ସୁଦ୍ଧା ଘୋଷଣା ହୋଇପାରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାଁ । ବିଧାୟକ ଦଳ  ଓ ପର୍ୟ୍ୟବେକ୍ଷକ ବୈଠକ ଉପରେ ନଜର । ଫଳାଫଳ ଘୋଷଣାକୁ ୭ଦିନ ପୂରିଥିଲେ ମହାୟୁତି ନେଇପାରୁନି ନିର୍ଣ୍ଣାୟକ ନିଷ୍ପତ୍ତି ।

63333

କନକ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ? ଏହା ଉପରୁ ଆଜି ଉଠିପାରେ ସସପେନ୍ସ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ । ଆଜି ହେବାକୁ ଥିବା ମହାୟୁତି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ । ବିଜେପି, ଏନସିପି ଓ ଶିବସେନାର ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମୋହର ବାଜିବ । ଏନେଇ ଘୋଷଣା କରିଛନ୍ତି ମହାରାଷ୍ଟ୍ରର କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସୁସ୍ଥ ହେବା ପରେ ଏଭଳି ସୂଚନା ଦେଇଛନ୍ତି ଏକନାଥ। 

ମହାୟୁତି ମଧ୍ୟରେ ସବୁକିଛି ଠିକଠାକ୍ ରହିଛି । ଏହାପୂର୍ବରୁ ଏନସିପି ମୁଖ୍ୟ ଅଜିତ ପାୱାର ସ୍ପଷ୍ଟ କରିଛନ୍ତି, ବିଜେପି ଖାତାକୁ ମୁଖ୍ୟମନ୍ତ୍ରୀ ଆସନ ଯିବ । ସେହିଭଳି ଏନସିପି ଓ ଶିବସେନା ପାଖରେ ରହିବ ଉପମୁଖ୍ୟମନ୍ତ୍ରୀ ପଦ । ପୁରୁଣା ଫର୍ମୁଲାରେ ନୂଆ ମହାୟୁତି ସରକାର ଗଠନ ହେବ । ଏନସିପି ପକ୍ଷରୁ ଅଜିତ ପାୱାର ଉପ-ମୁଖ୍ୟମନ୍ତ୍ରୀ ହେବା ନେଇ ଚର୍ଚ୍ଚା ହେଉଥିବା ବେଳେ ଶିବସେନା ପକ୍ଷରୁ ଏହି ପଦ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେଙ୍କ ହାତକୁ ଆସିବା ନେଇ ଚର୍ଚ୍ଚା ବଢିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe